Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବିଶ୍ବର ଶକ୍ତି କେନ୍ଦ୍ର ହେବାକୁ ଯାଉଛି ଭାରତର ଆର୍ଥିକ ଅଭିବୃଦ୍ଧି: ଫୋରେକ୍ସ ୭୦୦ ବିଲିୟନ ଡଲାରରୁ ଅଧିକ

ନୂଆଦିଲ୍ଲୀ: ମୁମ୍ବାଇର ଏକ ବିଶାଳ ବଜାରରେ, ବିକ୍ରେତାମାନେ ତାଜା ଉତ୍ପାଦ ବିକ୍ରି କରୁଛନ୍ତି କାରଣ ଗୋଟିଏ ଛୋଟ ବାକ୍ସ ଗ୍ରାହକଙ୍କ ଡିଜିଟାଲ ପେମେଣ୍ଟକୁ ହିନ୍ଦୀ, ଇଂରାଜୀ ଏବଂ ମରାଠୀରେ ଘୋଷଣା କରିବା ସହିତ ତାହାକୁ ଶବ୍ଦ ସହିତ ଯୋଡିଛି। ଏହି ଚିତ୍ତାକର୍ଷକ ଦୃଶ୍ୟ ଏକ ରାଷ୍ଟ୍ରକୁ ଗତିଶୀଳ କରିଥାଏ, ଯେଉଁ ଦେଶ ଅର୍ଥନୈତିକ ରେକର୍ଡ ଭାଙ୍ଗିଛି ଏବଂ ଆଗାମୀ ବର୍ଷରେ ଏହା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି।

ପ୍ରଖ୍ୟାତ ହାର୍ଭାର୍ଡ ପ୍ରଫେସର ଲ୍ୟାରି ସମର୍ସଙ୍କ ଅନୁଯାୟୀ, ଭାରତ ଅନ୍ୟମାନଙ୍କ ତୁଳନାରେ ଅର୍ଥନୈତିକ ରୂପାନ୍ତରର ପଥରେ ଠିଆ ହୋଇଛି। “ମୁଁ ଆଶା କରୁଛି ଯେ ବର୍ତ୍ତମାନ ଠାରୁ ଭାରତର ସ୍ବାଧୀନତାର ୧୦୦ତମ ବାର୍ଷିକୀ ମଧ୍ୟରେ ଭାରତୀୟ ଅର୍ଥନୀତି ବର୍ତ୍ତମାନର ସ୍ତରରୁ ଛଅ ଗୁଣ ବୃଦ୍ଧି ପାଇପାରେ। ଏବଂ ମୁଁ ଭାବୁଛି ଆସନ୍ତା ପାଞ୍ଚ ବର୍ଷ, ଦଶ ବର୍ଷ ଏବଂ ପରବର୍ତ୍ତୀ ପୀଢିରେ ବିଶ୍ବର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବାନେଇ ଭାରତର ବହୁତ ବଡ ଆଶା ଅଛି।

ଅକ୍ଟୋବର ୨୦୨୪ ସୁଦ୍ଧା, ଭାରତର ବୈଦେଶିକ ମୁଦ୍ରା (ଫରେକ୍ସ) ଭଣ୍ଡାର ୭୦୧ ବିଲିୟନ ଡ଼ଲାରରେ ପହଞ୍ଚିଛି, ଯାହା ଚୀନ୍‍, ଜାପାନ ଏବଂ ସ୍ୱିଜରଲ୍ୟାଣ୍ଡ ପରେ ୭୦୦ ବିଲିୟନ ଡଲାର ଅତିକ୍ରମ କରିବାରେ ଏହା ବିଶ୍ବର ଚତୁର୍ଥ ଦେଶ ହୋଇପାରିଛି। ଏହି ମାଇଲଖୁଣ୍ଟ କେବଳ ଧନର ଏକ ଭଣ୍ଡାର ନୁହେଁ ବରଂ ବିଶ୍ବର ଆର୍ଥିକ ଅନିଶ୍ଚିତତାକୁ ଦେଖିବା ଏବଂ ଏହାର ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଆବଶ୍ୟକତାକୁ ସମର୍ଥନ କରିବା ପାଇଁ ଦେଶର ବଢୁଥିବା କ୍ଷମତାକୁ ସୂଚିତ କରୁଛି।

