Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗଞ୍ଜେଇ ଓ ମୋଟରସାଇକେଲ ଜବତ, ଚାଲାଣ କାରୀ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବେଲଗୁଣ୍ଠା ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏକ ୟାମାହା ମୋଟରସାଇକେଲକୁ ସନ୍ଦେହ ଜନକ ଭାବେ ଅଟକାଇ ଯାଞ୍ଚ କରିଥିଲା। ସେହି ସମୟରେ ମୋଟରସାଇକେଲରୁ ୨୧ କିଲୋ ଗଞ୍ଜେଇ ଜବତ କରାଯାଇଛି ଓ ଗଞ୍ଜେଇ ଚାଲାଣ କାରୀ ପ୍ରଦୀପ କୁମାର ଦଳେଇ ନାମକ ଜଣେ ଯୁବକକୁ ଗିରଫ କରିଛି। ଚାଲାଣ କାରୀଙ୍କୁ କେଶ୍ ନଂ ୨୩୨/୨୩ ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।

ଗିରଫ ଯୁବକ ଜଣକ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ବଡ ଗୋରଡା ଗ୍ରାମର ବୋଲି ଜଣାପଡିଛି।

Categories
ଆଞ୍ଚଳିକ ଧର୍ମ

ବେଲଗୁଣ୍ଠା ଥାନା ଗୁଡିପଲୀ ଗ୍ରାମରେ ପଞ୍ଚୁ ଦଣ୍ଡ ମିଳନ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗୁଡିପଲୀ ଗ୍ରାମରେ ବିଭିନ୍ନ ସାହି ଯଥା ଗୁଡିପଲୀ, ସୁନାରି ସାହି, ବଢେଇ ସାହି, ସରପଲୀ ଓତଳ ଗୁଡିପଲୀର କୋଠ ଅନୁଷ୍ଠାନ ତରଫରୁ କୋଠ କମିଟି କର୍ମକର୍ତ୍ତାଙ୍କ ସହଯୋଗରେ ପଞ୍ଚୁ ଦଣ୍ଡ ମିଳନ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଏହି ମିଳନ କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମର ଦଣ୍ଡନାଚ ଦଳ ଯଥା ନାରୀଗୋଚ୍ଛା, ସିଂହ ମର୍ଦ୍ଦନ, ଝାଡଭୁଇଁ ଓ କୁଶପଲୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ରୀତିନୀତି ଅନୁଯାୟୀ ପଞ୍ଚୁ ଦଣ୍ଡ ମିଳନ କମିଟି ପକ୍ଷରୁ ସକାଳେ ମାଁ ଙ୍କୁ ଆବାହନ ପରେ ଖରାବେଳେ ଧୁଳି ଦଣ୍ଡ, ସନ୍ଧ୍ୟାରେ ଗ୍ରାମ ପୋଖରୀରେ ପାଣି ଦଣ୍ଡ ଓ ରାତ୍ରୀରେ ଦଣ୍ଡ କାଳିଙ୍କର ଅନ୍ନ ଭୋଗ ପରେ ଦଣ୍ଡ ନାଚ ଭୁକ୍ତା ଓ ଗ୍ରାମବାସୀ ପ୍ରସାଦ ସେବନ ପରେ କାଳି ନାଚ ଆରମ୍ଭ ହୋଇ ବିଭିନ୍ନ ପୌରାଣିକ ନାଟକ ପରିବେଷଣ ହୋଇଥିଲା।

ଏହି ଦଣ୍ଡ ମିଳନ କାର୍ଯ୍ୟକ୍ରମରେ ୩୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିଲେ।ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ ସାହୁ ନିଜ ଥାନା କର୍ମଚାରୀମାନଙ୍କୁ ନେଇ ଆଇନ୍ ଶ୍ରୁଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ତିନି ମାସ ପରେ ଉଦ୍ଧାର ହେଲେ ନିଖୋଜ ଯୁବତୀ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗିରିସୋଲା ଗ୍ରାମର ରଶ୍ମିତା ନାୟକ ନାମ୍ନୀ ଜଣେ ୧୭ ବର୍ଷୀୟା ଯୁବତୀ ନିଖୋଜ ହୋଇଯାଇଥିଲେ। ଏନେଇ ଯୁବତୀଙ୍କ ମାଁ ବେଲଗୁଣ୍ଠା ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ପୋଲିସ ଏତଲା ନଂ ୪୩୫/୨୨ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଏହା ମଧ୍ୟରେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଛତିଶଗଡ଼ ରାଜଧାନୀ ରାୟପୁର ଅଞ୍ଚଳରୁ ଜଣେ ସମ୍ପର୍କୀୟଙ୍କ ଘରୁ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଏବଂ ସେଠାରୁ ଓଡିଶା ଆଣି ଭଞ୍ଜନଗର ଅଦାଲତରେ ବ୍ୟକ୍ତିଗତ ରେକର୍ଡ କରିବା ପରେ ଯୁବତୀଙ୍କୁ ତାଙ୍କ ମା’ଙ୍କୁ ହସ୍ତାନ୍ତର କରିଥିଲେ।