Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବୋରୱେଲ ଭିତରୁ ନବଜାତକ ଶିଶୁ ଉଦ୍ଧାର ଘଟଣା, ପୁରା ଟିମକୁ ଧନ୍ୟବାଦ ଦେଲେ ନବୀନ

ଭୁବନେଶ୍ବର: ଆଜି ସଂଧ୍ୟାରେ ସମ୍ବଲପୁର ରେଙ୍ଗାନି ନିକଟସ୍ଥ ଲାରିପାଲି ଜଙ୍ଗଲଭିତରେ ଥିବା ଏକ ବୋରୱେଲ ଭିତରୁ ଏକ ନବଜାତକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସ୍ଥାନୀୟ ପ୍ରଶାସନ, ପୋଲିସ, ଓଡ୍ରାଫ ଟିମ ଏବଂ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟକରିଥିଲେ। ସେମାନେ ପ୍ରାୟ ୬ ଘଣ୍ଟା ଧରି ପରିଶ୍ରମ କରିବା ପରେ ଶିଶୁଟି ଜୀବନ୍ତ ଉଦ୍ଧାର ହୋଇଛି। କେହି ଏକ ଶିଶୁଟିଏ ଜନ୍ମ କରି ସେହି ବୋରୱେଲ ଭିତରେ ଫିଙ୍ଗି ଦେଇଥିଲା।

ଏହା ଉପରେ କ୍ଲିକ କରି ପଢନ୍ତୁ: ବୋରୱେଲରେ ଫିଙ୍ଗାଯାଇଥିବା ଏକ ନବଜାତକ ଶିଶୁ ଉଦ୍ଧାର, ୬ ଘଣ୍ଟା ଧରି ଚାଲିଥିଲା ଅପରେସନ

ତେବେ ଏହି ବଡ ଅପରେସ ସଫଳତାର ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଯେ, ” ପ୍ରତିଟି ଜୀବନ ମୂଲ୍ୟବାନ ସମ୍ବଲପୁରର ରେଙ୍ଗାଲିରେ ନବଜାତକ ଶିଶୁ ସୁରକ୍ଷିତ ଉଦ୍ଧାର ହେବା ଅତ୍ୟନ୍ତ ଖୁସିର ବିଷୟ। ଅମୂଲ୍ୟ ଜୀବନଟିକୁ ରକ୍ଷା କରିବା ପାଇଁ ଉତ୍ସର୍ଗୀକୃତ ଓ ନିଷ୍ଠାପର ଭାବେ କାର୍ଯ୍ୟ କରିଥିବା ଅଗ୍ନିଶମ ବାହିନୀ, ଓଡ୍ରାଫ, ପୋଲିସ, ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟକର୍ମୀଙ୍କୁ ହୃଦୟରୁ ସାଧୁବାଦ ଜଣାଉଛି।”

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବୋରୱେଲରେ ଫିଙ୍ଗାଯାଇଥିବା ନବଜାତକ ଶିଶୁ ଉଦ୍ଧାର, ୬ ଘଣ୍ଟା ଧରି ଚାଲିଥିଲା ଅପରେସନ

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟସ୍ଥ ଲାରିପାଲି ଜଙ୍ଗଲର ଏକ ବୋରୱେଲ ଭିତରୁ ନବଜାତକ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଶିଶୁଟିକୁ କେହି ଜନ୍ମ କରି ସେହି ଜଙ୍ଗଲ ବୋରୱେଲ ଭିତରକୁ ଫିଙ୍ଗି ଦେଇଥିଲା।

ହେଲେ ପିଲାଟିର କାନ୍ଦ ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ଅପରେସନ।

ସ୍ଥାନୀୟ ପ୍ରଶାସନର ତ୍ବରିତ ଉଦ୍ୟମ ପରେ ସେଠାରେ ପହଞ୍ଚିଥିଲେ ଓଡ୍ରାଫ ଟିମ, ଅଗ୍ନିଶମ ପୋଲିସ ଏବଂ ହସପିଟାଲ ଟିମ। ପ୍ରଥମେ ବୋରୱେଲ ଭିତରକୁ ଅକ୍ସିଜେନ ପଠାଯାଇଥିଲା।