କେବଳ ଜାନୁଆରୀ ୨୦୨୪ ଠାରୁ, ଏହି ଭଣ୍ଡାରଗୁଡିକ ୮୪ ବିଲିୟନ ଡ଼ଲାରରେ ବୃଦ୍ଧି ପାଇଛି। ଏହି ଭଣ୍ଡାରଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧିକୁ ପ୍ରତିନିଧିତ୍ୱ କରେ ଯାହା ଭାରତକୁ ବିଶ୍ୱ ସ୍ତରରେ ଆତ୍ମବିଶ୍ୱାସରେ ନିୟୋଜିତ କରିବାକୁ ଅନୁମତି ଦେଇଥାଏ। ସମର୍ସ ମନ୍ତବ୍ୟ ଦେଇଛନ୍ତି, “ଆଜି ଭାରତରେ ୬୦୦ ବିଲିୟନ ଡଲାର (ବର୍ତ୍ତମାନ ୭୦୧ ବିଲିୟନ ଡ଼ଲାର୍) ରହିଛି ଏବଂ ଏହା ବିଶ୍ବର ଦେଶମାନଙ୍କୁ ଏକ ଉଦାର ସହାୟତା ପ୍ରଦାନକାରୀ ଅଟେ।” ଟୀକା ମୈତ୍ରୀ କାର୍ଯ୍ୟକ୍ରମ ପରି ପଦକ୍ଷେପ ଦ୍ବାରା ଏହାର ଉଦାହରଣ ଦିଆଯାଇଛି, ଯାହା ଅଗଷ୍ଟ ୨, ୨୦୨୪ ସୁଦ୍ଧା ୯୯ ଟି ଦେଶକୁ ୩୦ କୋଟିରୁ ଅଧିକ କୋଭିଡ-୧୯ ଟିକା ପ୍ରଦାନ କରି ସ୍ୱାସ୍ଥ୍ୟ କୂଟନୈତିକ ସ୍ତରରେ ବିଶ୍ବର ଅଗ୍ରଣୀ ଭାବରେ ଭାରତର ଭୂମିକାକୁ ଦୃଢ କରିପାରିଛି ଏବଂ ଅର୍ଥନୈତିକ ଶକ୍ତି ମାଧ୍ୟମରେ କୋମଳ ଶକ୍ତି ପ୍ରୟୋଗ କରିବାର କ୍ଷମତା ପ୍ରଦର୍ଶନ କରିଛି।

ଭାରତର ଆନ୍ତର୍ଜାତୀୟ ଆଭିମୁଖ୍ୟ ଏହାର ବଢୁଥିବା ବିଶ୍ୱ ସ୍ତରର ଏକ ପ୍ରମୁଖ ସୂଚକ ହୋଇଥିବାବେଳେ ଘରୋଇ ଦୃଷ୍ଟିକୋଣ ମଧ୍ୟ ଆଶାବାଦୀ ରହିଛି। ବିଶ୍ବବ୍ୟାଙ୍କର ସମ୍ପ୍ରତି ଇଣ୍ଡିଆ ଡେଭଲପମେଣ୍ଟ ଅପଡେଟ୍‍ (ଆଡିୟୁ) ଏହି ପରିବର୍ତ୍ତନକୁ ଆଲୋକିତ କରି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୭% ଜିଡିପି ଅଭିବୃଦ୍ଧି ହାରକୁ ଆକଳନ କରିଛି ଏବଂ ଭାରତକୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ପ୍ରମାଣିତ କରିଛି। ଏହି ଅଭିବୃଦ୍ଧିକୁ ପୂରଣ କରି ସରକାର ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭିତ୍ତିଭୂମି ପାଇଁ ଦୃଢ ଆର୍ଥିକ ସହାୟତା ବଜାୟ ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ର ବଜେଟ୍ ୨୦୨୪-୨୫ ରେ, ପୁଞ୍ଜି ବ୍ୟୟ ପାଇଁ ₹ ୧୧,୧୧,୧୧୧ କୋଟି ଆବଣ୍ଟନ କରାଯାଇଛି, ଯାହା ଜିଡିପିର ୩.୪ ପ୍ରତିଶତ ସହିତ ସମାନ। ୨୦୨୦-୨୧ ରେ ଏହା ୪.୧ ଲକ୍ଷ କୋଟିର ପୁଞ୍ଜି ବ୍ୟୟରୁ ଏକ ମହତ୍ତ୍ୱପୂର୍ଣ୍ଣ ବୃଦ୍ଧିକୁ ପ୍ରତିପାଦିତ କରିଥାଏ, ଯାହା ଆର୍ଥିକ ଏକୀକରଣ ଏବଂ ଅନ୍ୟାନ୍ୟ ପ୍ରାଥମିକତା ଉପରେ ଗୁରୁତ୍ୱ ଦେଇ ଭିତ୍ତିଭୂମି ବିକାଶ ଉପରେ ସରକାରଙ୍କ ବର୍ଦ୍ଧିତ ଧ୍ୟାନକୁ ଦର୍ଶାଇଥାଏ।

ବ୍ୟବସାୟ ଏବଂ ଉଦ୍ୟୋଗୀଙ୍କୁ ଆକର୍ଷିତ କରିବା ପାଇଁ ଏକ ଅନୁକୂଳ ଏବଂ ସ୍ଥିର ପରିବେଶ ଗଠନ କରି ଏହି ଭିତ୍ତିଭୂମି ସହାୟତା ପୂର୍ଣ୍ଣ ହୋଇଥାଏ। ୨୦୧୪ ରେ ମେକ୍ ଇନ୍ ଇଣ୍ଡିଆ ପ୍ରୋତ୍ସାହନର ଶୁଭାରମ୍ଭ ଦେଶକୁ ଏକ ବିଶ୍ୱ ଉତ୍ପାଦନ ହବ୍ ଭାବରେ ପ୍ରତିଷ୍ଠା ଦିଗରେ ଏକ ପ୍ରମୁଖ ପରିବର୍ତ୍ତନକୁ ଚିହ୍ନିତ କରିଛି। ବନ୍ଦେ ଭାରତ ଟ୍ରେନ୍, ଭାରତୀୟ ଉତ୍ପାଦନର ଦକ୍ଷତାର ଏକ ପ୍ରମାଣ, ଏହା ହେଉଛି ଦେଶର ପ୍ରଥମ ସ୍ୱଦେଶୀ ସେମି ହାଇ ସ୍ପିଡ୍ ଟ୍ରେନ୍। ୧୦୨ଟି କାର୍ଯ୍ୟକ୍ଷମ ଟ୍ରେନ୍ ସେବା ସହିତ ସେଗୁଡିକ ଆଧୁନିକ, ଅତ୍ୟାଧୁନିକ ଭ୍ରମଣ ଅଭିଜ୍ଞତା ପ୍ରଦାନ ଏବଂ ଉନ୍ନତ ରେଳ ପ୍ରଯୁକ୍ତିବିଦ୍ୟାରେ ଦେଶର ବଢୁଥିବା ପାରଦର୍ଶୀତାକୁ ପ୍ରଦର୍ଶନ କରୁଛନ୍ତି।

ଘରୋଇ ବଜାରରେ ବିକ୍ରି ହେଉଥିବା ସ୍ମାର୍ଟଫୋନର ୯୯.୨% ଉତ୍ପାଦନ କରି ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଉତ୍ପାଦନକାରୀ ହୋଇ ଭାରତର ଉତ୍ପାଦନ କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ୨୦୨୩-୨୪ ମସିହାରେ, ଭାରତର ମୋବାଇଲ୍ ଫୋନ୍ ରପ୍ତାନି ପ୍ରାୟ ୧.୨ ଲକ୍ଷ କୋଟି ଛୁଇଁଥିଲା, ଯାହା ୨୦୧୪-୧୫ ରୁ ୭୭ ଗୁଣର ଉଲ୍ଲେଖନୀୟ ବୃଦ୍ଧିକୁ ପ୍ରତିଫଳିତ କରିଥିଲା। ଅଧିକନ୍ତୁ, ୨୦୨୩-୨୪ ମସିହାରେ ଭାରତର ପ୍ରତିରକ୍ଷା ଉତ୍ପାଦନ ୨୭୧.୨୭ ଲକ୍ଷ କୋଟିରେ ପହଞ୍ଚିଛି ଏବଂ ପ୍ରତିରକ୍ଷା ରପ୍ତାନି ୨୧,୦୦୦ କୋଟି ଅତିକ୍ରମ କରି ୯୦ ରୁ ଅଧିକ ଦେଶରେ ପହଞ୍ଚିଛି। ଏହି ସଫଳତାକୁ ପାଥେୟ କରି ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ସାମଗ୍ରିକ ବାଣିଜ୍ୟ ରପ୍ତାନି ୪୩୭.୦୬ ବିଲିୟନ ଡ଼ଲାରରେ ପହଞ୍ଚିଛି, ଯାହା ବିଶ୍ବ ବାଣିଜ୍ୟରେ ଏହାର ବଢୁଥିବା ଭୂମିକାକୁ ଦର୍ଶାଉଛି।

ଦେଶର ଶିଳ୍ପ ଅଭିବୃଦ୍ଧି ଏହାର ରପ୍ତାନି କ୍ଷମତାକୁ ବୃଦ୍ଧି କରୁଥିବାରୁ ଏହାର ଅର୍ଥନୈ ତିକ ବିବର୍ତ୍ତନରେ ଭାରତର ଡିଜିଟାଲ ପରିବର୍ତ୍ତନ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ୨୦୧୫ ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଅଭୂତପୂର୍ବ ସଂଯୋଗ ଏବଂ ଅନ୍ତର୍ଭୂକ୍ତି ପାଇଁ ଦେଶକୁ ଏକ ଡିଜିଟାଲ୍ କ୍ଷମତାପନ୍ନ ସମାଜରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି। ୧୧ କୋଟିରୁ ଅଧିକ ଚାଷୀ ବର୍ତ୍ତମାନ କାନାଡା ଏବଂ ଫ୍ରାନ୍ସର ଜନସଂଖ୍ୟାକୁ ଅତିକ୍ରମ କରି ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ମାନ ନିଧି ଭଳି ପଦକ୍ଷେପ ମାଧ୍ୟମରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଗ୍ରହଣ କରୁଛନ୍ତି। ଏହି ପଦକ୍ଷେପ ଗ୍ରାମୀଣ ଅର୍ଥନୀତିକୁ ପରିବର୍ତ୍ତନ କରି ପ୍ରତ୍ୟେକ ଭାରତୀୟଙ୍କୁ ୧୩୭ କୋଟି ଆଧାର ନମ୍ବର ମାଧ୍ୟମରେ ଡିଜିଟାଲ ପରିଚୟ ପ୍ରଦାନ କରିଥିଲା।

ଏହି ଡିଜିଟାଲ୍ କାରବାରର ଏକ ବଡ ସଫଳତା ହେଉଛି ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ର ବୃଦ୍ଧି, ଏକ ବୈପ୍ଳବିକ ପେମେଣ୍ଟ ସିଷ୍ଟମ ଯାହା ଭାରତୀୟମାନେ କିପରି କାରବାର କରନ୍ତି ତାହା ପରିବର୍ତ୍ତନ କରିଛନ୍ତି । ୟୁପିଆଇ କାରବାର ୨୦୧୭-୧୮ ଆର୍ଥିକ ବର୍ଷରେ ୯୨ କୋଟିରୁ ୨୦୨୩-୨୪ ଆର୍ଥିକ ବର୍ଷରେ ୧୩,୦୦୦ କୋଟିରୁ ଅଧିକ ବୃଦ୍ଧି ପାଇଛି, ଯାହା ବାର୍ଷିକ ଅଭିବୃଦ୍ଧି ହାର ୧୨୯% ଅଟେ। ୟୁପିଆଇ ବର୍ତ୍ତମାନ ଡିଜିଟାଲ୍ ପେମେଣ୍ଟ ପାଇଁ ଏକ ବିଶ୍ବସ୍ତରୀୟ ମାନଦଣ୍ଡ ସହିତ, ଭାରତର ଡିଜିଟାଲ୍ ରୂପାନ୍ତର ବିଶ୍ବର ଅନୁକରଣ ପାଇଁ ଏକ ଅନୁଧ୍ୟାନ କ୍ଷେତ୍ରରେ ପରିଣତ ହୋଇଛି।

