Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ସୁନକଙ୍କୁ ତାଙ୍କ କାର୍ଯ୍ୟକାଳର ଏକ ବର୍ଷ ସଫଳତାର ସହ ପୂରା ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି।

ବାଣିଜ୍ୟ, ପୁଞ୍ଜିନିବେଶ, ନୂତନ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ନିରାପତ୍ତା, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟକ୍ଷେତ୍ର ରେ ଦ୍ୱିପାକ୍ଷିକ ବ୍ୟାପକ ଷ୍ଟାର୍ଟଅପ୍ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ନେତାମାନେସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ପାରସ୍ପରିକ ଲାଭଦାୟକ ମୁକ୍ତ ବାଣିଜ୍ୟଚୁକ୍ତିକୁ ଶୀଘ୍ର କାର୍ଯ୍ୟକାରୀ କରିବା ଦିଗରେ ହେଉଥିବା ଅଗ୍ରଗତିକୁ ସେମାନେ ସ୍ୱାଗତକରିଥିଲେ।

ଉଭୟ ନେତା ପଶ୍ଚିମ ଏସିଆ ଅଞ୍ଚଳର ବିକାଶ ଏବଂ ଇସ୍ରାଏଲ ଏବଂ ହମାସ ମଧ୍ୟରେସଂଘର୍ଷ ଉପରେ ମତ ବିନିମୟ କରିଥିଲେ। ଆତଙ୍କବାଦ, ସୁରକ୍ଷା ପରିସ୍ଥିତି ବିଗିଡ଼ିବା ଏବଂସାଧାରଣ ନାଗରିକଙ୍କ ଜୀବନହାନି କୁ ନେଇ ଉଭୟ ନେତା ଗଭୀର ଉଦ୍‌ବେଗ ପ୍ରକାଶକରିଛନ୍ତି। ଆଞ୍ଚଳିକ ଶାନ୍ତି, ନିରାପତ୍ତା, ସ୍ଥିରତା ଏବଂ ନିରନ୍ତର ମାନବିକ ସହାୟତାରଆବଶ୍ୟକତା  ଉପରେ ସେମାନେ ସହମତ ହୋଇଥିଲେ।

ଉଭୟ ନେତା ଯୋଗାଯୋଗରେ ରହିବାକୁ ସହମତ ହୋଇଥିଲେ ଏବଂ ଦୀପାବଳିର ପର୍ବପାଇଁ ଶୁଭେଚ୍ଛା ଆଦାନ ପ୍ରଦାନ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଅକ୍ଷରଧାମ ମନ୍ଦିର ପରିଦର୍ଶନ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନାକ ଏବଂ ପତ୍ନୀ ଅକ୍ଷତା

ନୂଆଦିଲ୍ଲୀ: ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନାକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତୀ ନୂଆଦିଲ୍ଲୀସ୍ଥିତ ଅକ୍ଷରଧାମ ମନ୍ଦିର ଦର୍ଶନ କରିଛନ୍ତି। ସୁନାକ ଜି୨୦ ଶିଖର ସମ୍ମିଳନୀ ପାଇଁ ସରକାରୀ ଗସ୍ତ ସମୟରେ ରବିବାର ଦିନ ଉଭୟ ଏହି ମନ୍ଦିର ପରିଦର୍ଶନ କରିଛନ୍ତି।

ସେମାନେ ଆଜି ଜି୨୦ ଦେଶର ନେତାଙ୍କ ସହ ରାଜଘାଟ ଯିବା ପୂର୍ବରୁ ପ୍ରାର୍ଥନା କରିବା ପାଇଁ ସକାଳେ ମନ୍ଦିରରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ଋଷି ସୁନାକ ଏବଂ ପ୍ରଥମ ମହିଳା ଅକ୍ଷତା ମୁର୍ତ୍ତୀଙ୍କୁ ମନ୍ଦିର ତରଫରୁ ସ୍ୱାଗତ କରାଯାଇଥିଲା। ଏ ନେଇ ଅକ୍ଷୟ ମନ୍ଦିର ତରଫରୁ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ସେୟାର କରାଯାଇଛି।

