Categories
ଆଜିର ଖବର ଜାତୀୟ ଖବର

ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ ସେପ୍ଟେମ୍ବର ୨୦୨୩ ରେ ନୂଆଦିଲ୍ଲୀ ଠାରେ ଜି – ୨୦ ଶିଖର ସମ୍ମିଳନୀ ଅବସରରେ ବ୍ରିଟେନର ପ୍ରଧାନମନ୍ତ୍ରୀ ମହାମହିମ ରୁଷି ସୁନକଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଅକ୍ଟୋବର ୨୦୨୨ରେ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଧାନମନ୍ତ୍ରୀ ସୁନକଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ।

ବିଭିନ୍ନ ଜି -୨୦ ବୈଠକ ଗୁଡିକରେ ଓ କାର୍ଯ୍ୟକ୍ରମରେ ଉଚ୍ଚସ୍ତରୀୟ ଅଂଶଗ୍ରହଣ ଦ୍ୱାରା ଭାରତର ଜି -୨୦ ଅଧ୍ୟକ୍ଷତା ସମୟରେ ବ୍ରିଟେନ୍‌ର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

ଭାରତ- ବ୍ରିଟେନ୍ ବ୍ୟାପକ ରଣନୈତିକ ଭାଗିଦାରୀ ତଥା ବିଶେଷ କରି ଅର୍ଥନୀତି, ପ୍ରତିରକ୍ଷା ଓ ନିରାପତ୍ତା, ପ୍ରଯୁକ୍ତି ବିଦ୍ୟା, ସବୁଜ ପ୍ରଯୁକ୍ତି ବିଦ୍ୟା ଏବଂ ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟ ଓ ଗତିଶୀଳତା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ନେଇ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ । ଉଭୟ ନେତା ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗ ଏବଂ ପାରସ୍ପରିକ ସ୍ୱାର୍ଥ ଉପରେ ମଧ୍ୟ ମତ ବିନିମୟ କରିଥିଲେ ।

ଉଭୟ ନେତା ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନାର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ ଏବଂ ଆଶା ବ୍ୟକ୍ତ କରିଥିଲେ ଯେ ଅବଶିଷ୍ଟ ପ୍ରସଙ୍ଗ ଗୁଡ଼ିକୁ ଯଥାଶୀଘ୍ର ସମାଧାନ କରାଯାଇପାରିବ । ଯାହା ଦ୍ୱାରା ଏକ ସନ୍ତୁଳିତ, ପାରସ୍ପରିକ ଲାଭଦାୟକ ଏବଂ ଆଗୁଆ ଦେଖାଯାଉଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ଶୀଘ୍ର ଶେଷ ହୋଇ ପାରିବ ।

ଅଧିକ ବିସ୍ତୃତ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ସୁନକଙ୍କୁ ଶୀଘ୍ର, ପାରସ୍ପରିକ ସୁବିଧାଜନକ ସମୟରେ ପାରସ୍ପରିକ ଗସ୍ତ ପାଇଁ ଆମନ୍ତ୍ରଣ କରିଥିଲେ । ପ୍ରଧାନମନ୍ତ୍ରୀ ସୁନକ ଏହି ନିମନ୍ତ୍ରଣକୁ ଗ୍ରହଣ କରି ଜି-୨୦ ଶିଖର ସମ୍ମିଳନୀ ସଫଳ ହୋଇ ଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଭାରତୀୟ ବଂଶୋଭବ ଋଷି ସୁନକଙ୍କୁ ହରାଇ ବ୍ରିଟେନର ପ୍ରଧାନମନ୍ତ୍ରୀ ହେଲେ ଲିଜ୍ ଟ୍ରସ୍

