Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସରାପାଲିରେ ବୃଦ୍ଧଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

କନ୍ଦର୍ପ ବେହେରା
ରେଢାଖୋଲ: ପାରିବାରିକ କଳହରୁ ଆଜି ସକାଳେ ଜଣେ ବୃଦ୍ଧ ଏକ ଲିମ୍ବ ଗଛରେ ରଶି ଲଗାଇ ଆତ୍ମ ହତ୍ୟା କରିଥିବା ଜଣା ପଡିଛି।

ପ୍ରକାଶ ଯେ, ନାକଟିଦେଉଳ ଥାନା ସରାପାଲି ଗ୍ରାମର ଭକ୍ତବନ୍ଧୁ ପ୍ରଧାନ (୬୫) ଆଜି ସକାଳୁ ସକାଳୁ ସରାପାଲି – ଜୁରାପାଲି ରାସ୍ତାର ଏକ ଲିମ୍ବ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଜାଣି ପାରିଥିଲେ। ନାକଟିଦେଉଳ ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ଶବକୁ ଜବତ କରି ରେଢାଖୋଲ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ପାରିବାରିକ ଅଶାନ୍ତିରୁ ଆତ୍ମ ହତ୍ୟା କରିଥିବା କୁହାଯାଉଥିବା ବେଳେ ଭକ୍ତବନ୍ଧୁ ଏକ ରୋଗରେ ପିଡୀତ ଥିବାରୁ ସେ ମାନସିକ ଦୁଃଚିନ୍ତାରେ ଥିଲେ। ଏଥିପାଇଁ ବହୁ ଟଙ୍କା ମଧ୍ୟ ଖର୍ଚ୍ଚ କରିସାରିଥିଲେ ବୋଲି ଜଣାପଡିଛି। ମୃତକଙ୍କ ପତ୍ନି ଥିବା ବେଳେ ୨ ଝିଅ ଓ ଜଣେ ପୁଅ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଝିଅକୁ ସେ ବିବାହ କରିସାରିଛନ୍ତି। ସେ ସରାପାଲି ନିକଟସ୍ଥ ଗୋଧିଢିପ ଠାରେ ଏକ ସାଇକେଲ ଦୋକାନ ଦେଇ ପରିବାର ପ୍ରତିପୋଷଣ କରୁଥିଲେ। ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡିଛି।