Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ “ଭଞ୍ଜବିହାର” ଶିକ୍ଷାନୁଷ୍ଠାନର ରାଗିଂ ଘଟଣାରେ କର୍ତୃପକ୍ଷଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ବିଶ୍ବବିଦ୍ୟାଳୟ “ଭଞ୍ଜବିହାର” ଶିକ୍ଷାନୁଷ୍ଠାନର ବିଭିନ୍ନ ଛାତ୍ରାବାସରେ ରହୁଥିବା କନିଷ୍ଠ ଛାତ୍ରମାନଙ୍କ ଉପରେ ବରିଷ୍ଠ ଛାତ୍ର ମାନଙ୍କର ରାଗିଂ ଚରମ ସୀମାରେ ପହଞ୍ଚିଛି। ଯାହା ଫଳରେ ରାଗିଂ ର ଶୀକାର ଅତିଷ୍ଠ ଛାତ୍ର ମାନେ ନିଜ ନାମକୁ ଗୋପନ ରଖି ୟୁଜିସି କର୍ତ୍ତୃପକ୍ଷ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ଛାତ୍ର ମାନଙ୍କର ଅଭିଯୋଗକୁ ଗ୍ରହଣ କରି ୟୁଜିସି କର୍ତ୍ତୃପକ୍ଷ ତଦନ୍ତ ଜନିତ କାର୍ଯ୍ୟାନୁଷ୍ଠାନ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ଚିଠି ଲେଖିଥିଲେ।

ପରବର୍ତ୍ତୀ ସମୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୧୭ ବରିଷ୍ଠ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଛାତ୍ରଙ୍କୁ ବହିଷ୍କାର ଆଦେଶ ଦେଇଥିବା ବେଳେ ୧୩ ଜଣ ଛାତ୍ରଙ୍କୁ ଜରିମାନା ଆଦେଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକତା ବିଭାଗର ଅବସରପ୍ରାପ୍ତ ପ୍ରଫେସରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ଵର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକତା ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ଆଜି ଦେହାନ୍ତ ହୋଇଯାଇଛି। ଏହି ଖବର ଶୁଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ”ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ଆଜି ଦେହାନ୍ତ ଖବର ଶୁଣି ମୁଁ ମର୍ମାହତ। ଅବସର ପରେ ସାମ୍ବାଦିକତା କ୍ଷେତ୍ରରେ ସ୍ବର୍ଗତ ମହାପାତ୍ର ସକ୍ରିୟ ରହି ଅନେକ ଲେଖା ଓ ପୁସ୍ତକ ରଚନା କରିଥିଲେ। ତାଙ୍କର ଦେହାବସାନ ଯୋଗୁଁ ସାମ୍ବାଦିକତା କ୍ଷେତ୍ରରେ ଅପୂରଣୀୟ କ୍ଷତି ହୋଇଛି। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରୁଛି।”