ଭୁବନେଶ୍ୱର: ବିଗତ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଆଖୁଆପଦା ଠାରେ ବୈତରଣୀର ବିପଦ ସଂକେତ 17.83 ମିଟର ରହିଛି । ଆଜି ସକାଳ 7ଟା ସୁଦ୍ଧା ଏଠାରେ 17.56 ମିଟର ଥିଲା । ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇଥିବାରୁ ବିଭିନ୍ନ ବ୍ଲକର ତଳିଆ ଅଂଚଳର ଚାଷ ଜମି ଜଳମଗ୍ନ ହୋଇଛି ।
ସେହିପରି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ମଥାନିରେ ଜଳକାରେ ବିପଦ ସଂକେତ ଅତିକ୍ରମ କରିଛି । ଏଠାରେ ବିପଦ ସଂକେତ 5.5 ମିଟର ଥିବା ବେଳେ ଜଳସ୍ତର 6.6 ମିଟର ରହିପାରିବ । ଫଳରେ ବନ୍ୟା ଆଶଙ୍କା ଯୋଗୁଁ ତଳିଆ ଅଂଚଳର ଲୋକେ ଆତଙ୍କିତ ହୋଇଛନ୍ତି ।
ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବାରୁ ବଲାଙ୍ଗୀର, ନବରଙ୍ଗପରୁ, ନୂଆପଡ଼ା, କଳାହାଣ୍ଡି, କଟକ, ଖୋର୍ଦ୍ଧା ଜିଲ୍ଲା ସମତେ 23ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି।