Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଗହମର ବେଆଇନ ମହଯୁଦ ଓ କଳାବଜାରକୁ ରୋକିବା ପାଇଁ ୧୬୨୭ ସ୍ଥାନରେ ତନଖି

ନୂଆଦିଲ୍ଲୀ: ଖୋଲା ବଜାରରେ ଗହମର ଉପଲବ୍ଧତା ବୃଦ୍ଧି ତଥା ଏହାର ମୂଲ୍ୟକୁ ସ୍ଥିର ରଖିବାକୁ କେନ୍ଦ୍ର ସରକାର କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି । ୨୦୨୩ ନଭେମ୍ବର ଏକ ତାରିଖରୁ ଘରୋଇ ମୁକ୍ତ ବଜାର ବିକ୍ରି ଯୋଜନାରେ ନିଲାମଡକାଳୀ(ବିଡର)ସରକାରଙ୍କଠାରୁ ୨୦୦ ମେଟ୍ରିକ ଟନ୍ ଗହମ କିଣିପାରିବେ । ଆଗରୁ ଏହି ଯୋଜନାରେ ସର୍ବାଧିକ ୧୦୦ ମେଟ୍ରିକ ଟନ୍ ଗହମ ନିଲାମର ବ୍ୟବସ୍ଥା ଥିଲା । ଏବେ  ସରକାର ଏହାକୁ ୨୦୦ ମେଟ୍ରିକ ଟନ୍‌କୁ ବୃଦ୍ଧି କରିଛନ୍ତି । କେନ୍ଦ୍ରୀୟ ବଫର ଷ୍ଟକରୁ ଏହି ଗହମ ସରକାର ନିଲାମ କରିବେ । ସର୍ବାଧିକ କ୍ରୟ ମୂଲ୍ୟ ଡାକରା ଦେଇଥିବା ନିଲାମଧାରୀ ସମ୍ପୃକ୍ତ ଗ୍ରହମ କିଣିବାରେ ସୁଯୋଗ ପାଇବେ। ସେହିଭଳି ସମଗ୍ର ଦେଶ ପାଇଁ ଗହମର ଇ-ଅକ୍‌ସନ (ନିଲାମ) ପରିମାଣ ପୂର୍ବରୁ ୨ଲକ୍ଷ ମେଟ୍ରିକ ଟନଥିଲା। ଏବେ ଏହାକୁ ସରକାର ୩ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି କରିଛନ୍ତି ।

ବଜାରରେ ଗହମ, ଅଟା, ଚାଉଳ ଆଦିର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ହସ୍ତକ୍ଷେପ କରିଛନ୍ତି। ଏଥିପାଇଁ ପ୍ରତି ସପ୍ତାହରେ ଚାଉଳ ଓ ଗହମର ଇ-ନିଲାମ ବ୍ୟବସ୍ଥା କରାଯାଇଛି। ୨୦୨୩-୨୪ରେ ଅଷ୍ଟାଦଶ ଇ-ନିଲାମ ଚଳିତମାସ (ଅକ୍ଟୋବର )୨୬ ତାରିଖରେ କରାଯାଇଥିଲା। ଏଥିରେ ଦେଶର ୪୪୪ ଡିପୋରୁ୨.୦୧ ଲକ୍ଷ ମେଟ୍ରିକ ଟନ୍ ଗହମ ନିଲାମ କରାଯାଇଛି।

ଏହି ଇ-ନିଲାମରେ ୨୭୬୩ ଗହମ କିଣିବାକୁ ତାଲିକାଭୁକ୍ତ କ୍ରେତା ସାମିଲ ହୋଇଥିଲେ। ଏଥିରେ ୨୩୧୮ ସଫଳ ବିଡରଙ୍କୁ ୧. ୯୨ ଲକ୍ଷ ମେଟ୍ରିକ ଟନ୍ ଗହମ ବିକ୍ରି କରାଯାଇଛି।

ସାଧାରଣ ଉତ୍ତମ ମାନ (ଏଫଏକ୍ୟୁ) ଗହମର ବିକ୍ରିମୂଲ୍ୟ କୁଇଣ୍ଟାଲ ପିଛା ୨୨୫୧ ଟଙ୍କା ୫୭ ପଇସା ଥିଲା। ତେବେ ଏହାର ସଂରକ୍ଷିତ ମୂଲ୍ୟ ରଖାଯାଇଥିଲା ୨୧୫୦ ଟଙ୍କା। ସେହିଭଳି ନିର୍ଦ୍ଦିଷ୍ଟ ମାନଠାରୁ କମ୍ ମାନ ଥିବା ଗହମ (ୟୁଆର୍‌ଏସ୍‌)ର କୁଇଣ୍ଟାଲ ପିଛା ସର୍ବଭାରତୀୟ ହାରାହାରୀ ବିକ୍ରିମୂଲ୍ୟ ୨୧୨୫ଟଙ୍କା ଧାର୍ଯ୍ୟ କରାଥିବାବେଳେ ଏହା ୨୩୧୭ ଟଙ୍କା ୮୫ ପଇସାରେ ନିଲାମ ହୋଇଛି।

ବ୍ୟବସାୟୀମାନଙ୍କୁ ଗହମର ମୁକ୍ତ ବଜାର ବିକ୍ରି ଯୋଜନା  ଓଏମ୍‌ଏସ୍‌ଏମ‌(ଡି)ର ପରିସରରୁ ବାହାରେ ରଖାଯାଇଛି । ସେମାନଙ୍କୁ ବେଆଇନ ମହଜୁଦ ଓ କଳାବଜାରୀରୁ  ଦୂରେଇ ରଖିବାକୁ ନିୟମିତ ତନଖି ଷ୍ଟକ୍ ଚେକ୍ କରାଯାଉଛି। ଯେଉଁମାନେ ଇ-ନିଲାମରେ ଗହମ କିଣୁଛନ୍ତି ସେମାନଙ୍କ ଅଟାକଳ ଓ ଗୋଦାମର ତନଖି ନିୟମିତ ହେଉଛି। ୨୦୨୩ ଅକ୍ଟୋବର ୨୬ ସୁଦ୍ଧା ୧୬୨୭ସ୍ଥାନରେ ଏଭଳି ତନଖି କରାଯାଇଛି।