Categories
ଆଜିର ଖବର ରାଜ୍ୟ ଖବର

ନାଳରେ ପଡ଼ି ଦିନ ମଜୁରିଆର ମୃତ୍ୟୁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅନ୍ତର୍ଗତ ବାସୁଦେବପୁର ନିକଟସ୍ଥ ଛୋଟରାୟ ପୁର ଗ୍ରାମର ଟୁନା ମହାରଣା ନାମକ ଜଣେ ଦିନ ମଜୁରୀଆର ନାଳରେ ପଡ଼ି ଅକାଳ ବିୟୋଗ ଘଟିଛି।

ଘଟଣାରୁ ପ୍ରକାଶ ଯେ, ମୃତ ଟୁନା ପ୍ରତ୍ୟେକ ଦିନ ମଜୁରିଆ ଭାବେ କାମ କରିବା ପାଇଁ ଗାଁ ରୁ ବ୍ରହ୍ମପୁର ଆସୁଥିଲେ। କିନ୍ତୁ ରବିବାର ଦିନ ଗାଁ କୁ ଫେରିଥିଲେ। ଘର ଲୋକେ ତାଙ୍କ ଆସିବା ବାଟ ଚାହିଁଥିବା ବେଳେ ଗତକାଲି ସକାଳୁ ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲୀ ଜାତୀୟ ରାଜପଥ ପାର୍ଶ୍ବରେ ଏକ ନାଳରେ ଜନୈକ ବ୍ୟକ୍ତି ର ଶବ ଭାସୁଥିବା ଅବସ୍ଥାରେ ଅଞ୍ଚଳ ଲୋକ ଲାଞିପଲୀ ଫାଣ୍ଡିକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଘରୋଇ କଳିକୁ କେନ୍ଦ୍ର କରି ସରପଞ୍ଚ ସ୍ବାମୀଙ୍କ ଆତ୍ମହତ୍ୟା ଅଭିଯୋଗ

ମାନସ ପୂର୍ଣ୍ଣ ଆଚାର୍ଯ୍ୟ
ଆସିକା: ଘରୋଇ କଳିକୁ କେନ୍ଦ୍ର କରି ସରପଞ୍ଚ ସ୍ଵାମୀଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି। ସୂଚନା ମୁତାବକ ଗତକାଲି ରାତି ୯ ସମୟରେ ଆସିକା ବ୍ଳକ ହରିଡ଼ାପଦର ସରପଞ୍ଚ ଜୟନ୍ତୀ ବେହେରାଙ୍କ ସ୍ଵାମୀ ରମେଶ ବେହେରା ଗାଁ ଭଡା ଘରେ ଚେତାଶୂନ୍ୟ ଅବସ୍ଥାରେ ପଡିରହିଥିଲେ। ଗ୍ରାମର କିଛି ଯୁବକ ୧୦୮ ଆମ୍ବୁଲାନ୍ସ ଯୋଗେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ। ରମେଶ କୀଟନାଶକ ଔଷଧ ଖାଇଥିବା ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଯାହାପରେ ତାଙ୍କୁ ବ୍ରହ୍ମପୁର ପଠାଯାଇଥିଲା। ବ୍ରହ୍ମପୁର ବଡମେଡିକାଲରେ ରାତ୍ର ୧.୨୦ ମିନଟ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ।

ପ୍ରକାଶ ଥାଉକି ମୃତ ରମେଶଙ୍କ ଶବ ନିକଟରେ ସ୍ତ୍ରୀ ଜୟନ୍ତୀ ବେହେରା ଓ ତାଙ୍କ ପରିବାର ଲୋକଙ୍କ ସମେତ ତାଙ୍କ ଭାଇ ବିଦେଶୀ ବେହେରା ଓ ଗ୍ରାମବାସୀ ପହଞ୍ଚି ଥିଲେ। ରମେଶଙ୍କ ଆତ୍ମହତ୍ୟାକୁ କେନ୍ଦ୍ରକରି ବହୁସମୟ ସରପଞ୍ଚ ଓ ତାଙ୍କ ଦିଅର ମଧ୍ୟରେ କଥା କଟାକଟି ହୋଇଥଲା। ଶେଷରେ ସରପଞ୍ଚଙ୍କ ଦିଅର ଘରୋଇକଳୀଙ୍କୁ କେନ୍ଦ୍ରକରି ମୋ ଭାଇ ଘରଭଡାରେ ରହି ଆତ୍ମହତ୍ୟା କରିଥିବା କାରଣ ଦର୍ଶାଇ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଲିଖତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତିକରି ଥାନା ପକ୍ଷରୁ ଅପମୃତ୍ୟୁ ମାମଲା ୪୯୩/୨୩ ରୁଜୁ କରି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ପ୍ରକାଶ ଥାଉକି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ରହିଆସିଥିଲା। ସ୍ଵାମୀ ସ୍ତ୍ରୀଙ୍କ ମନମାଳିନ୍ୟରେ ସ୍ଵାମୀ ଜଣକ ଦୀର୍ଘ ବର୍ଷ ହେଲା ଭଡାଘରେ ରହି ଆସୁଥିଲେ। ଶେଷରେ ଏହି ପାରିବାରିକ କଳହ ଉଗ୍ରରୂପ ନେଇଥିଲା। ପରିଣାମ ସ୍ୱରୂପ ସ୍ଵାମୀ ଆତ୍ମହତ୍ୟା କରିଥିଲେ।

