Categories
ଆଜିର ଖବର ରାଜ୍ୟ ଖବର

ପକ୍ଷୀ ଗଣନା: ବ୍ରହ୍ମପୁର ଡ଼ିଭିଜନରେ ୯୫ ପ୍ରଜାତିର ୨୪୨୯୮ଟି ପକ୍ଷୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ୨୦୨୦ ଏବଂ ୨୧ ମସିହା ପାଇଁ ବ୍ରହ୍ମପୁର ଫରେଷ୍ଟ ରେଞ୍ଜ ଅଂଚଳରେ ପକ୍ଷୀଗଣନା କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ଗତକିଛି ଦିନ ହେଲା ଏହି ରେଞ୍ଜ ଅଂଚଳର ୪୨ଟି ସ୍ଥାନରେ ପକ୍ଷୀ ଗଣନା କାର୍ଯ୍ୟ ଚାଲୁ ରହିଥିଲା। ଏହି ରେଞ୍ଜରେ ୯୫ ପ୍ରଜାତିର ସମୁଦାୟ ୨୪ହଜାର ୨୯୮ଟି ପକ୍ଷୀ ରହିଥିବା ଜଣାପଡ଼ିଛି। ମୁଖ୍ୟତଃ ବାହୁଦା ବେକ୍‌ୱାଟର ଅଂଚଳରେ ଅଧିକ ପରିମାଣରେ ପକ୍ଷୀ ରହିଛନ୍ତି। ଉକ୍ତ ସ୍ଥାନରେ ୪୨ଟି ପଂଜାତିର ୭୯୮୨ଟି ପକ୍ଷୀ ଅଛନ୍ତି। ୨୦୧୯-୨୦ ବର୍ଷରେ ସମୁଦାୟ ୩୮ଟି ଅଂଚଳରେ ପକ୍ଷୀ ଗଣନା କରାଯାଇଥିବାବେଳେ ୭୨ଟି ପ୍ରଜାତିର ୧୨୩୩୨ଟି ପକ୍ଷୀ ରହିଥିଲେ। ଗତବର୍ଷ ତୁଳନାରେ ଚଳିତବର୍ଷ ସମୁଦାୟ ୧୧୯୬୬ଟି ପକ୍ଷୀଙ୍କ ସଂଖ୍ୟା ବଢ଼ିଥିବା ବ୍ରହ୍ମପୁର ଏସିଏଫ୍ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କରୋନା ନିୟନ୍ତ୍ରଣ ପରେ ବିଭିନ୍ନ ରୁଟ୍ ଦେଇ ଓଏସ୍‌ଆରଟିସି ବ୍ରହ୍ମପୁର ଡ଼ିଭିଜନର ବସ୍ ଗଡ଼ିଲା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବହୁଦିନର ପ୍ରତୀକ୍ଷା ପରେ ବସ୍ ଗଡ଼ିଲା। ତଥାପି ଥମିନି କରୋନାର ଭୟ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ରାଜ୍ୟ ପରିବହନ ନିଗମ ମଧ୍ୟ ତା’ର ସେବା ଆରମ୍ଭ କରିଛି। ଖୋଦ୍ ବ୍ରହ୍ମପୁର ସହରରୁ ବିଭିନ୍ନ ଜିଲ୍ଲାକୁ ବିଭିନ୍ନ ରୁଟ୍‌ରେ ଗାଡ଼ି ଚଳାଚଳ ହୋଇଥାଏ। ମୁଖ୍ୟତଃ ବ୍ରହ୍ମପୁର ଓଏସ୍‌ଆର୍‌ଟିସି ଡ଼ିଭିଜନରୁ ଆନ୍ଧ୍ର ରୁଟ୍ ଦେଇ ଅନେକ ବସ୍ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଚାଲିବାର ଦୃଷ୍ଟାନ୍ତ ରହିଛି। ତେଣୁ ଆନ୍ଧ୍ର ରୁଟ୍ ଦେଇ ଯାଉଥିବା ବସ୍‌ଗୁଡ଼ିକ ବର୍ତ୍ତମାନ ସୁଦ୍ଧା ବନ୍ଦ ରହିଥିବାବେଳେ କେଭି ଲାଇନ୍ ଦେଇ ଗୋଟିଏ ବସ୍ ଯାହାକି ବ୍ରହ୍ମପୁର-ଉମରକୋଟ ଯାତ୍ରା କରୁଛି।

ଭଂଜନଗର-ସୁନାବେଡ଼ା, ଭଂଜନଗର-କଟକ ଏବଂ ବ୍ରହ୍ମପୁର-ବନ୍ଧଭାଲ ଭାୟା ଭଂଜନଗର ଦେଇ ଯାତାୟତ କରୁôଥବା ବ୍ରହ୍ମପୁର ଡ଼ିଟିଏମ୍‌ଙ୍କ ତରଫରୁ ସୂଚନା ମିଳିଛି। ଏହାସହ ଜେଇଇ ପରୀକ୍ଷାର୍ଥୀମାନଙ୍କ ପାଇଁ ଓଏଓ୍‌ଆର୍‌ଟିସି ପକ୍ଷରୁ ୧୦ଟି ବସ୍ ଯାତାୟତ କରୁଛି। ଯାହାକି ଡ଼ିଟିଏମ୍‌ଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀଙ୍କ କିଭଳି ସୁବିଧା ହେବ ସେଥିପ୍ରତି ଧ୍ୟାନ ଦେଉଥିବା ଦେଖିବାକୁ ମିଳୁଛି। ବ୍ରହ୍ମପୁର ଡ଼ିଭିଜନରୁ ମୁଖ୍ୟତଃ ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାକୁ ଅନେକଗୁଡ଼ିଏ ବସ୍ ଯାତାୟତ ହେଉଥିବାବେଳେ ବର୍ତ୍ତମାନ କୋରାନାକୁ ଦୃଷ୍ଟିରେ ରଖି କିଛି ରୁଟ୍‌କୁ ବନ୍ଦ କରାଯାଇଛି ଏବଂ ଅଳ୍ପଦିନ ମଧ୍ୟରେ ସମସ୍ତ ବସ୍ ଯାତାୟତ କରିବା ବୋଲି ଓଏସ୍‌ଆର୍‌ଟିସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସରକାରୀ ବସ୍ ଚାଲିବାକୁ ନେଇ ବିଭିନ୍ନ ମହଲରୁ ଦାବି ହେଉଛି। କାରଣ ଦୀର୍ଘ ମାର୍ଚ୍ଚ ମାସଠାରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ପରିବହନ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। ଯାହାଫଳରେ ଲୋକମାନଙ୍କର ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହେଉଥିଲା। ସେ ଯାହାବି ହେଉ ଅନେକ ଦିନ ପରେ ଯାତାୟତ ସ୍ୱାଭାବିକ ପରିସ୍ଥିତିକୁ ଫେରୁଥିବାରୁ ଲୋକମାନେ ଆଶ୍ୱସ୍ତି ହୋଇଛନ୍ତି। ଆସନ୍ତା ୪ ଦିନ ମଧ୍ୟରେ ସମସ୍ତ ବସ୍‌କୁ ଚାଲିବ ବୋଲି ଡ଼ିଟିଏମ୍ କହିଥିଲେ।