ତାଙ୍କର ଗସ୍ତକୁ ଦେଖି ମନ୍ଦିର ଚତୁପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିଲା। ପ୍ରଧାନମନ୍ତ୍ରୀ ସୁନାକ ଏବଂ ତାଙ୍କର ଅଧିକାରୀମାନେ ସକାଳ ୬ ଟା ୪୫ ମିନଟରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଏକ ଶୁଭ ପାରମ୍ପାରିକ ହିନ୍ଦୁ ସ୍ୱାଗତ ପ୍ରଦାନ କରାଯାଇଥିଲା। ଏହା ବିଏପିଏସ ସ୍ବାମୀନାରାୟଣ ଅକ୍ଷରଧାମ ମନ୍ଦିର ଦ୍ୱାରା ପ୍ରକାଶିତ ଏକ ବିବୃତ୍ତିରେ କୁହା ଯାଇଛି।

ଆଧ୍ୟାତ୍ମିକ ଗୁରୁ ମହନ୍ତ ସ୍ବାମୀ ମହାରାଜଙ୍କ ବାର୍ତ୍ତାରେ କହିଛନ୍ତି ଯେ “ବସୁଦେବ କୁଟୁକମ୍ବଂ କୁ ବିଶ୍ବାସ କରି ସମଗ୍ର ବିଶ୍ୱକୁ ଶାନ୍ତି, ଧାର୍ମିକ ସମୃଦ୍ଧତା ଏବଂ ବିଶ୍ୱ ସୌହାର୍ଦ୍ଦ୍ୟ ଦିଗରେ ସାମୂହିକ ଭାବରେ ସାହାଯ୍ୟ କରିବାରେ ଏହି ସମ୍ମିଳନୀ ଏକ ସଫଳ ହେଉ ବୋଲି ପ୍ରାର୍ଥନା କରାଯାଇଥିଲା।

ମନ୍ଦିର ତରଫରୁ ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କୁ ୧୦୦ ଏକର ଏକ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କମ୍ପ୍ଲେକ୍ସର ଏକ ତଥ୍ୟ ପ୍ରଦାନ କରାଯାଇଥିଲା। ଏହା ଭାରତର ପରମ୍ପରା ଏବଂ ପ୍ରାଚୀନ ସ୍ଥାପତ୍ୟକୁ ପ୍ରଦର୍ଶନ କରୁଥିବାବେଳେ ବିଶ୍ବ, ଭକ୍ତି ଏବଂ ସୌହାର୍ଦ୍ଦ୍ୟର ହିନ୍ଦୁ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ପ୍ରଦର୍ଶିତ କରୁଥିଲା।

ସୁନାକ ଏବଂ ତାଙ୍କ ପତ୍ନୀ ସେଠାରେ ପୂଜା ପାଉଥିବା ବିଭିନ୍ନ ମୂର୍ତ୍ତିକୁ ମୁଣ୍ଡିଆ ମାରିଥିଲେ। ଉଭୟ ମନ୍ଦିରର କଳା ଏବଂ ସ୍ଥାପତ୍ୟକୁ ବେଶ୍ ପ୍ରଶଂସା ମଧ୍ୟ କରିଥିଲେ। ମନ୍ଦିର କର୍ତ୍ତୁପକ୍ଷଙ୍କ ବିବୃତ୍ତି ଅନୁଯାୟୀ, ସେମାନେ ଶ୍ରୀ ନୀଳକଣ୍ଠ ଭର୍ନି ମହାରାଜଙ୍କ ମୂର୍ତ୍ତି ନିକଟରେ ଅଭିଷେକ କରିବା ସହିତ ଜଳ ପ୍ରଦାନ କରିଥିଲେ। ସେମାନେ ବିଶ୍ୱରେ ଶାନ୍ତି, ପ୍ରଗତି ଏବଂ ସୌହାର୍ଦ୍ଦ୍ୟ ପାଇଁ ପ୍ରାର୍ଥନା କରିଥିଲେ।

ଅକ୍ଷରଧାମ ମନ୍ଦିର ନିର୍ଦ୍ଦେଶକ ଜ୍ୟୋତିନ୍ଦ୍ର ଡେଭ୍ କହିଛନ୍ତି ଯେ ମନ୍ଦିରରେ ସୁନାକ୍ ଏକ “ଅସାଧାରଣ ଅଭିଜ୍ଞତା ହାସଲ କରିଥିଲେ। ଏଠାରେ ସେ ପ୍ରତି ମିନିଟକୁ ଉପଭୋଗ କରିଥିଲେ। ସେ ଆହୁରି କିଛି ସମୟ ମନ୍ଦିରରେ ବିତାଇବା ପାଇଁ ଚାହୁଁଥିଲେ। ହେଲେ ବ୍ୟସ୍ତତା ଭିତରେ ସେ ସେଠାରୁ ଶିଘ୍ର ବିଦାୟ ନେଇଥିଲେ।