ନୂଆଦିଲ୍ଲୀ: ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ପାଇଁ ଲିଜ୍ ଟ୍ରସ୍ ଜିତିଛନ୍ତି। ସେ ଏକ ଘନିଷ୍ଠ ପ୍ରତିଯୋଗିତାରେ ଭାରତୀୟ ମୂଳ ସାଂସଦ ଋଷି ସୁନକଙ୍କୁ ପରାସ୍ତ କରିଛନ୍ତି। ଲିଜ ଟ୍ରସ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଲିଜ୍ ଟ୍ରସ୍ ୮୧,୩୨୬ ଭୋଟ୍ ପାଇଥିବା ବେଳେ ଋଷି ସୁନକ୍ ୬୦.୩୯୯ ଭୋଟ୍ ପାଇଛନ୍ତି। ଥେରେସା ମେ ଏବଂ ମାର୍ଗରେଟ୍ ଥେଚରଙ୍କ ପରେ ଲିଜ୍ ଟ୍ରସ୍ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ଭୋଟ୍ ଶୁକ୍ରବାର ଶେଷ ହୋଇଥିଲା। ପ୍ରି-ସର୍ଭେରେ ଲିଜ ଟ୍ରସଙ୍କ ଠାରୁ ଋଷି ସୁନକ ପଛୁଆ ଥିବା କୁହାଯାଉଥିଲା।

ନିର୍ବାଚନରେ ​​ଜିତିବା ପରେ ଲିଜ ଟ୍ରସ କହିଛନ୍ତି ଯେ, ମୁଁ ଏକ ବୋଲ୍ଡ ଯୋଜନା ଉପସ୍ଥାପନ କରିବି। କରୋନା ମହାମାରୀ ପରେ ଟିକସ ହ୍ରାସ କରିବା ଏବଂ ବ୍ରିଟିଶ ଅର୍ଥନୀତିକୁ ମଜବୁତ କରିବା ପାଇଁ ସେ ଏକ ଉତ୍ତମ ଯୋଜନା ଦେବେ ବୋଲି ଲିଜ ଟ୍ରସ ଦାବି କରିଛନ୍ତି। ଶକ୍ତି ସଙ୍କଟ ଏବଂ NHS ଉପରେ ସେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଋଷି ସୁନକ ହେବେ ବ୍ରିଟେନର ପ୍ରଧାନମନ୍ତ୍ରୀ!: ବର୍ତ୍ତମାନ ୧୦ ଟି ଦେଶରେ ନେତୃତ୍ୱ ନେଉଛନ୍ତି ଭାରତୀୟ

ନୂଆଦିଲ୍ଲୀ: ଭାରତୀୟ ବଂଶଜ ଋଷି ସୁନକ ବ୍ରିଟିଶ ପ୍ରଧାନମନ୍ତ୍ରୀ ପଦ ପାଇଁ ସବୁଠାରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହୋଇଛନ୍ତି। ବୁଧବାର ଦିନ ବୋରିସ୍ ଜନସନଙ୍କ ସ୍ଥାନ ନେବା ପାଇଁ ସେ ଦୌଡର ଶେଷ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ବର୍ତ୍ତମାନ ସେ ପ୍ରଧାନମନ୍ତ୍ରୀ ଭାବରେ ଦଳର ନେତୃତ୍ୱ ଗ୍ରହଣ କରିବାକୁ ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ଯଦି ସୁନକ ବ୍ରିଟିଶ ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ବ୍ରିଟେନ ଏକାଦଶ ଦେଶ ହେବ, ଯେଉଁଠାରେ ଭାରତୀୟ ଲୋକ ବିଦେଶରେ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ପଦରେ ବସିବେ।

ଏପର୍ଯ୍ୟନ୍ତ ବିଶ୍ଵର ୧୦ ଟି ଦେଶରେ ଭାରତୀୟମାନେ କ୍ଷମତାରେ ଅଛନ୍ତି। ସେହି ଦେଶଗୁଡ଼ିକ ହେଲା-

୧- ମରିସସ୍
୨- ପର୍ତ୍ତୁଗାଲ୍
୩- ମାଲେସିଆ
୪- ସିଙ୍ଗାପୁର
୫- ସୁରିନାମ
୬- ତ୍ରିନିଦାଦ ଏବଂ ଟୋବାଗୋ
୭- ଗୁୟାନା
୮- ଫିଜି
୯- ଆୟର୍ଲାଣ୍ଡ
୧୦- ସେସେଲସ୍

ବର୍ତ୍ତମାନ ଦୁନିଆରେ ଏପରି ୬ ଟି ଦେଶ ଅଛି ଯେଉଁଠାରେ ଭାରତୀୟ ମୂଳ ଲୋକ ନେତୃତ୍ଵ ନେଉଛନ୍ତି। ଏହି ଦେଶଗୁଡିକ ହେଲା: –

