Categories
ଆଞ୍ଚଳିକ

ବ୍ରହ୍ମପୁରରେ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସଦଭାବନା ଗୃହରେ ମାସର ୪ ର୍ଥ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ଉକ୍ତ ଶିବିରରେ ଡି ଆର୍ ଡି ଏ ପିଡି କୀର୍ତ୍ତି ଭାସନ୍, ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଯୋଗ ଦେଇ ୧୦୬ ଟି ଅଭିଯୋଗ ର ଶୁଣାଣୀ କରିଥିଲେ। ସେଥି ମଧ୍ୟରୁ ୯୧ ଟି ବ୍ୟକ୍ତିଗତ, ୭ ଟି ମିଳିତ ସମେତ ୫ ଟି ର ଫଇସଲା ହୋଇଥିଲା। ଏଥି ସହିତ ରେଣୁ ଯେନା, ଗୌଡ଼ ସାହୁ ଓ ଏମ୍ ଲକ୍ଷ୍ମୀ କୁ ଚିକିତ୍ସା ପାଇଁ ଜିଲ୍ଲା ରେଡ଼କ୍ରସ ପକ୍ଷରୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଥିଲା।

ଆଜିର ଏହି କାର୍ଯ୍ୟକ୍ରମ ରେ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ବ୍ଳକ ବିଡ଼ିଓ, ତହସିଲଦାର ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସେନାବାହିନୀରେ ନିଯୁକ୍ତି ପାଇଁ ପ୍ରସ୍ତୁତି ବୈଠକ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ସେନାବାହିନୀ ନିଯୁକ୍ତି ପାଇଁ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ୱି.କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସେନାବାହିନୀ ନିଯୁକ୍ତି ପାଇଁ ରାଲି ଆସନ୍ତା ମାସ ୨ ମାର୍ଚ୍ଚ ଠାରୁ ୬ ଏପ୍ରେଲ୍ ୨୦୨୧ ପର୍ଯ୍ୟନ୍ତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଷ୍ଟାଡ଼ିୟମଠାରେ ଅନୁଷ୍ଠିତ ହେବ। ଏହି ରାଲିରେ ୩୦ ଗୋଟି ଜିଲ୍ଲାରୁ ପ୍ରାର୍ଥୀମାନେ ଅଂଶଗ୍ରହଣ କରିପାରିବେ।

ସେନାବାହିନୀ ନିଯୁକ୍ତି ରାଲିରେ ବିଭିନ୍ନ ପଦବୀ ପାଇଁ ଚୟନ କରାଯିବ। ଯେଉଁ ପ୍ରାର୍ଥୀମାନେ ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିଛନ୍ତି ସେହିମାନେ ଅଂଶଗ୍ରହଣ କରିପାରିବେ। ପ୍ରାର୍ଥୀମାନେ ଦୂରଦୂରାନ୍ତରୁ ଆସୁଥିବାରୁ ସେମାନଙ୍କ ରହିବା ପାଇଁ ବିଶ୍ୱବିଦ୍ୟାଳୟ ସୈନିକ ଏୟାର ଷ୍ଟ୍ରିପ୍‌ରେ ରହିବାର ବ୍ୟବସ୍ଥା କରାଯିବ। ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୬ଟି ପାଣିଟାଙ୍କି ଯୋଗାଇଦେବା ସହ ୩ଟି ସ୍ଥାନରେ ଅବସ୍ଥାପିତ କରାଯିବ।

ପ୍ରାର୍ଥୀଙ୍କର ରହଣିସ୍ଥଳ ଓ ଚୟନ ସ୍ଥାନରେ ଯଥେଷ୍ଟ ସଂଖ୍ୟାରେ ପୋଲିସ୍ ଫୋର୍ସ ମୁତୟନ କରାଯିବ। ଚୟନ ପ୍ରକ୍ରିୟା ସମୟରେ ବିଦ୍ୟୁତ ସରବରାହ ଚାଲୁ ରଖିବା ପାଇଁ ସାଉଥ୍‌କୋକୁ ଅନୁରୋଧ କରାଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ପ୍ରାର୍ଥୀଙ୍କ ଯାତାୟତ ପାଇଁ ବିଶ୍ୱବିଦ୍ୟାଳୟଠାରୁ ବ୍ରହ୍ମପୁରକୁ ବସ୍ ଚଳାଚଳର ବ୍ୟବସ୍ଥା କରିବେ। ପୂର୍ତ୍ତବିଭାଗ ପ୍ରାର୍ଥୀଙ୍କ ରହଣି ସ୍ଥଳରେ ଟେଣ୍ଟର ବ୍ୟବସ୍ଥା କରିବା ସହିତ ଚୟନ ସ୍ଥାନରେ ବ୍ୟାରିକେଡ଼୍ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହାସହ କୋଭିଡ଼୍ କଟକଣା ମଧ୍ୟରେ ନିୟମମାନି ରାଲି ଅନୁଷ୍ଠିତ ହେବ।

