Categories
ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ବିଜେପି ନେତା ବୃନ୍ଦାବନ କଳସଙ୍କ ପରଲୋକ, ଦଳ ସଭାପତିଙ୍କ ଶୋକ

ଭୂବନେଶ୍ୱର, ଭାରତୀୟ ଜନତା ପାର୍ଟୀର ପୂର୍ବତନ ରାଜ୍ୟ ଉପସଭାପତି ତଥା ବରିଷ୍ଠ ନେତା ଇଂ. ବୃନ୍ଦାବନ କଳସଙ୍କ ବିୟୋଗ ହୋଇଯାଇଛି। ଗତ କାଲି ରାତିରେ ୮୫ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସେ ୧୯୯୦ ମସିହାରୁ ବିଜେପି ଦଳ ସହ ଜଡିତ ରହି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ତୁଲାଇଥିଲେ ।

୧୯୯୫ ମସିହାରେ ଖୋର୍ଦ୍ଧା ବିଧାନସଭା ଏବଂ ୧୯୯୬ ମସିହାରେ ଭୂବନେଶ୍ୱର ଲୋକସଭା କ୍ଷେତ୍ରରୁ ବିଜେପିର ପ୍ରାର୍ଥୀ ଥିଲେ । ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ମଧ୍ୟ ଦାୟୀତ୍ୱ ନିର୍ବାହ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟ ଦାୟୀତ୍ୱ ସହ ରାଜ୍ୟ ଅଭିଯୋଗ ପ୍ରକୋଷ୍ଠ ଦାୟୀତ୍ୱରେ ବହୁ ଦିନ ଧରି ଥିଲେ ।

ଓସକାର୍ଡ ବ୍ୟାଂକ ସଭାପତି, ପୁରୀ ଗ୍ରାମ୍ୟ ବ୍ୟାଂକ ସଭାପତି ଭାବେ ନିଜ ଦାୟୀତ୍ୱ ତୁଲାଇଥିଲେ । ଗତ ୨୦୧୯ ମସିହାରେ ସ୍ୱର୍ଗତଃ କଳସଙ୍କୁ ରାଜ୍ୟସ୍ତରୀୟ ଅଟଳ ସମ୍ମାନରେ ସମ୍ମାନିତ କରାଯାଇଥିଲା ।ସ୍ୱର୍ଗତଃ କଳସଙ୍କ ଧର୍ମପତ୍ନୀ, ୩ ପୁଅ ଓ ବୋହୁ, ୧ ଝିଅ ଓ ଜ୍ୱାଇଁ, ନାତିନାତୁଣୀ ଅଛନ୍ତି ।

ଗତ ଏପ୍ରିଲ ୬ ତାରିଖ ବିଜେପି ପ୍ରତିଷ୍ଠା ଦିବସ ଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତଃ କଳସଙ୍କ ସହ ଫୋନ ଯୋଗେ କଥାବାର୍ତା ହୋଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ । ତାଙ୍କ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଶୋକ ପ୍ରକାଶ କରିଛନ୍ତି।