Categories
ଆଜିର ଖବର ରାଜ୍ୟ ଖବର

ଶେଷ ନିଶ୍ଵାସ ତ୍ୟାଗ କଲେ ବେଗୁନିଆ-ବୋଲଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ

ଭୁବନେଶ୍ବର: ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ବେଗୁନିଆ-ବୋଲଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ବରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ ହୋଇଛି।

୧୯୫୩ ସେପ୍ଟେମ୍ବର ୨୦ ତାରିଖରେ ସୁରେନ୍ଦ୍ର ଜନ୍ମଗ୍ରହଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ଏନେଇ ପରିବାର ପକ୍ଷରୁ ସୂଚନା ମିଳିଛି। ସେ ୧୯୯୦ ମସିହାରେ ଜନତାଦଳରୁ ନିର୍ବାଚନ ଲଢି ବିଧାୟକ ହୋଇଥିଲେ।