Categories
ଆଞ୍ଚଳିକ ରାଜ୍ୟ ଖବର

ବିଜେବି କଲେଜରେ ବୈଭବୀ ଦାଶଙ୍କୁ ଉଦୟନାଥ ସ୍ମାରକୀ ସମ୍ମାନ ପ୍ରଦ‌ାନ

ଭୁବନେଶ୍ବର : ଯୁକ୍ତ ୩ରେ ବିଜେବି ମହାବିଦ୍ୟାଳୟରେ ଆନ୍ଥ୍ରୋପଲୋଜି ବିଭାଗରେ ସର୍ବଶ୍ରେଷ୍ଟ ନମ୍ବର ରଖିଥିବା ବୈଭବୀ ଦାଶଙ୍କୁ ଉଦୟନାଥ ସ୍ମାରକୀ ସମ୍ମାନ ପ୍ରଦ‌ାନ କରାଯାଇଛି। ଏଥି ସହ ୪ହଜାର ଟଙ୍କା ପୁରଷ୍କାର ରାଶି ପ୍ରଦାନ କରାଯାଇଛି।

ଏହି ସମ୍ମାନ ପ୍ରଦାନ ବେଳେ କଲେଜର ଅଧ୍ୟକ୍ଷ ଡ଼ ନିରଞ୍ଜନ ମିଶ୍ର, କଲେଜର ଆନ୍ଥ୍ରୋପଲୋଜି ବିଭାଗ ମୁଖ୍ୟ ଇତିଶ୍ରୀ ପାଢ଼ୀ ଓ ସୋସୋଲଜି ବିଭାଗ ମୁଖ୍ୟ ବିଭାବରୀ ବଳ ପ୍ରମୁଖ ଉପସ୍ଥିତଥିଲେ।