ମନ୍ଦିର ପରିକ୍ରମା ବେଳେ ସୁନାକଙ୍କ ପତ୍ନୀ ମଧ୍ୟ ବହୁତ ଖୁସି ଥିଲେ। ସେ ବହୁତ ବିଶ୍ୱାସ ଭକ୍ତି ସହିତ ପୂଜା ଏବଂ ଆରତୀ ମଧ୍ୟ କରିଥିଲେ। ଆମେ ତାଙ୍କୁ ମନ୍ଦିର ବୁଲାଇ ଦେଖାଇଥିଲୁ ଏବଂ ତାଙ୍କୁ ଉପହାର ସ୍ୱରୂପ ମନ୍ଦିରର ଏକ ମଡେଲ ମଧ୍ୟ ପ୍ରଦାନ କରିଥିଲୁ ବୋଲି ନିର୍ଦ୍ଦେଶକ କହିଛନ୍ତି।

ମନ୍ଦିର କର୍ତ୍ତୃପକ୍ଷ ସୁନାକଙ୍କୁ ମନ୍ଦିରର ଏକ ମଡେଲ ଉପହାର ଦେଇଥିଲେ। ସୁନାକ ଶୁକ୍ରବାର ଦିନ ଭାରତରେ ପହଞ୍ଚିବା ପରେ ସେ ଏକ ମନ୍ଦିର ଦର୍ଶନ କରିବେ ବୋଲି ଗଣମାଧ୍ୟମକୁ କହିଥିଲେ। ଜି୨୦ କାର୍ଯ୍ୟକ୍ରମରୁ ସମୟ ବାହାର କରି ଏହି ମନ୍ଦିର ପରିଦର୍ଶନ କରିବି ବୋଲି କହିଥିଲେ।

ସେ ଗର୍ବର ସହିତ କହିଥିଲେ ଯେ, ମୁଁ ଜଣେ ହିନ୍ଦୁ ଭାବେ ଗର୍ବ କରେ। ସେଥିପାଇଁ ମୁଁ ବର୍ତ୍ତମାନ ଏହି ସ୍ତରକୁ ପହଞ୍ଚିପାରିଛି । ଚଳିତ ବର୍ଷ ସେ ଜନ୍ମାଷ୍ଠମୀ ପାଳନ କରିପାରି ନାହାଁନ୍ତି, ସେଥିପାଇଁ ଏକ ମନ୍ଦିର ଯାଇ ସେହି ଇଚ୍ଛାକୁ ପୂରଣ କରିବି ବୋଲି ସୁନାକ କହିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଭାରତ-ବ୍ରିଟେନ ମିଳିମିଶି କୋଭିଡ ମୁକାବିଲା କରିବା ପାଇଁ ଶିଖର ସମ୍ମିଳନୀରେ ସହମତି

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ମଧ୍ୟରେ ଆଜି ଏକ ଭର୍ଚୁଆଲ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭାରତ ଓ ବ୍ରିଟେନ ମଧ୍ୟରେ ଦୀର୍ଘସ୍ଥାୟୀ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଏବଂ ଏକ ରଣନୈତିକ ସହଭାଗିତା ରହିଛି। ଏହି ସହଭାଗିତା ଗଣତନ୍ତ୍ର ଓ ମୌଳିକ ସ୍ବାଧୀନତା ଲାଗି ପ୍ରତିବଦ୍ଧତା ତଥା ଆଇନର ଶାସନ, ଦୃଢ଼ ଆପୋସ ବୁଝାମଣା ଓ ବୃଦ୍ଧି ପାଉଥିବା ସମନ୍ବୟ ଉପରେ ଆଧାରିତ।

ଦ୍ବିପାକ୍ଷିକ ସମ୍ପର୍କକୁ ଆଗକୁ ବଢ଼ାଇ ଏକ ‘ବିସ୍ତୃତ ରଣନୈତିକ ସହଭାଗିତା’ରେ ପରିଣତ କରିବା ଉଦ୍ଦେଶ୍ୟରେ ଏହି ଶିଖର ସମ୍ମିଳନୀ ଅବସରରେ ଏକ ମହତ୍ବାକାଂକ୍ଷୀ ‘ରୋଡମ୍ୟାପ ୨୦୩୦’ ଗ୍ରହଣ କରାଯାଇଥିଲା। ଏହି ରୋଡମ୍ୟାପ ଆସନ୍ତା ଦଶବର୍ଷ ମଧ୍ୟରେ ଜନ ସମ୍ପର୍କ, ବାଣିଜ୍ୟ ଓ ଅର୍ଥ ବ୍ୟବସ୍ଥା, ପ୍ରତିରକ୍ଷା ଓ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଓ ସ୍ବାସ୍ଥ୍ୟ ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଅଧିକ ନିବିଡ଼ ଓ ଦୃଢ଼ ସହଭାଗିତା ନିମନ୍ତେ ମାର୍ଗ ପ୍ରଶସ୍ତ କରିବ।