ପର୍ତ୍ତୁଗାଲ: ଏଠାରେ ଆଣ୍ଟୋନିଓ କୋଷ୍ଟା ୨୬ ନଭେମ୍ବର ୨୦୧୫ ଠାରୁ ପ୍ରଧାନମନ୍ତ୍ରୀ ପଦରେ ଅଛନ୍ତି।
ମରିସସ୍: ୨୩ ଜାନୁୟାରୀ ୨୦୧୭ ଠାରୁ ପ୍ରବୀଣ ଜଗନ୍ନାଥ ଏଠାରେ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି। ପୃଥ୍ବୀରାଜ ସିଂ ରୁପୁନ୍ ଦେଶର ରାଷ୍ଟ୍ରପତି ଏବଂ ସେ ୨ ଡିସେମ୍ବର ୨୦୧୯ ଠାରୁ କାର୍ଯ୍ୟ କରୁଛନ୍ତି।
ସିଙ୍ଗାପୁର: ହଲିମା ୟାକୁବ୍ ଏଠାରେ ରାଷ୍ଟ୍ରପତି, ଯିଏ ୧୪ ସେପ୍ଟେମ୍ବର ୨୦୧୭ ଠାରୁ ଏହି ପଦବୀରେ ରହିଛନ୍ତି।
ଗୁୟାନା: ରାଷ୍ଟ୍ରପତି ଇରଫାନ ଅଲି ୨ଅଗଷ୍ଟ ୨୦୨୦ ଠାରୁ ଏଠାରେ କ୍ଷମତାରେ ଅଛନ୍ତି।
ସେସଲସ୍: ୱେବେଲ ରାମକଲାୱାନ୍ ୨୬ ଅକ୍ଟୋବର ୨୦୨୦ ଠାରୁ ଏଠାରେ ରାଷ୍ଟ୍ରପତି ଅଟନ୍ତି।
ସୁରିନାମ: ଖାନ ସନ୍ତୋଖି ୧୬ ଜୁଲାଇ ୨୦୨୦ ଠାରୁ ଏଠାରେ ରାଷ୍ଟ୍ରପତି ଅଟନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜି-୨୦ ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଏବଂ ଅନ୍ୟ ବିଶ୍ୱ ନେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ରୋମ: ଆଜି ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଏବଂ ଅନ୍ୟ ବିଶ୍ୱ ନେତାଙ୍କ ସହ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଭାରତରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଦ୍ୱାରା ଟ୍ୱିଟ୍ କରିଥିବା ଫଟୋରେ ବିଡେନ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍, ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଭେଟିଥିବାର ଦେଖିବାକୁ ମିଳିଛି।

ପିଏମଓ ଏକ ଟୁଇଟ୍‌ରେ ଲେଖିଛି ଯେ, ରୋମରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ନେତାଙ୍କ ସହ କଥାବାର୍ତ୍ତା କରିଛନ୍ତି। ଚିତ୍ରଗୁଡ଼ିକରେ ମୋଦୀ ବିଡେନଙ୍କ ସହ ବୁଲୁଥିବାର ନଜର ଆସିଛନ୍ତି। ଯେଉଁଥିରେ ଦେଖାଯାଏ ସେମାନେ ହାଲୁକା କଥା ହେଉଛନ୍ତି। ଉଭୟ ନେତାଙ୍କୁ ଖୁସିର ମନୋଭାବରେ ଦେଖିବାକୁ ମିଳେ। ସେପ୍ଟେମ୍ବର ୨୪ ତାରିଖରେ ହ୍ୱାଇଟ ହାଉସରେ ବିଡେନ ମୋଦୀଙ୍କୁ ଭେଟିଥିଲେ, ଯାହା ତାଙ୍କର ପ୍ରଥମ ବ୍ୟକ୍ତିଗତ ବୈଠକ ଥିଲା। ଅନ୍ୟ ଚିତ୍ରରେ, ମାକ୍ରୋନ୍, ଟ୍ରୁଡୋ ଏବଂ ଜନସନଙ୍କ ସହ ମୋଦୀଙ୍କୁ ଦେଖିବାକୁ ମିଳେ। ଏହାପୂର୍ବରୁ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଉଥିବା ମୋଦୀଙ୍କ ସମେତ ବିଶ୍ଵର ସମସ୍ତ ନେତା ଏକ ‘ଫାମିଲି ଫଟୋ’ ପାଇଁ ଏକାଠି ହୋଇଥିଲେ।