ଅନ୍ୟପଟେ ଏହି ଆତ୍ମହତ୍ୟା ପରକୀୟାପ୍ରୀତିକୁ ନେଇ ଘଟିଥିବା ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁରର ନୂଆ ବସ୍‌ଷ୍ଟାଣ୍ଡ ପାଲଟୁଛି ଚୋରମାନଙ୍କର ପେଣ୍ଠସ୍ଥଳୀ: ଆଖି ପିଛୁଳାକେ ନେଇଗଲେ ଲାପ୍‌ଟପ୍

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁରର ନୂଆ ବସ୍‌ଷ୍ଟାଣ୍ଡ ବର୍ତ୍ତମାନ ଚୋରମାନଙ୍କର ପେଣ୍ଠସ୍ଥଳୀ ପାଲଟି ଯାଇଛି। ପ୍ରତିଦିନ ଯାତ୍ରୀଙ୍କଠାରୁ ମୋବାଇଲ୍‌, ଦାମି ସାମଗ୍ରୀ କିମ୍ବା ସେମାନେ ନେଉଥିବା ସାମଗ୍ରୀ ଚୋରି ହେଉଥିବା ନେଇ ଅଭିଯୋଗ ହେଉଛି। କିନ୍ତୁ ଏଥିପ୍ରତି ଥାନା ପୋଲିସ୍ ଦୃଷ୍ଟି ନଦେବାରୁ ଏହି ଗ୍ୟାଙ୍ଗର ସଦସ୍ୟମାନେ ସକ୍ରିୟ ହୋଇ ପ୍ରତିଦିନ ଚୋରି କରୁଛନ୍ତି। ସଦ୍ୟ ଘଟଣାକ୍ରମେ ଆଜି ଜନୈକ ଯାତ୍ରୀଙ୍କ ଆଖି ପିଛୁଳାକେ ଏକ ଦାମି ଲାପ୍‌ଟିପକୁ ଚୋରି କରି କୌଣସି ଦୁବୃର୍ତ୍ତ ନେଇଯିବା ନେଇ ଥାନାରେ ଅଭିଯୋଗ ହୋଇଛି।

ଖବରରୁ ପ୍ରକାଶ ଯେ ବୈଦନାଥପୁର ଥାନା ଅନ୍ତର୍ଗତ କାଳିମନ୍ଦିର କେନାଳ ସାହିର ଅସିତ୍ କୁମାର ପଟ୍ଟନାୟକ ନାମକ ଜନୈକ ଯୁବକ ଭୁବନେଶ୍ୱର ଅଫିସରେ ଯୋଗଦେବା ପାଇଁ ବସ୍‌ଷ୍ଟାଣ୍ଡ ଆସି ଓଡ଼ିଶା ରାଜ୍ୟ ପରିହବ ନିଗମର ଏକ ହାଇଟେକ୍ ବସ୍ (ଓଡ଼ି ୦୨ ଏଜାଡ଼୍ ୬୬୬୭)ରେ ଚଢ଼ିଥିଲେ। ବସ୍‌ଟିରେ ସିସି ଟିଭି ମଧ୍ୟ ଲାଗିଥିଲା। ସେ ଲାପ୍‌ଟିକୁ ଉପର ଥାକକୁ ଟେକି ଦେଇ ଅନ୍ୟ ସାମଗ୍ରୀ ତଳେ ରଖିବା ବେଳେ ଆଖି ପିିଛୁଳାକେ କୌଣସି ଦୁବୃର୍ତ୍ତ ତାଙ୍କର ଦାମି ଡ଼େଲ୍ କଂପାନୀର ଏକ ଲାପ୍‌ଟପ୍‌କୁ ଧରି ଚମ୍ପଟ ମାରିଥିଲେ। ସେ ସଂଗେ ସଂଗେ ନିକଟସ୍ଥ ଫାଣ୍ଡିକୁ ଜଣାଇଥିଲେ। ଫାଣ୍ଡିର କନେଷ୍ଟବଲ ଆସି ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା। ଉକ୍ତ ଲାପ୍‌ଟପ୍‌ରେ କଂପାନୀର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ସହ ଅନ୍ୟାନ୍ୟ ଡ଼କ୍ୟୁମେଣ୍ଟ ମଧ୍ୟ ରହିଛି।

