Categories
ଆଜିର ଖବର ରାଜ୍ୟ ଖବର

ଚାକିରି ଦେବା ନାମରେ ଠକିଥିବା ଅଭିଯୁକ୍ତ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଚାକିରି ଦେବା ନାମରେ ଗଂଜାମ ଜିଲ୍ଲାର ବିଭିନ୍ନ ଅଂଚଳରୁ ନିରୀହ ଯୁବକ ଯୁବତୀଙ୍କୁ ଠକିଥିବା ଜନୈକ ଠକକୁ ଆଜି ବୈଦ୍ୟନାଥପୁର ପୋଲିସ୍ ଗିରଫ କରିଛି। ଠକ ଜଣକ ହେଲା ଭୁବନେଶ୍ୱର ସୁନ୍ଦରପଡ଼ା ଆପଟ୍‌ମେଣ୍ଟ ଫ୍ଲାଟ୍ ନଂ ୩୦୬ରେ ରହୁଥିବା ସନ୍ତୋଷ କୁମାର ବିଶ୍ୱାଳ। ବାପାଙ୍କ ଘର ଛତ୍ରପୁର ମୁନିସିପେଣ୍ଠ।

ସୂଚନାଯୋଗ୍ୟ ସନ୍ତୋଷ ବ୍ରହ୍ମପୁର ଅନନ୍ତନଗରଠାରେ ଇଣ୍ଡିଆ ହେଲ୍‌ପିଂ ଚାରିଟେବୁଲ୍ ଟ୍ରଷ୍ଟ ଅଫିସ୍ କରିବା ସହ ନିଜକୁ ଉକ୍ତ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି କହି ଗଂଜାମ ଜିଲ୍ଲାର ଯୁବତ ଯୁବତୀଙ୍କୁ ଚାକିରି ପ୍ରଦାନ କରିବା ସକାଶେ ଯୋଗାଯୋଗ କରିଥିଲା। ୨୦୧୩ ମସିହାରୁ ୨୦୧୫ ମସିହା ମଧ୍ୟରେ ବହୁ ଯୁବକ ଯୁବତୀ ଚାକିରି ଆଶାରେ ଏହି ଟ୍ରଷ୍ଟ ସହ ଯୋଗାଯୋଗ କରିବା ସହ ଅର୍ଥ ପ୍ରଦାନ କରିଥିଲେ। କିନ୍ତୁ ସନ୍ତୋଷ ଚାକିରି ନଦେଇ ଅଫିସ୍‌କୁ ବନ୍ଦ କରି ଫେରାର୍ ହୋଇଯାଇଥିଲା। ଏନେଇ ଠିକାମୀର ଶିକାର ହୋଇଥିବା ଯୁବକ ଯୁବତୀମାନେ ଥାନାରେ ଅଭିଯୋଗ କରିବା ପରେ କିଛି ସୁଫଳ ନ ମିଳିବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

କୋର୍ଟ ତଦନ୍ତ ନିର୍ଦ୍ଦେଶ ଦେବା ପରେ ପୋଲିସ୍ ଆକ୍ଟିଭ୍ ହୋଇ ମାମଲାଗୁଡ଼ିକର ତଦନ୍ତ କରିଥିଲା। ବର୍ତ୍ତମାନ ସୁଦ୍ଧା ବୈଦ୍ୟନାଥପୁର ଥାନାରେ ୫ଟି ମାମଲା ପଂଜିକୃତ ହୋଇଛି। କେସ ନଂ ୩୨୨/୨୦୨୦ ୟୁ/ଏସ୍ ୪୦୬, ୪୦୯, ୪୨୦, ୫୦୬, ୨୯୪, ୩୪ ଆଇପିସିରେ ସନ୍ତୋଷକୁ ପଚରାଉଚରା ପରେ ଗିରଫ କରାଯାଇଥିଲା। କୋର୍ଟରେ ହାଜର କରିବା ପରେ ପୋଲିିସ୍ ରିମାଣ୍ଡରେ ଆଣିବା ପାଇଁ ଚେଷ୍ଟା କରିବ ବୋଲି ଥାନାଧିକାରୀ ସାରଦା ପ୍ରସନ୍ନ ଦାସ ସୂଚନା ଦେଇଛନ୍ତି। ଏହି ଘଟଣାରେ ଆଉ କିଏ କିଏ ଜଡ଼ିତ ଅଛନ୍ତି ଏବଂ ଅନ୍ୟ କେତେ ଜଣଙ୍କୁ ଠକିଛନ୍ତି ତାହା ରିମାଣ୍ଡରେ ଆଣିବା ପରେ ଜଣାପଡ଼ିବ।

Categories
ଆଜିର ଖବର ରାଜ୍ୟ ଖବର

ବଟି ଆଦାୟ ବେଳେ ଧରାପଡ଼ିଲା ନକଲି ପୋଲିସ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜଣେ ନକଲି ହୋମ୍‌ଗାର୍ଡ଼କୁ ବଟି ଆଦାୟ ସମୟରେ ବୈଦ୍ୟନାଥପୁର ପୋଲିସ୍ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ନକଲି ପୋଲିସ୍ ଜଣକ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୁମାରୀ ଗାଁ ଅଂଚଳର ବନମାଳୀ ନାୟକ।

ଘଟଣାରୁ ପ୍ରକାଶ ଯେ, ବ୍ରହ୍ମପୁର ଷ୍ଟେଟବ୍ୟାଙ୍କ ଛକ ନିକଟ ବାବାଜୀ ତୋଟାସାହି ଛକଠାରେ ଜଣେ ବ୍ୟକ୍ତି ହୋମ୍‌ଗାର୍ଡ଼ ଡ଼୍ରେସ ପରିଧାନ ନିଜ ନେମ୍‌ପ୍ଲେଟ୍‌ରେ ଅରୁଣ ନାୟକ (କନେଷ୍ଟବଲ) ନାମ ଲେଖାଇ ଏହି ଅଂଚଳର କିଛି ଦୋକାନୀଙ୍କୁ ଜୋର୍‌ଜବରଦସ୍ତ ଟଙ୍କା ଆଦାୟ କରୁଥିଲା। କିନ୍ତୁ ସେତ ନକଲି। ଯେତେହେଲେ ବି ନିଜର ପ୍ରକୃତିଗତ କାରଣରୁ କିଛି ବ୍ୟବସାୟୀ ତାକୁ ସଂଦେହ କରିଥିଲେ ଏବଂ ସଂଗେ ସଂଗେ ବୈଦ୍ୟନାଥପୁର ଥାନାକୁ ଏହି ବିଷୟ ଜଣାଇଥିଲେ।

ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ନକଲି ପୋଲିସ୍‌କୁ ଥାନାକୁ ଆଣିଥିଲା। ଏନେଇ ବୈଦ୍ୟନାଥପୁର ଥାନାରେ ୬/୨୧ରେ ଏକ ମାମଲା ରୁଜୁ ହୋଇ ବନମାଳୀ ନାୟକକୁ ଗିରଫ କରାଯାଇଥିବା ଥାନାଧିକାରୀ ଶାରଦା ପ୍ରସନ୍ନ ଦାସ ସୂଚନା ଦେଇଛନ୍ତି।