ଅନ୍ୟ ଏକ ଟୁଇଟ୍‌ରେ ପିଏମଓ କହିଛି ଯେ, ଜି-୨୦ ଶିଖର ସମ୍ମିଳନୀ ପାଇଁ ବିଶ୍ୱ ନେତାମାନେ ରୋମରେ ଏକାଠି ହୋଇଛନ୍ତି। ବିଶ୍ଵର ମଙ୍ଗଳ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବହୁପକ୍ଷୀୟ ମଞ୍ଚ। “ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋମ ଗସ୍ତ ପୂର୍ବରୁ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି ଯେ, ବିଶ୍ଵର ପ୍ରମୁଖ ଅର୍ଥନୀତି ସହ ଭାରତର ଯୋଗଦାନ ତଥା ବିଶ୍ଵର ଆର୍ଥିକ ଅଭିବୃଦ୍ଧି ପାଇଁ ନିୟମ ପ୍ରସ୍ତୁତ କରିବା ପାଇଁ ଜି-୨୦ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ସୃଷ୍ଟି ହୋଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥା ହେଲେ ମୋଦୀ, ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେଲା ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଏହି ସମୟରେ ଦୁଇ ନେତା ଭାରତ-ୟୁକେ ଏଜେଣ୍ଡା ୨୦୩୦, ଗ୍ଲାସ୍ଗୋ, ଆଫଗାନିସ୍ତାନ ପ୍ରସଙ୍ଗ ଏବଂ ଆଗମି ସିଓପି-୨୬ ପ୍ରସଙ୍ଗରେ ଜଳବାୟୁ ଆକ୍ସନ୍ ଉପରେ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସହ କଥା ହୋଇ ଖୁସି। ଆମେ ଭାରତ-ୟୁକେ ଏଜେଣ୍ଡା ୨୦୩୦ ରେ ଅଗ୍ରଗତିର ସମୀକ୍ଷା କରିଥିଲୁ, ଗ୍ଲାସ୍ଗୋରେ ଆଗାମୀ ସିଓପି-୨୬ ପ୍ରସଙ୍ଗରେ ଜଳବାୟୁ କାର୍ଯ୍ୟ ଉପରେ ମତ ବିନିମୟ କରିଥିଲୁ ଏବଂ ଆଫଗାନିସ୍ତାନ ସମେତ ଆଞ୍ଚଳିକ ପ୍ରସଙ୍ଗରେ ଆମର ମୂଲ୍ୟାଙ୍କନ ବାଣ୍ଟିଥିଲୁ।

ଏଥି ସହିତ ବ୍ରିଟିଶ ସରକାର ଦେଇଥିବା ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ଆଜି ସକାଳେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି। ଏହି ବିବୃତ୍ତିରେ କୁହାଯାଇଛି ଯେ ଦୁଇ ନେତା ବ୍ରିଟେନ-ଭାରତ ସମ୍ପର୍କକୁ ମଜବୁତ କରିବା ଉପରେ ଆଲୋଚନା କରିଥିଲେ ଏବଂ ମେ ମାସରେ ପ୍ରଧାନମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହମତି ଅନୁଯାୟୀ ୨୦୩୦ ରୋଡମ୍ୟାପରେ ଅଗ୍ରଗତିକୁ ସ୍ୱାଗତ କରିଥିଲେ।

ବିବୃତ୍ତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆଗାମୀ ସିଓପି-୨୬ ଶିଖର ସମ୍ମିଳନୀ ପୂର୍ବରୁ ଜଳବାୟୁ ପରିବର୍ତ୍ତନ ଉପରେ ଠୋସ୍ ଅଗ୍ରଗତି କରିବାର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଛନ୍ତି। ଆହୁରି ମଧ୍ୟ, ଦୁଇ ନେତା କରୋନା ଭାଇରସ ବିରୋଧରେ ସାଧାରଣ ସଂଗ୍ରାମ ଏବଂ ଆନ୍ତର୍ଜାତିକ ଯାତ୍ରାକୁ ସାବଧାନତାର ସହିତ ଖୋଲିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।