Categories
ଆଞ୍ଚଳିକ

ବ୍ରହ୍ମପୁର ଲାୟନ୍ସ କ୍ଲବ ତରଫରୁ ନାରାୟଣ ସେବା କାର୍ଯକ୍ରମ ଅନୁଷ୍ଠିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଲାୟନ୍ସ କ୍ଲବ ତରଫରୁ ବିଜିପୁର କାଳୀ ମନ୍ଦିର ଓ ଗୋଷାଣୀ ନୁଆ ଗାଁ ଜଗନ୍ନାଥ ମନ୍ଦିରରେ ନାରାୟଣ ସେବା କାର୍ଯକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ କିଛି ବେରୋଜଗାରୀ ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କୁ କ୍ଲବ ପକ୍ଷରୁ ଖାଦ୍ୟ ଓ ଫଳସହ ଟାୱାଲ୍ ଇତ୍ୟାଦି ବଣ୍ଟନ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଲାୟନ୍ସ ପି ଧର୍ମା ରାଓ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ଲବ ଡେପୁଟି ଗଭର୍ଣ୍ଣର ସରସ୍ବତୀ ପାତ୍ର, କୁମଦିନୀ ଚୌଧୁରୀ, ସୁନୀତା ସାହୁ, ନମିତା ପାଢ଼ୀ, ସବିତା ସାହୁ ଓ ଗୀତାରାଣି ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବ୍ରହ୍ମପୁର ଲାୟନ୍ସ କ୍ଲବ ତରଫରୁ ଛତା ବଣ୍ଟନ

ବ୍ରହ୍ମପୁର: ରେଶମ ନଗରୀ ବ୍ରହ୍ମପୁର ଜିଲ୍ଲା ଲାୟନ୍ସ କ୍ଲବ ତରଫରୁ ସହରର ରାସ୍ତା କଡ଼ର ଉଠା ଦୋକାନୀଙ୍କୁ ଛତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଡେପୁଟି ଲାୟନ୍ସ ଗଭର୍ଣ୍ଣର ସରସ୍ବତୀ ପାତ୍ର, କୁମଦିନୀ ଚୌଧୁରୀ, ଦେବୀପ୍ରଭା ରଥ, ସବିତା ସାହୁ ଓ ୱାୟନ୍ସ୍ ଧର୍ମା ରାଓ ପ୍ରମୁଖ ଯୋଗ ଦେଇଥିଲେ।