Categories
ଆଞ୍ଚଳିକ

ଚୋରୀ ମୋବାଇଲ ଫୋନ ଜବତ କରି ପ୍ରକୃତ ମାଲିକଙ୍କୁ ଫେରସ୍ତ କଲା ପୋଲିସ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ପଦରବାଲୀ ଗ୍ରାମର ରହିତ ସାହୁ ଓ ଗୋପାଳପୁର ଥାନା ଅନ୍ତର୍ଗତ ପଲିଗୁମୁଳା ଗ୍ରାମର ମଣ୍ଟୁ ନାହାକ ନିଜର ମୋବାଇଲ ଫୋନ ଚୋରି ହୋଇଥିବା ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ସାଇବର ଥାନା ପୋଲିସ ତଦନ୍ତ ଚଳାଇ ହଜି ଯାଇଥିବା ମୋବାଇଲ ଫୋନ ଉଦ୍ଧାର କରି ସାଇବର ଥାନାରେ ଉକ୍ତ ଦୁଇ ଅଭିଯୋଗକାରୀଙ୍କୁ ଦୁଇଟି ମୋବାଇଲ ଫୋନ ଫେରସ୍ତ କରିଛନ୍ତି। ଯ’ଦ୍ଵାରା ସହରର ବୁଦ୍ଧିଜୀବୀ ମହଲ ପୋଲିସ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଳକ ଗୌତମୀ ଗ୍ରାମ ବାଲିଢେପ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଉକ୍ତ ଗ୍ରାମର ଭୈରବୀ ମନ୍ଦିର କୁଅରୁ ଘନଶ୍ୟାମ ବେହେରା ନାମକ (୩୦ ବର୍ଷ) ଯୁବକଙ୍କ ମୃତଦେହ  ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ମୃତ ଘନଶ୍ୟାମ ଗତକାଲି ଠାରୁ ଘରକୁ ଫେରିନଥିଲେ। ବହୁ ଖୋଜାଖୋଜି କରିବା ପରେ ତାଙ୍କର ସନ୍ଧାନ ମିଳିନଥିଲା। କିନ୍ତୁ ଆଜି ସକାଳେ କିଛି ଲୋକ ଉକ୍ତ ମନ୍ଦିର କୁଅରେ ମୃତଦେହ ଭାସୁଥିବା ଦେଖି ସରପଞ୍ଚ ଝିଲି ରେଡ୍ଡୀ ଓ ପ୍ରତିନିଧି ପ୍ରଶାନ୍ତ ରେଡ୍ଡୀଙ୍କୁ ଜଣାଇଥିଲେ। ପରେ ସରପଞ୍ଚ ଅଗ୍ନିଶମ ବିଭାଗ, ସଦର ଥାନା ପୋଲିସ ଓ ସାନଖେମୁଣ୍ଡି ତହସିଲ ଖଲିଙ୍ଗି ଆର୍ ଆଇ ଙ୍କ ସହଯୋଗ =ରେ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପତ୍ନୀକୁ ନିର୍ଯ୍ୟାତନା ଅଭିଯୋଗରେ ସ୍ବାମୀ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ମସିହାଖାଲି ଗ୍ରାମର ବସନ୍ତ କୁମାର ନାହାକ ନାମକ ଜଣେ ବ୍ୟକ୍ତିକୁ ପତ୍ନୀ ନିର୍ଯ୍ୟାତନା ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସୁଚନା ଥାଉକି ଗିରଫ ବସନ୍ତ କିଛି ବର୍ଷ ପୂର୍ବେ ଜୟନ୍ତୀ ବିଷୋୟୀ ନାମ୍ନୀ ଜଣେ ମହିଳାଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ସନ୍ତାନ ଅଛନ୍ତି। କିନ୍ତୁ ଏହି କିଛି ମାସ ହେଲା ବସନ୍ତ ନିଜ ସ୍ତ୍ରୀ ଜୟନ୍ତୀକୁ ମାରଧର କରିବା ସହ ପ୍ରଚୁର ପରିମାଣର ଅର୍ଥ ଦାବି କରୁଥିଲେ ଓ ମନା କଲେ ନିର୍ଦ୍ଧୁମ ମାଡ଼ ମାରିବା ସହ ଘରୁ ପଳାଇବାକୁ କହୁଥିଲେ। ପରିଶେଷରେ ଜୟନ୍ତୀ ବାଧ୍ୟ ହୋଇ ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ କେଶ୍ ନଂ ୨୮୯/୨୩ ଅନୁଯାୟୀ ଏକ ମାମଲା ରୁଜୁ କରି ସ୍ବାମୀ ବସନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଦ୍ୟୁତ ଖୁଣ୍ଟକୁ ପିଟିଲା ବସ୍: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ମହୁରୀ କାଳୁଆ ଛକରେ ଏକ ଯାତ୍ରୀବାହୀ ବସ୍ (ଇସ୍ପାତ) ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଛି। କିନ୍ତୁ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ପାରଳାଖେମୁଣ୍ଡି ଠାରୁ ଭୁବନେଶ୍ଵର ଯାଉଥିବା ଉକ୍ତ ବସ୍ ଉକ୍ତ ଦୁର୍ଘଟଣା ସ୍ଥାନରେ ଦଣ୍ଡୁଆ ଦଳ ପାର ହେଉଥିବା ଦେଖି ଡ୍ରାଇଭର ନିଜକୁ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲା। ଖବର ପାଇ ସଦର ଥାନା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍ ସାହାଯ୍ୟରେ ବସ୍ କୁ ଉଦ୍ଧାର କରିଥିଲେ।