Categories
ଆଜିର ଖବର ରାଜ୍ୟ ଖବର

ସୁଜୁକି ମୋଟରରେ ଯୋଗଦେବେ ୧୭୨ ସରକାରୀ ଆଇଟିଆଇ ଛାତ୍ର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ପୁଣି ବ୍ରହ୍ମପୁର ଆଇଟିଆଇର ୧୭୨ ଜଣ ଛାତ୍ର ଗୁଜରାଟ ସ୍ଥିତ ସୁଜୁକି ମୋଟର୍ସରେ ଯୋଗଦାନ ପାଇଁ ଯାଇଛନ୍ତି। ଏଥିରେ ଫିଟର, ଇଲେକ୍ଟ୍ରିସିଆନ୍‌, ମେସିନିଷ୍ଟ, ଟର୍ନର, ଡ଼ିଜେଲ୍‌/ମେକାନିକ୍‌ର ଛାତ୍ରମାନେ ଗତ ଡ଼ିସେମ୍ବର ମାସରେ ଇଣ୍ଟରଭ୍ୟୁ ହୋଇ ଚୟନ ହୋଇଥିଲା। ଆଜି ଇଂଜିନିୟରି ସ୍କୁଲର ପ୍ରିନସପାଲ୍ ଏବଂ ଆଇଟିଆଇ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ସବୁଜ ପତାକା ଦେଖାଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

ଗତମାସ ଫେବୃୟାରୀ ୧୭ରେ ୨୩୯ ଛାତ୍ର ଏହି କଂପାନୀରେ ଯୋଗ ଦେଇଥିଲେ। ଆଜି ପୁଣି ୧୭୨ ଜଣ ପିଲା ଚୟନ ହୋଇଥିବାରୁ ଅନୁଷ୍ଠାନର ନାମ ଆହୁରି ଜାତୀୟସ୍ତରରେ ପହଞ୍ଚିବ ବୋଲି ଅଧ୍ୟକ୍ଷ କହିଥିଲେ। ମାସିକ ୧୯ହଜାର ୪୦୦ ଟଙ୍କାରେ ପିଲାମାନେ କଂପାନୀରେ କାମ କରିବେ।