Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ “ବୃତ୍ତିଗତ ପଥ ପ୍ରଦର୍ଶନ” କର୍ମଶାଳା

ଖୋର୍ଦ୍ଧା: ବେଗୁନିଆ ମହାବିଦ୍ୟାଳୟର ସଭାଗୃହରେ ସାମାଜିକ ଅନୁଷ୍ଠାନ ପ୍ରୋଜେକ୍ଟ ପଏଣ୍ଟ ଏବଂ ନେହୁରୁ ଯୁବକେନ୍ଦ୍ର, ଖୋର୍ଦ୍ଧା ସହଭାଗିତାରେ ଏକଦିନିଆ କର୍ମଶାଳା “ବୃତ୍ତିଗତ ପଥ ପ୍ରଦର୍ଶନ” କାର୍ଯ୍ୟକ୍ରମର ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାକୁ ସାମାଜିକ ଅନୁଷ୍ଠାନ ‘ପ୍ରେରଣା’ର ପ୍ରତିଷ୍ଠାତା ତଥା ସଭାପତି ଡ. ଦିଲ୍ଲୀପ କୁମାର ଶ୍ରୀଚନ୍ଦନ, ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦିଲ୍ଲୀପ କୁମାର ମିଶ୍ରଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ପ୍ରୋଜେକ୍ଟ ପଏଣ୍ଟର ଅଧ୍ୟକ୍ଷ ସଂଗ୍ରାମ କେଶରୀ ସମାନ୍ତରାୟ ସଭା କାର୍ଯ୍ୟ ପରିଚାଳନା କରିଥିଲେ ଓ ସମ୍ମାନିତ ଅତିଥି ଭାବେ ନେହୁରୁ ଯୁବକେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିପିନ କୁମାର ଅନ୍ତର୍ଜାତିକ ମାନବ ଅଧିକାର ସଂଗଠନର ଜିଲ୍ଲା ସଭାପତି ଅଭିନାଶ ନାଏକ, ଧନ୍ଦାମୂଳକ ଶିକ୍ଷା, ଭୁବନେଶ୍ବରର ଜିତାମିତ୍ର ଶତପଥୀ ଏବଂ ଖୋର୍ଦ୍ଧା ଜିଲ୍ଲା ସଂଯୋଜକ, ଓରସମାର ବିମଲ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ବେକାର ଯୁବକ ଯୁବତୀମାନଙ୍କୁ ଆନୁଷ୍ଠାନିକ ଶିକ୍ଷା ପରବର୍ତ୍ତୀ ରୋଜଗାର ଉପରେ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୨୪୩ ଜଣ ଯୁବକ ଯୁବତୀ, ୧୨ ଟି ମହାବିଦ୍ୟାଳୟ ଓ ୪ ଟି ଧନ୍ଦାମୂଳକ ଶିକ୍ଷାର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ୪ ଜଣ ପ୍ରଶିକ୍ଷକ ଯଥା ଅମିୟ ରଞ୍ଜନ ନାୟକ/ ଖୋର୍ଦ୍ଧା ସରକାରୀ ମତ୍ସ୍ୟ ଅଧିକାରୀ, ଅରଜୀତ ମିଶ୍ରଭାରତ ସରକାରଙ୍କ ଯୁବ ପେଷାଦାର, ଅନ୍ତର୍ଜାତିକ ସଫଳ ଚାଷୀ ରମେଶ ଚନ୍ଦ୍ର ରାଉତ, ପିଲାମାନଙ୍କ ଦକ୍ଷତା ବିକାଶ ଉପରେ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀ ରଜନୀଗନ୍ଧା ସାମନ୍ତରାୟ, ଅବିନାଶ ସାମନ୍ତରାୟ ଓ କ୍ରୀଡା ପ୍ରଶିକ୍ଷକ ସୂର୍ଯ୍ୟମଣୀ ମାଝୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।