ଦୁଇ ନେତା ବର୍ତ୍ତମାନର କୋଭିଡ୧୯ ପରିସ୍ଥିତି ଏବଂ ଟିକା ଉପରେ ସଫଳ ଭାଗିଦାରୀ ସମେତ ମହାମାରୀ ମୁକାବିଲା ଲାଗି ଜାରି ରହିଥିବା ସହଭାଗିତା ଉପରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଭାରତରେ କୋଭିଡ-୧୯ ଦ୍ବିତୀୟ ଲହରୀର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବ୍ରିଟେନ ପକ୍ଷରୁ ଯୋଗାଇ ଦିଆଯାଇଥିବା ତ୍ବରିତ ଚିକିତ୍ସା ସହାୟତା ପାଇଁ ପ୍ରଧାନମନ୍ତ୍ରୀ ଜନସନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେହିପରି ଗତବର୍ଷ ଔଷଧ ଓ ଟିକା ଆଦି ଯୋଗାଣ ମାଧ୍ୟମରେ ବ୍ରିଟେନ ଓ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ସହାୟତା ଯୋଗାଇବା ନିମନ୍ତେ ଭାରତର ଭୂମିକାକୁ ପ୍ରଧାନମନ୍ତ୍ରୀ ଜନସନ ପ୍ରଶଂସା କରିଥିଲେ।

ବିଶ୍ବର ପଞ୍ଚମ ଓ ଷଷ୍ଠ ବୃହତ୍ତମ ଅର୍ଥବ୍ୟବସ୍ଥା ମଧ୍ୟରେ ରହିଥିବା ବାଣିଜ୍ୟ ସମ୍ଭାବନାକୁ ଉଜାଗର କରିବା ନିମନ୍ତେ ଦୁଇ ପ୍ରଧାନମନ୍ତ୍ରୀ ଏକ ‘ପରିବର୍ଦ୍ଧିତ ବାଣିଜ୍ୟ ସହଭାଗିତା’ (ଇଟିପି)ର ଶୁଭାରମ୍ଭ କରିଥିଲେ ଏବଂ ୨୦୩୦ ସୁଦ୍ଧା ଦ୍ବିପାକ୍ଷିକ ବାଣିଜ୍ୟକୁ ଦ୍ବିଗୁଣିତ କରିବା ଲାଗି ଏକ ମହତ୍ବାକାଂକ୍ଷୀ ଲକ୍ଷ୍ୟ ନିର୍ଦ୍ଧାରଣ କରିଥିଲେ। ଇଟିପିର ଅଂଶବିଶେଷ ସ୍ବରୂପ, ଆଗୁଆ ଲାଭ ପାଇବା ପାଇଁ ଏକ ଅନ୍ତରୀଣ ବାଣିଜ୍ୟ ରାଜିନାମା ସମ୍ପର୍କରେ ବିଚାର କରିବା ସମେତ ଏକ ବିସ୍ତୃତ ଏବଂ ସନ୍ତୁଳିତ ଏଫଟିଏ ଲାଗି ଆଲୋଚନା କରିବା ନିମନ୍ତେ ଏକ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ଭାରତ ଓ ବ୍ରିଟେନ ସହମତ ହୋଇଥିଲେ। ଭାରତ ଓ ବ୍ରିଟେନ ମଧ୍ୟରେ ପରିବର୍ଦ୍ଧିତ ବାଣିଜ୍ୟ ସହଭାଗିତା ଦୁଇ ଦେଶରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଗବେଷଣା ଓ ନବୋନ୍ମେଷ ସହଭାଗିତାରେ ବ୍ରିଟେନ ହେଉଛି ଭାରତର ଦ୍ବିତୀୟ ସର୍ବବୃହତ ସହଯୋଗୀ। ଏକ ନୂଆ ଭାରତ-ବ୍ରିଟେନ ‘ବିଶ୍ବ ନବୋନ୍ମେଷ ସହଭାଗିତା’ ଏହି ଶିଖର ସମ୍ମିଳନୀ ଅବସରରେ ଘୋଷଣା କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ହେଉଛି ଆଫ୍ରିକା ଠାରୁ ଆରମ୍ଭ କରି କେତେକ ଚୟନିତ ବିକଶଶୀଳ ରାଷ୍ଟ୍ରରେ ସମାବେଶୀ ଭାରତୀୟ ନବୋନ୍ମେଷକୁ ହସ୍ତାନ୍ତର କରିବାରେ ସହାୟତା କରିବା।