ସୂଚନାଯୋଗ୍ୟ ଯେ ଠିକ୍ ଏଭଳି ଷ୍ଟାଇଲ୍‌ରେ କିଛି ଦିନ ତଳେ ଏହି ବସ୍ ମଧ୍ୟରୁ ହିଁ ଅନ୍ୟ ଜଣେ ଯାତ୍ରୀଙ୍କ ଲାପ୍‌ଟପ୍‌ଟିକୁ କେହି ଚୋରି କରିନେଇଥିଲା। ସେହି ଘଟଣାର ମଧ୍ୟ ଚୋର ବର୍ତ୍ତମାନ ପର୍ଯ୍ୟନ୍ତ ଧରାପଡ଼ି ନାହିଁ। ଏଠାରେ ଗୋଟିଏ କଥା ସ୍ମରଣଯୋଗ୍ୟ ଯେ ସରକାରୀ ହାଇଟେକ୍ ଗାଡ଼ିଗୁଡ଼ିକରେ ସିସି ଟିଭି ଲାଗିଥିଲେ ମଧ୍ୟ ତାହା ଖରାପ ଅଛି ବୋଲି ଉଚ୍ଚ ଅଧିକାରୀମାନେ କହିଛନ୍ତି।

ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଚୋର ଧରାନପଡ଼ିବାରୁ ସେମାନେଙ୍କ ମନୋବଳ ବୃଦ୍ଧି ଘଟି ପ୍ରତିଦିନ ଏଭଳି ଚୋରି କରୁଛନ୍ତି। ଏନେଇ ସେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିବା ପରେ ଥାନା ପୋଲିସ୍ ୩୦/୨୧ରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସ୍କୁଟିରେ ଯାଉଥିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିଲେ ଦୁବୃର୍ତ୍ତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଇଣ୍ଡଷ୍ଟ୍ରିୟଲ୍ ଛକ ନିକଟରେ ଆଜି ଜଣେ ମହିଳା ଗାଡ଼ି ଚଳାଉଥିବା ଅବସ୍ଥାରେ କୌଣସି ଦୁବୃର୍ତ୍ତ ସୁନାଚେନ୍ ଏବଂ ମଙ୍ଗଳସୂତ୍ର ଝାମ୍ପି ଚମ୍ପଟ ମାରିଥିବା ଜଣାପଡ଼ିଛି। ସୁନାଚେନ୍ ବେକରୁ ଝାମ୍ପିବା ଫଳରେ ମହିଳା ଜଣକ ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି।

ଘଟଣାରୁ ପ୍ରକାଶ ଯେ ଲାଞ୍ଜିପଲ୍ଲି ତୋଟା ସାହିର ଜସ୍‌ମିତା ଦେବୀ ନିଜର ଭଉଣୀ ସହ ସ୍କୁଟି ଯୋଗେ ଖୋଡ଼ାସିଙ୍ଗି ଆଡ଼କୁ ଯାଉଥିଲେ। ଠିକ୍ ସେହି ସମୟରେ ପୂର୍ବ ପ୍ରସ୍ତୁତ ହୋଇ ରହିଥିବା ଜଣେ ଲୁଟେରା ପଲସର୍ ବାଇକ୍‌ରେ ହେଲ୍‌ମେଟ ପିନ୍ଧି ଆସି ଜସ୍‌ମିତାଙ୍କ ବେକରୁ ସୁନାଚେନ୍ ଏବଂ ମଙ୍ଗଳସୂତ୍ର ଝାମ୍ପି ନେଇଯାଇଥିଲେ। ଏତେ ଜୋର୍‌ରେ ଝାମ୍ପିବା ଯୋଗୁଁ ଜସ୍‌ମିତା ଏବଂ ତାଙ୍କ ଭଉଣୀ ତଳେ ପଡ଼ିଯାଇଥିଲେ। ଏଥିରେ ଜସ୍‌ମିତାଙ୍କ ବେକରେ ସାମାନ୍ୟ ଆଘାତ ଲାଗିଥିବାବେଳେ ଲୁଟେରା ଜଣକ ଚମ୍ପଟ ମାରିଛି।

ଖବରପାଇ ବୈଦ୍ୟନାଥପୁର ପୋଲିସ୍ ଘଟଣାର ଅନୁସନ୍ଧାନ କରିବା ସହ ପାଖରେ ଥିବା ସିସି ଟିଭି ଫୁଟେଜ୍‌କୁ ଯାଞ୍ଚ କରୁଥିବା ଜଣାପଡ଼ିଛି। ଏନେଇ ଥାନା କେସ ନଂ ୨୫୩/୨୦ରେ ମାମଲା ରୁଜୁ ହୋଇ ଲୁଟେରାଙ୍କୁ ଖୋଜା ଚାଲିଥିବା ଥାନାଧିକାରୀ ସାରଦା ପ୍ରସନ୍ନ ଦାଶ ସୂଚନା ଦେଇଛନ୍ତି।