ଏହାପରେ ତିନୋଟି ଜେସିବି ସାହାର୍ଯ୍ୟରେ ସେହି ବୋରୱେଲ ଚାରପଟୁ ଖୋଳାଯାଇଥିଲା। ପ୍ରାୟ ୬ ଘଣ୍ଟା ଧରି ଚାଲିଥିଲା ଏହି ଉଦ୍ଧାର କାର୍ଯ୍ୟ। ଖୋଳା ଶେଷ ହେବା ପରେ ବୋରୱେଲ ପାଇପକୁ କଟାଯାଇ ଶିଶୁକୁ ଜୀବନ୍ତ ଉଦ୍ଧାର କରାଯାଇଛି।

ଉଦ୍ଧାର ବେଳେ ଶିଶୁଟିର ମୁଣ୍ଡ ତଳକୁ ଥିଲା। ହେଲେ ଶିଶୁଟି କାନ୍ଧୁଥିବାରୁ ତାହାକୁ ଜୀବନ୍ତ ଉଦ୍ଧାର କରାଯାଇପାରିବ ବୋଲି ଆଶା କରାଯାଇଥିଲା।

ଶେଷରେ ତାହା ସଫଳ ହେଲା। ଉଦ୍ଧାର ପରେ ସେଠାରେ ଥିବା ମେଡିକାଲ ଟିମ ତୁରନ୍ତ ସେଠାରେ ପ୍ରାଥମିକ ଚିକିତ୍ସା କରି ହସପିଟାଲରେ ଭର୍ତ୍ତି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବୋରୱେଲ ଭିତରକୁ ଖସିପଡିଲେ ବୃଦ୍ଧା, ବହୁ ପରିଶ୍ରମ କରି ବାହର କରାଗଲା, ହେଲ..

ସୁବର୍ଣ୍ଣପୁର: ପୁଣି ଏକ ବୋରୱେଲ ଭିତରେ ଖସିପଡିବା ଘଟଣା ଆସିଛି। ଏହା ସୁବର୍ଣ୍ଣପୁର ଜିଲ୍ଲାର କଇଁଫୁଲ ଗ୍ରାମରେ ଘଟିଛି। ଜଣେ ବୃଦ୍ଧା ନିଜ ଝିଅଘରକୁ ମା ଆସିଥିବା ବେଳେ ଏହି 20 ଫୁଟିଆ ବୋରୱେଲ ଭିତରକୁ ଖସିପଡିଥିଲେ। ଏହି ଖବର ବହୁ ବିଳମ୍ବରେ ଆସିବା ପରେ ଅଗ୍ନିଶମ କର୍ମଚାରୀ ଏହା ପାଖରେ ଏକ ଗାତ ଖୋଳି ବୃଦ୍ଧାଙ୍କୁ ବାହାର କରିଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନାକୁ ନେବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ।

ସୂଚନା ଅନୁସାରେ ଦୁଃଖି ନାୟକ ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲି ପଞ୍ଚାୟତରେ ଥିବା ଗୋବିନ୍ଦପୁର ଗାଁକୁ ଆସିଥିଲେ। ସେଠାରେ ତାଙ୍କର ଝିଅକୁ ବାହା ଦେଇଛନ୍ତି। ସେ ଝିଅ ଘରୁ ବାହାରି ନିକଟସ୍ଥ ଜଙ୍ଗଲକୁ ଝାଡୁ ତିଆରି ପାଇଁ ବେଣା ଆଣିବାକୁ ଯାଇଥିଲେ। ତାଙ୍କ ଅଜାଣତରେ ସେ ଖୋଳାଯାଇଥିବା ଏକ ପରିତ୍ୟକ୍ତ ବୋରୱେଲ ଭିତରେ ଖସିପଡିଥିଲେ। ସେ ଗତକାଲି ସକାଳୁ ଏହି ଗାତରେ ପଡିଯାଇଥିଲେ, ଯାହା ଆଜି ସକାଳୁ ଜଣାପଡିଥିଲା।

Categories
ଆଜିର ଖବର ଜାତୀୟ ଖବର

୧୦୫ ଘଣ୍ଟା ଧରି ବୋରୱେଲରେ ଫସି ରହିଥିଲା ବାଳକ, ୫୦୦ ଉଦ୍ଧାରକାରୀଙ୍କ ସାହାଯ୍ୟରେ ଜିତିଲା ‘ଯୁଦ୍ଧ’

ରାୟପୁର: ଏକ ଖୋଲା ବୋରୱେଲରେ ପଡ଼ିଥିବା ୧୦ ବର୍ଷୀୟ ରାହୁଲ ସାହୁଙ୍କୁ ଯୁଦ୍ଧକାଳୀନ ଅପରେସନ ପରେ ଉଦ୍ଧାର କରାଯାଇଛି। ରାହୁଲ ସାହୁ ଜୁନ୍ ୧୦ ତାରିଖ ଦିନ ଅପରାହ୍ନ ୪ ଟାରେ ବୋରୱେଲରେ ପଡ଼ିଯାଇଥିଲେ। ରାହୁଲଙ୍କୁ ଉଦ୍ଧାର କରିବା ପରେ ସରକାର ଏବଂ ପ୍ରଶାସନ ଦୀର୍ଘ ନିଶ୍ୱାସ ତ୍ୟାଗ କରିଛନ୍ତି। ଜୁନ୍ ୧୦ ତାରିଖରୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ନିରନ୍ତର ଭାବରେ ଉଦ୍ଧାର କାର୍ଯ୍ୟର ଅପଡେଟ ନେଉଥିଲେ। ଗତ ଦୁଇ ଦିନ ଧରି ରାହୁଲଙ୍କୁ ବାହାରକୁ ଆଣିବା ପାଇଁ ସେନା କର୍ମଚାରୀମାନେ ମଧ୍ୟ କଠିନ ପରିଶ୍ରମ କରିଥିଲେ। ରାହୁଲଙ୍କୁ ବାହାର କରିବା ପରେ ମାଲଖରୋଡା ଠାରୁ ବିଲାସପୁରକୁ ଅଣାଯାଇଥିଲା। ଯେଉଁଠାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରାହୁଲଙ୍କ ସହ ତାଙ୍କ ପିତାମାତା ଆମ୍ବୁଲାନ୍ସରେ ଥିଲେ।

ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ବୋରୱେଲରେ ପଡୁଥିବା ପିଲାମାନଙ୍କ ସଂଖ୍ୟାରେ ଏହା ହେଉଛି ଦୀର୍ଘତମ ଅପରେସନ୍। ଏହାପୂର୍ବରୁ, ଜୁଲାଇ ୨୦୦୬ ରେ ହରିୟାଣାର କୁରୁକ୍ଷେତ୍ରରେ ୫୦ ଘଣ୍ଟା ସଂଘର୍ଷ ପରେ ପ୍ରିନ୍ସଙ୍କୁ ଉଦ୍ଧାର କରାଯାଇଥିଲା।

ପିହରୀଦରେ ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ୧୦୪ ଘଣ୍ଟାରୁ ଅଧିକ ସମୟ ଲାଗିଥିବାର କାରଣ ହେଉଛି ଗର୍ତ୍ତ ଚାରିପାଖରେ ପଥର ଥିଲା। ଯାହା କାଟିବାକୁ ବହୁତ ସମୟ ଲାଗିଲା। ପଥର କାଟିବା ସମୟରେ ଚରମ ଯତ୍ନ ନିଆଯାଇଥିଲା ଯେପରି ରାହୁଲ କୌଣସି ପ୍ରକାରର ବିପଦର ସମ୍ମୁଖୀନ ନ ହୁଅନ୍ତି। ଜୀବନ କିମ୍ବା ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଥିବା ରାହୁଲ ନା କଥା କହିପାରେ ନା ଶୁଣି ପାରେ, ଏହାକୁ ଏକ ବଡ଼ ଚମତ୍କାର ଭାବରେ ବିବେଚନା କରାଯାଏ। ତାଙ୍କୁ ସକାଳ ୧୧.୫୭ ରେ ଉଦ୍ଧାର କରାଯାଇଥିଲା। ଯାଞ୍ଜଗିର କଲେକ୍ଟର ଜିତେନ୍ଦ୍ର ଶୁକ୍ଲା, ଏସପି ବିଜୟ ଅଗ୍ରୱାଲ ଏବଂ ଏସଡିଏମ ରାଇନା ଜମୀଲ ପୁରା ସମୟ ପାଇଁ ଘଟଣାସ୍ଥଳରେ ଛିଡା ହୋଇଥିଲେ।