ଡିଜିଟାଲ ଓ ଆଇସିଟି ଉତ୍ପାଦ ସମେତ ନୂତନ ଏବଂ ଉଦୀୟମାନ ପ୍ରଯୁକ୍ତି ଏବଂ ଯୋଗାଣ ଶୃଙ୍ଖଳ ସହନଶୀଳତା ଉପରେ କାର‌୍ୟ୍ୟ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବା ନିମନ୍ତେ ଉଭୟ ପକ୍ଷ ସହମତ ହୋଇଥିଲେ। ସାମୁଦ୍ରିକ ସୁରକ୍ଷା, ଆତଙ୍କବାଦ-ମୁକାବିଲା ଓ ସାଇବର ସ୍ପେସ କ୍ଷେତ୍ରକୁ ମିଶାଇ ଉଭୟ ପକ୍ଷ ମଧ୍ୟରେ ପ୍ରତିରକ୍ଷା ଓ ସୁରକ୍ଷା ସହଭାଗିତାକୁ ସୁଦୃଢ଼ କରିବା ନିମନ୍ତେ ମଧ୍ୟ ସେମାନେ ସହମତ ହୋଇଥିଲେ।

ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଜି୭ରେ ସହଯୋଗ ସମେତ ଆପୋସ ହିତ ଜଡ଼ିତ ଅନ୍ୟ ଆଞ୍ଚଳିକ ଓ ବିଶ୍ବସ୍ତରୀୟ ପ୍ରସଙ୍ଗରେ ଦୁଇ ପ୍ରଧାନମନ୍ତ୍ରୀ ମତ ବିନିମୟ କରିଥିଲେ। ସେମାନେ ପ୍ୟାରିସ ଚୁକ୍ତିର ଲକ୍ଷ୍ୟ ହାସଲ ନିମନ୍ତେ ଜଳବାୟୁ କାର‌୍ୟ୍ୟାନୁଷ୍ଠାନ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଥିଲେ ଏବଂ ଚଳିତ ବର୍ଷ ଶେଷ ଭାଗରେ ବ୍ରିଟେନ ଦ୍ବାରା ଆୟୋଜିତ ହେବାକୁ ଥିବା ଆଗାମୀ ସିଓପି ୨୬ରେ ନିବିଡ଼ ସମ୍ପର୍କ ସ୍ଥାପନ ନିମନ୍ତେ ରାଜି ହୋଇଥିଲେ।

ଭାରତ ଓ ବ୍ରିଟେନ ପ୍ରବାସ ଓ ଯାତାୟାତ ଉପରେ ଏକ ବିସ୍ତୃତ ସହଭାଗିତାର ଶୁଭାରମ୍ଭ କରିଥିଲେ ଯାହା ଦୁଇ ଦେଶ ମଧ୍ୟରେ ଛାତ୍ରଛାତ୍ରୀ ଓ ପୋସାଦାରମାନଙ୍କର ଯାତାୟାତ ନିମନ୍ତେ ଅଧିକ ସୁଯୋଗ ସୃଷ୍ଟିରେ ସହାୟକ ହେବ। ପରିସ୍ଥିତିରେ ସୁଧାର ଆସିଲେ ପ୍ରଧାନମନ୍ତ୍ରୀ ଜନସନଙ୍କୁ ତାଙ୍କର ସୁବିଧା ଅନୁସାରେ ଭାରତ ଆସିବା ନିମନ୍ତେ ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ ଜଣାଇଥିଲେ ଓ ତାଙ୍କୁ ସ୍ବାଗତ କରିବା ଲାଗି ନିଜର ଇଚ୍ଛା ବ୍ୟକ୍ତ କରିଥିଲେ। ଜି-୭ ଶିଖର ସମ୍ମିଳନୀ ପାଇଁ ବ୍ରିଟେନ ଗସ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଜନସନ ନିମନ୍ତ୍ରଣ ଜଣାଇଥିଲେ।