Categories
ଆଞ୍ଚଳିକ

ରଣପୁର: ବୃତ୍ତି ପରୀକ୍ଷା ଫଳ ପ୍ରକାଶିତ, ଜାଣନ୍ତୁ ତୃତୀୟ ଓ ପଞ୍ଚମ ଶ୍ରେଣୀରେ କିଏ ପାଇଲେ ସଫଳତା

ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁର ଶିକ୍ଷା ବ୍ଲକର ୨୦୨୨ ଶିକ୍ଷା ବର୍ଷର ତୃତୀୟ ଓ ପଞ୍ଚମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ତୃତୀୟ ଶ୍ରେଣୀରେ ସାନଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅର୍ଚ୍ଚିତା ପ୍ରିୟଦର୍ଶିନୀ ପ୍ରଥମ ସ୍ଥାନ, ମାଳିସାହି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଅନିଶା ସାହୁ ଦ୍ଵିତୀୟ ସ୍ଥାନ ଓ ରାଜସୁନାଖଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସ୍ୱସ୍ତିକ ବିଶ୍ୱମ ତୃତୀୟ ସ୍ଥାନ ହାସଲ କରିଛନ୍ତି।

ସେହିପରି ପଞ୍ଚମ ଶ୍ରେଣୀରେ ରାଜନଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଓମ ସାଇ ଶୁଭମ ଲେଙ୍କା ପ୍ରଥମ ସ୍ଥାନ, ରଣପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଦିବ୍ୟଜ୍ୟୋତି ଦଳବେହେରା ଦ୍ଵିତୀୟ ସ୍ଥାନ ଓ ରାଜସୁନାଖଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୟସରାଜ ଚୌଧୁରୀ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଉଭୟ ତୃତୀୟ ଓ ପଞ୍ଚମ ଶ୍ରେଣୀରେ ମେରିଟରେ ସାତ ଜଣ ଲେଖାଏଁ ଏବଂ ମେରିଟ୍-କମ-ପ୍ରଭର୍ଟରେ ସାତ ଜଣ ଲେଖାଏଁ ପାଇଥିବା ଜଣା ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ବୃତ୍ତି ପରୀକ୍ଷାରେ ନୀଳକଣ୍ଠନଗର ଶିଶୁବିଦ୍ୟାମନ୍ଦିରର ସଫଳତା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ୨୦୨୦ ଶିକ୍ଷାବର୍ଷ ପ୍ରକାଶିତ ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀମାନେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। ୩ୟ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳାଫଳରେ ପ୍ରତ୍ୟୁଷା ପାଢ଼ୀ, ଦକ୍ସିତା ମହାପାତ୍ର ଓ ବୈଶାଖୀ ଦେବୀ ସେହିପରି ୫ମ ଶ୍ରେଣୀ ଫଳାଫଳରେ ହରିପ୍ରିୟା ସାହୁ, ଅର୍ପିତା ଆଚାର୍ଯ୍ୟ, ପ୍ରୀତିରାଣୀ ଭୂୟାଁ ଓ ସୌମ୍ୟରଂଜନ ପାଣିଗ୍ରାହୀ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଗତ ତ୍ରିଦଶନ୍ଧି ଧରି ପ୍ରତିବର୍ଷ ଆମେ ଏହି ସଫଳତା ପାଉ ଅଛୁ – ଏହି ସଫଳତା ପଛରେ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ତ୍ୟାଗ, ତିତିକ୍ଷା, ସମର୍ପଣଭାବ, ପରିଚାଳନାସମିତିର ପ୍ରୋତ୍ସାହନ, ଅଭିଭାବକମାନଙ୍କ ସହଯୋଗ ସର୍ବୋପରି ଭଗବାନ ନୀଳକଣ୍ଠେଶ୍ୱରଙ୍କ କୃପାରୁ ସମ୍ଭବ ହୋଇପାରୁଛି ବୋଲି ପ୍ରଧାନାଚାର୍ଯ୍ୟ ଉମାଧବ ମହାନ୍ତି କହିଛନ୍ତି।

ଛାତ୍ରଛାତ୍ରୀମାନଙ୍କ ଏହି ରାଜ୍ୟସ୍ତରୀୟ ସ‘ଳତା ପାଇଁ ଅନୁଷ୍ଠାନ ପରିଚାଳନା ସମିତିର ସଭାପତି ଡଃ ଶ୍ରୀକାନ୍ତ ମହାପାତ୍ର, ଉପସଭାପତି ଡଃ. ହରିକୃଷ୍ଣ ନାୟକ, ସମ୍ପାଦକ ନାରାୟଣ ପଣ୍ଡା, ଯୁଗ୍ମ ସମ୍ପାଦିକା ଇଂ. ମମତା ପାଣିଗ୍ରାହୀ, କୋଷାଧ୍ୟକ୍ଷ ରବିନ୍ଦ୍ରନାଥ ଜେନା, ସଦସ୍ୟ ନିଳକଣ୍ଠ ସାହୁ, ସଦସ୍ୟା  ବାସନ୍ତି ବେହେରା, ଉପଦେଷ୍ଟା ଧର୍ମରାଜ ସାହୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ନରସିଂହ ଚୌଧୁରୀ, ହରିକୃଷ୍ଣ ପାଢ଼ୀ, ଶୁଦର୍ସନ ପାଢ଼ି, ବି. ଗଜପତି ରାଓ, ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଏସ୍‌. ମୋହନ ରାଓ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଉମାଧବ ମହାନ୍ତି, ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସମସ୍ତ ଅଭିଭାବକଙ୍କ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।