ଏହି ସେନାବାହିନୀ ନିଯୁକ୍ତି ରାଲି ବୈଠକରେ କଟକର ନିର୍ଦ୍ଦେଶକ କର୍ଣ୍ଣଲ ହେମେନ୍ଦ୍ର ସିଂ, ଗୋପାଳପୁର ନିର୍ଦ୍ଦେଶକ କର୍ଣ୍ଣଲ ନବୀନ ବେଞ୍ଜିତ, ମେଜର ସୁଧାଂଶୁ ଦୁବେ, ବ୍ରହ୍ମପୁର ମହାନଗର ନିଗମ ଡ଼େପୁଟି କମିଶନର ରମାଞ୍ଚଳ କମାରୀ, ନିୟୋଜନ ଆଞ୍ଚଳିକ ନିର୍ଦ୍ଦେଶକ ରାମନା ଖୁଲ୍ଲାନା, ଆସିଷ୍ଟାଣ୍ଟ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର, ରେଜିଷ୍ଟର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ପିପୁଲ ଫର ଦି ପବ୍ଲିକ୍ ତରଫରୁ ବ୍ରହ୍ମପୁର ନୂତନ ଉପଜିଲ୍ଲାପାଳଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ବ୍ରହ୍ମପୁରର ଅଗ୍ରଣୀ ସଂଗଠନ ପିପୁଲ ଫର ଦି ପବ୍ଲିକ ପକ୍ଷରୁ ନୂତନ ଭାବେ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଆଇଏଏସ ଅଧିକାରୀ କୀର୍ତ୍ତି ଭାସନଙ୍କୁ ସଂଗଠନ ପକ୍ଷରୁ ସ୍ଵାଗତ ଜଣାଇବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଗଠନ ସଭାପତି ଡ଼. ସୁବ୍ରତ ସାହୁଙ୍କ ପୌରହିତ୍ୟରେ ବହୁ ସଦସ୍ୟ ଯୋଗ ଦେଇ ଉପଜିଲ୍ଲାପାଳ ଶ୍ରୀ ଭାସନଙ୍କୁ ସ୍ଵାଗତ କରିଥିଲେ।

ବର୍ତ୍ତମାନ କରୋନାର ଏହି ଘଡ଼ିସନ୍ଧି ମୁହୂର୍ତରେ ନିତ୍ୟ ବ୍ୟବହାର ସାମଗ୍ରୀ ଆକାଶ ଛୁଆଁ ଦରରେ କଳାବଜାରୀ ମାନେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି ଏପରିକି ଆଳୁ ଓ ପିଆଜ ଦର ମଧ୍ୟ ଆକାଶ ଛୁଆ ହୋଇଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସଂଗଠନ ପକ୍ଷରୁ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାସହିତ ବ୍ରହ୍ମପୁର ସହରରେ ରହିଥିବା ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ ଉପରେ ଉପଜିଲ୍ଲାପାଲଙ୍କ ସହ ଆଲୋଚନା କରାଯାଇଥିଲା।

ଏହି ଅବସରରେ ସମ୍ପାଦକ ଆଇନଜୀବୀ ସତୀଶ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ହେମାଙ୍ଗ ପ୍ରସାଦ ରାଉଳ, ବିଶ୍ୱନାଥ ମାରଣା, କପିଳ ପଢ଼ି, ଦିନେସ ପଟନାୟକ, ଅସିତ ପଣ୍ଡାଙ୍କସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।