ଭାରତର ଅର୍ଥନୈତିକ ସଂସ୍କାର ଏବଂ ଡିଜିଟାଲ ପଦକ୍ଷେପଗୁଡ଼ିକର ସଫଳତାକୁ ଅଣଦେଖା କରାଯାଇ ପାରିବନାହିଁ। ୨୦୧୪ ରୁ ୨୦୨୦ ମଧ୍ୟରେ ଭାରତ ନିୟାମକ ସଂସ୍କାରକୁ ପ୍ରତିଫଳିତ କରି ବିଶ୍ବବ୍ୟାଙ୍କର ସହଜ ବ୍ୟବସାୟ ମାନ୍ୟତାରେ ୧୪୨ ତମ ସ୍ଥାନରୁ ୬୩ ତମ ସ୍ଥାନକୁ ବୃଦ୍ଧି ପାଇଛି। ଏହି ଅଗ୍ରଗତି ନିବେଶକଙ୍କ ଆତ୍ମବିଶ୍ୱାସ ବଢାଇ ଭାରତକୁ ଏକ ଆର୍ନ୍ତଜାତୀୟ ପୁଞ୍ଜି ବିନିଯୋଗ ଲକ୍ଷ୍ୟସ୍ଥଳରେ ପରିଣତ କରିଛି।

ଭାରତର ଅର୍ଥନୀତି ବୃଦ୍ଧିପାଇବା ସହିତ ଏହାର ଆନ୍ତର୍ଜାତୀୟ ସ୍ତରରେ ବିକାଶ ହେଉଛି। ୨୦୨୩ ମସିହାରେ, ଭାରତ ନିଜ ଅଧ୍ୟକ୍ଷତାରେ ଜି -୨୦ ନେତାଙ୍କ ଶିଖର ସମ୍ମିଳନୀ ଆୟୋଜନ କରିଥିଲା, ଯାହା ବିଶ୍ବସ୍ତରୀୟ ନେତୃତ୍ୱ ଯାତ୍ରା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ। ବିଶ୍ବର ବିଭିନ୍ନ ଦେଶଗୁଡିକରୁ ୧ ଲକ୍ଷରୁ ଅଧିକ ପ୍ରତିନିଧୀଙ୍କୁ ଆକର୍ଷିତ କରିଥିବା ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀ ନେତାଙ୍କ ଘୋଷଣାନାମା ସହିତ ଶେଷ ହେବା ସହ ବହୁପକ୍ଷୀୟତା ପ୍ରତି ଭାରତର ପ୍ରତିବଦ୍ଧତା ଏବଂ ବିଶ୍ବସ୍ତରୀୟ ଜଟିଳ ସମସ୍ୟାର ସମାଧାନ ପାଇଁ ଏହାର କ୍ଷମତା ପ୍ରଦର୍ଶନ କରାଯାଇଥିଲା।

ପରିଶେଷରେ, ରଣନୈତିକ ସଂସ୍କାର, ଦୂରଦୃଷ୍ଟିସମ୍ପନ୍ନ ନୀତି ଏବଂ ଏହାର ଲୋକମାନଙ୍କର ସହନଶୀଳତା ଦ୍ବାରା ଭାରତର ଅର୍ଥନୈତିକ ଅଭିବୃଦ୍ଧି ଘଟିଛି। ଲ୍ୟାରି ସମର୍ସଙ୍କ ପୂର୍ବାନୁମାନ ଅନୁଯାୟୀ ବୈଦେଶିକ ମୁଦ୍ରା ଭଣ୍ଡାରର ଦ୍ରୁତ ବୃଦ୍ଧି, ଡିଜିଟାଲ ଭିତ୍ତିଭୂମି ବିସ୍ତାର ଏବଂ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗକୁ ଦୃଷ୍ଟିରେ ରଖି ଭାରତର ଶତବାର୍ଷିକୀ ଅବସରରେ ଅଭିବୃଦ୍ଧି ଛଅ ଗୁଣ ହେବା ଅସମ୍ଭବ ନୁହେଁ।

ଏହି ଯାତ୍ରା କେବଳ ସଂଖ୍ୟାଠାରୁ ଅଧିକ ପ୍ରତିନିଧିତ୍ୱ କରେ, ଏହା ମୁମ୍ବାଇର ବ୍ୟସ୍ତବହୁଳ ରାସ୍ତାରୁ ବିଶ୍ବ ଫୋରମ୍ ପର୍ଯ୍ୟନ୍ତ ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରେ। ଆଗାମୀ ଦଶନ୍ଧିରେ ଭାରତକୁ ବିଶ୍ୱ ଅର୍ଥନୀତିର ଉଜ୍ଜ୍ୱଳ ସ୍ଥାନ ଭାବରେ ଦେଖିବାକୁ ମିଳିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବୈଦେଶିକ ମୁଦ୍ରା ଭଣ୍ଡାରରେ ବଡ ଲମ୍ଫ, ୬୦୪ ବିଲିୟନ ଡ଼ଲାରରେ ପହଞ୍ଚିଲା ଫୋରେକ୍ସ ରିଜର୍ଭ

ନୂଆଦିଲ୍ଲୀ: ବୈଦେଶିକ ମୁଦ୍ରା ଭଣ୍ଡାର ଚାରି ମାସର ଉଚ୍ଚରେ ପହଞ୍ଚିଛି। ୬ ବିଲିୟନ ଡ଼ଲାର ବୃଦ୍ଧି ସହିତ ବୈଦେଶିକ ମୁଦ୍ରା ଭଣ୍ଡାର ୬୦୦ ବିଲିୟନ ଡଲାର ଅତିକ୍ରମ କରିଛି। ଆରବିଆଇ ତଥ୍ୟ ଅନୁଯାୟୀ, ଡିସେମ୍ବର ୧ ତାରିଖ ୨୦୨୩ ଶେଷ ସପ୍ତାହରେ ଫୋରେକ୍ସ ରିଜର୍ଭ ୬.୧୦ ବିଲିୟନ ଡ଼ଲାରରେ ବୃଦ୍ଧି ହୋଇ ୬୦୪.୦୪ ବିଲିୟନ ଡ଼ଲାରରେ ପହଞ୍ଚିଛି। ଏହା କ୍ରମାଗତ ତୃତୀୟ ସପ୍ତାହ ଯାହା ଫରେକ୍ସ ରିଜର୍ଭରେ ବୃଦ୍ଧି ଘଟିଥିବାର ଦେଖାଯାଇଛି।

ବ୍ୟାଙ୍କ ସେକ୍ଟର ନିୟାମକ ଆରବିଆଇ ଶୁକ୍ରବାର ଦିନ ବୈଦେଶିକ ମୁଦ୍ରା ସଂରକ୍ଷଣର ତଥ୍ୟ ପ୍ରକାଶ କରିଛି। ତଥ୍ୟ ଅନୁଯାୟୀ, ଡିସେମ୍ବର ୧ ସୁଦ୍ଧା ବୈଦେଶିକ ମୁଦ୍ରା ସଂରକ୍ଷଣ ୬୦୪.୦୪ ବିଲିୟନ ଡ଼ଲାରକୁ ଖସି ଆସିଛି, ଯାହା ପ୍ରଥମ ସପ୍ତାହରେ ୫୯୭.୩୯୫ ବିଲିୟନ ଡ଼ଲାର ଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବୈଦେଶିକ ମୁଦ୍ରା ଭଣ୍ଡାରରେ ବୃଦ୍ଧି, ୫୯୯ ବିଲିୟନ ଡଲାରରେ ପହଞ୍ଚିଲା ଫରେକ୍ସ ରିଜର୍ଭ

ନୂଆଦିଲ୍ଲୀ: ବୈଦେଶିକ ମୁଦ୍ରା ଭଣ୍ଡାରର କ୍ରମାଗତ ହ୍ରାସ ପରେ ବର୍ତ୍ତମାନ ଏଥିରେ ବ୍ରେକ୍ ଲାଗିଛି। ସେପ୍ଟେମ୍ବର ୧ ତାରିଖ ୨୦୨୩ ଶେଷ ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାରରେ ୪ ବିଲିୟନ ଡ଼ଲାରର ବୃଦ୍ଧି ଘଟିଛି। ଫରେକ୍ସ ରିଜର୍ଭ ୪.୦୩୯ ବିଲିୟନ ଡ଼ଲାର ବୃଦ୍ଧି ପାଇ ୫୯୮.୮୯୭ ବିଲିୟନ ଡ଼ଲାରରେ ପହଞ୍ଚିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଭାରତରେ ଶ୍ରୀଲଙ୍କା ଏବଂ ପାକିସ୍ତାନ ଭଳି ପରିସ୍ଥିତି ହେବ ନାହିଁ: ଆରବିଆଇକୁ ପ୍ରଶଂସା କଲେ ରଘୁରାମ ରାଜନ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଆରବିଆଇକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ‘ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବୈଦେଶିକ ମୁଦ୍ରା ଭଣ୍ଡାର ବୃଦ୍ଧିରେ ଏକ ଭଲ କାମ କରିଛି। ଦେଶ ଶ୍ରୀଲଙ୍କା ଏବଂ ପାକିସ୍ତାନ ଭଳି ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବ ନାହିଁ। ଆମର ପର୍ଯ୍ୟାପ୍ତ ବୈଦେଶିକ ମୁଦ୍ରା ଭଣ୍ଡାର ଅଛି, ରିଜର୍ଭ ବ୍ୟାଙ୍କ ସଂରକ୍ଷଣ ବୃଦ୍ଧିରେ ଏକ ଭଲ କାମ କରିଛି। ଗଣମାଧ୍ୟମ ବାର୍ତ୍ତାଳାପରେ ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, ଆମ ଦେଶ ଉପରେ ବୈଦେଶିକ ଋଣ ମଧ୍ୟ କମ୍ ଅଟେ।

ଏଥି ସହିତ ଦେଶର ମୁଦ୍ରାସ୍ଫୀତି ଉପରେ ପୂର୍ବତନ ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, ଆରବିଆଇ ଦ୍ୱାରା ନୀତି ହାର ବୃଦ୍ଧି ମୁଦ୍ରାସ୍ଫୀତି ଚାପ ହ୍ରାସ କରିବାରେ ସହାୟକ ହେବ। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସମୟରେ ସମଗ୍ର ବିଶ୍ୱରେ ମୁଦ୍ରାସ୍ଫୀତି ଅଛି। ଆରବିଆଇ କ୍ରମାଗତ ଭାବେ ଏହାର ସୁଧ ହାର ବୃଦ୍ଧି କରୁଛି, ଯାହା ମୁଦ୍ରାସ୍ଫୀତି ହ୍ରାସ କରିବାରେ ସହାୟକ ହେବ। ଖାଦ୍ୟ ଏବଂ ଇନ୍ଧନରେ ସର୍ବାଧିକ ମୁଦ୍ରାସ୍ଫୀତି ବୋଲି ସେ କହିଛନ୍ତି। ଆମେ ସମସ୍ତେ ସ୍ପଷ୍ଟ ଭାବରେ ଦେଖୁଛୁ ଯେ, ବିଶ୍ୱରେ ଖାଦ୍ୟ ମୁଦ୍ରାସ୍ଫୀତି ହ୍ରାସ ପାଉଛି ଏବଂ ଆଗାମୀ ସମୟରେ ଏହା ମଧ୍ୟ ଭାରତରେ ହ୍ରାସ ପାଇବ।