ଭୁବନେଶ୍ଵର: ମେ’ ୨ୟ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ। କିନ୍ତୁ ଖାତା ଦେଖା ଦୁଇ ଦିନ ମଧ୍ୟରେ ସରିବ। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ବିଜ୍ଞାନ ପ୍ରଶ୍ନପତ୍ରର ତ୍ରୁଟି ନେଇ ଶ୍ରୀଯୁକ୍ତ ତରାଇ କହିଛନ୍ତି ଯେ, ବିଜ୍ଞାନ ପ୍ରଶ୍ନପତ୍ରରେ ୪ ମାର୍କ କମ୍ ନେଇ କିଛି ଅସୁବିଧା ହେବନାହିଁ। ଗ୍ରେସ୍ ମାର୍କ ସମ୍ପର୍କରେ ପରିଚାଳନା କମିଟି ନିଷ୍ପତ୍ତି ନେବ। AI ଏବଂ QR କୋର୍ଡ ଦ୍ବାରା ପରୀକ୍ଷା ପରିଚାଳନା ସଫଳ ହୋଇଛି ବୋଲି ବୋର୍ଡ ସଭାପତି କହିଛନ୍ତି।
