Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ଧାନ ମଣ୍ଡିକୁ ନେଇ ବଢୁଛି ଅସନ୍ତୋଷ, କଟନୀ ଛଟନୀରେ ଚାଷୀ ହନ୍ତସନ୍ତ

ରଣପୁର: ଧାନ ମଣ୍ଡିରେ ଦିନକୁ ଦିନ ଚାଷୀ ମାରଣ ନୀତି ବଢ଼ିବାରେ ଲାଗିଛି ବୋଲି ଅଭିଯୋଗ ହେଉଛି। ଚଳିତ ବର୍ଷ ଧାନଗୁଡିକ ଏଫ.ଏ.କ୍ୟୁ ମାନର ହୋଇଥିଲେ ସୁଦ୍ଧା ମିଲରମାନେ ମନ ଇଛା କ୍ୱିଣ୍ଟାଲ ପ୍ରତି ୮ ରୁ ୧୦ କେଜି ଧାନ କାଟିବା ପାଇଁ ଦାବି କରୁଛନ୍ତି।  ଯାହା ଫଳରେ ଚାଷୀ ହତାଶ ହୋଇପଡିଛି।

ଗତକାଲି ବ୍ରଜରାଜପୁର ସମବାୟ ସମିତିରେ ଜଣେ ମିଲର ଓ ଚାଷୀମାନଙ୍କ ମଧ୍ୟରେ ଆଲୋଚନା ପରେ କ୍ୱିଣ୍ଟାଲ ପ୍ରତି ୪ କେଜି ଧାନ କାଟି ବିକ୍ରି କରିବା ପାଇଁ ଚାଷୀମାନେ ରାଜି ହୋଇଥିଲେ। କିଛି ଚାଷୀ ମଧ୍ୟ ଧାନ ବିକ୍ରି କରିଥିଲେ। ଆଜି କିନ୍ତୁ ଆଉ ଜଣେ ମିଲର ଆସି କ୍ୱିଣ୍ଟାଲ ପିଛା ୫ କେଜି ଧାନ କାଟିଲେ ସେ ଧାନ କିଣିବେ ବୋଲି ଜିଦ କରିଥିଲେ।

ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି। ସତେ ଯେମିତି ପ୍ରଶାସନ ଆଖି ବୁଜି ଦେଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି।