Categories
ଆଜିର ଖବର ରାଜ୍ୟ ଖବର

ବ୍ରଜରାଜଗର ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ କଲେ ସମୀକ୍ଷା

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀ ଆଜି ବ୍ରଜରାଜନଗର ଉପ-ନିର୍ବାଚନ ନିମନ୍ତେ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ସହ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଭିଡିଓ କନଫରେନସିଂ  ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିଥିଲେ।

ଉପ-ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି, ଇଭିଏମ୍ ଓ ଭିଭିପ୍ୟାଟ୍ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମାନଙ୍କୁ ତାଲିମ୍, କଣ୍ଟ୍ରୋଲ୍ ରୁମ ଖୋଲିବା ସହ ଉପ-ନିର୍ବାଚନ ସମ୍ପର୍କିତ ସମସ୍ତ ପ୍ରକାରର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ସବିଶେଷ ଆଲୋଚନା କରିଥିଲେ।

ନିର୍ବାଚନ ଆଉ ଅଳ୍ପଦିନ ବାକିଥିବାରୁ ଉପ-ନିର୍ବାଚନ ନିମନ୍ତେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଠିକ୍ ସମୟରେ ସାରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ଆଭାସୀ ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଭବାନୀ ପ୍ରସାଦ ରାୟ, ସଂଘମିତ୍ରା ଶତପଥୀ ଏବଂ ଶତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଝାରସୁଗୁଡା ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ, ଝାରସୁଗୁଡା ଅତିରିକ୍ତ ଏସପି, ଝାରସୁଗୁଡା ଉପ-ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ଦୟାମୟ ପାଢୀ, ବିତ୍ତିୟ ପରାମର୍ଶଦାତା ସଂଜୟ କୁମାର ଲୁଗୁନଙ୍କ ସହ ଏ.ଏସ୍.ଇ ଇଦ୍ରିଶ୍ ଅଲ୍ଲି ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ।