Categories
ଆଜିର ଖବର ରାଜ୍ୟ ଖବର

ଘର ପୋଡ଼ି ଘଟଣାରେ ୯ ପରିବାର ସର୍ବସ୍ବାନ୍ତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ବେଗୁନିଆ ପଡ଼ା ବ୍ଳକ ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତ ଗୁଡିଆଳି ଗ୍ରାମରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟି ୧୫ ବଖରା ଘର ପୋଡି ଧ୍ୱଂସ ହୋଇଯାଇଥିବା ବେଳେ ୯ ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି। ବିଦ୍ୟୁତ ତାର ସଟସର୍କିଟ୍ ଯୋଗୁଁ ଏହି ଭଳି ଘଟଣା ଘଟିଛି। ଏହି ପରିସ୍ଥିତିରେ ନିଆଁ ଲିଭାଇବା ପାଇଁ ଗ୍ରାମବାସୀ ବହୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ ପାରିନଥିଲେ।

ଖବର ପାଇ କୋଦଳା ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରି ନିଆଁ ଲିଭାଇଥିଲେ। ସ୍ଥାନୀୟ ଜନ ପ୍ରତିନିଧି ଓ ରାଜସ୍ବ ନୀରିକ୍ଷକ ଘଟଣାସ୍ଥଳରେ ପହଞ୍ଚି ଅଭାବନୀୟ ଘଟଣା ଦେଖିବା ସହ କ୍ଷୟକ୍ଷତିର ଆକଳନ କରିଛନ୍ତି ଓ ବର୍ତ୍ତମାନ ପରିସ୍ଥିତିରେ ସର୍ବସ୍ବାନ୍ତ ହୋଇଯାଇଥିବା ପରିବାରକୁ ତୁରନ୍ତ ସାହାଯ୍ୟ ଓ ସହାୟତା କରିବା ପାଇଁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି।

Categories
ଆଞ୍ଚଳିକ

ବେଗୁନିଆ ପଡ଼ା ବ୍ଳକ ପଞ୍ଚାୟତ ସମିତିର ଦ୍ଵିତୀୟ ବୈଠକ ଅନୁଷ୍ଠିତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପଞ୍ଚାୟତ ସମିତିର ଦ୍ଵିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ରେଣୁବାଳା ଗୌଡ଼ଙ୍କ ସଭାପତିତ୍ବରେ ଏହି ବୈଠକରେ ବିଧାୟିକା ଲତିକା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ ଓ ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ଥାନା ଅଧିକାରୀ ପୁର୍ଣ୍ଣ ଚନ୍ଦ୍ର ପ୍ରଧାନ ଓ ସହକାରୀ ଯନ୍ତ୍ରୀ ଗୌଡ଼ ପ୍ରମୁଖ ମଞ୍ଚାସୀନ ଥିଲେ।

ଉକ୍ତ ବୈଠକରେ ବ୍ଳକ ଅଞ୍ଚଳରୁ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ମାନେ ଯୋଗ ଦେଇ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଯଥା ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ, କୃଷି, ଅଙ୍ଗନବାଡ଼ି କେନ୍ଦ୍ର ଓ ଆଇନ ଶ୍ରୁଙ୍ଖଳା ପରିସ୍ଥିତି ଓ ନିରାପତ୍ତା ସମସ୍ୟା ବିଷୟରେ ଆଲୋଚନା କରିବା ସହ ସାଧାରଣ ଜନତାଙ୍କ ମୌଳିକ ସମସ୍ୟା ଗୁଡିକ ଯଥା ଶିଘ୍ର ସମାଧାନ ପାଇଁ ଦାବି ଉପସ୍ଥାପନ କରିଥିଲେ।