Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପ୍ରତିଶୋଧ ନେଲା ଭାରତ: ବ୍ରିଟେନ ନାଗରିକଙ୍କ ପାଇଁ କ୍ଵାରେଣ୍ଟିନ ବାଧ୍ୟତାମୂଳକ

ନୂଆଦିଲ୍ଲୀ: କରୋନା ମହାମାରୀ ରୋକିବା ପାଇଁ ଟିକା ସବୁଠାରୁ ବଡ ଅସ୍ତ୍ର ଭାବରେ ବିବେଚନା କରାଯାଏ। ଏହି ସମୟରେ, ସୂତ୍ରରୁ ଜଣାପଡିଛି ଯେ ବ୍ରିଟେନରୁ ଭାରତକୁ ଆସୁଥିବା ବ୍ରିଟେନ ନାଗରିକଙ୍କୁ ୧୦ ଦିନ ପାଇଁ ବାଧ୍ୟତାମୂଳକ ଭାବେ କ୍ବାରେଣ୍ଟିନ କରିବାକୁ ପଡିବ। ଏହି ନିଷ୍ପତ୍ତି ନିଆଯାଇଛି ଯେଉଁ ସମୟରେ ନିକଟରେ ବ୍ରିଟେନ ମଧ୍ୟ ଭାରତର ନାଗରିକଙ୍କ ପାଇଁ ସମାନ ପ୍ରକ୍ରିୟା ଦେଇ ଗତି କରିବାକୁ ଘୋଷଣା କରିଥିଲା।

କରୋନା ଟିକା ନେଇ ଭାରତ ଏବଂ ବ୍ରିଟେନ ମଧ୍ୟରେ ବିବାଦ ଲାଗି ରହିଛି। ଅତୀତରେ ବ୍ରିଟେନ ଭାରତର କରୋନା ଟିକାକୁ ଅନୁମୋଦନ କରିନଥିଲା, କିନ୍ତୁ ଯେତେବେଳେ ଭାରତ କଠୋରତା ଦେଖାଇଲା, ସେତେବେଳେ ବ୍ରିଟେନ ଭାରତର କରୋନା ଟିକାକୁ ଅନୁମୋଦନ କଲା। କିନ୍ତୁ ଭାରତରୁ ଉଭୟ ଡୋଜ ଟୀକା ନେଇ ବ୍ରିଟେନ ଯାଉଥିବା ଯାତ୍ରୀଙ୍କୁ କ୍ଵାରେଣ୍ଟିନରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି। ବର୍ତ୍ତମାନ ଏହି ନିଷ୍ପତ୍ତି ଉପରେ ଭାରତ ମଧ୍ୟ ପ୍ରତିଶୋଧ ନେଇଛି।

ସୂତ୍ରରୁ ପ୍ରକାଶ ଯେ, ଅକ୍ଟୋବର ୪ ତାରିଖରୁ ବ୍ରିଟେନରୁ ଭାରତକୁ ଆସୁଥିବା ସମସ୍ତ ନାଗରିକଙ୍କୁ ୧୦ ଦିନ ପାଇଁ କ୍ଵାରେଣ୍ଟିନରେ ରହିବାକୁ ପଡିବ। ଏଥି ସହିତ, ଯାତ୍ରା ପୂର୍ବରୁ ୭୨ ଘଣ୍ଟା ମଧ୍ୟରେ କୋଭିଡ -୧୯ ଆରଟି- ପିସିଆର ପରୀକ୍ଷା କରିବାକୁ ପଡିବ।

ଏହା ବ୍ୟତୀତ କୋଭିଡ -୧୯ ଆରଟି-ପିସିଆର ପରୀକ୍ଷା ମଧ୍ୟ ବିମାନ ବନ୍ଦରରେ ପହଞ୍ଚିବା ସମୟରେ କରିବାକୁ ପଡିବ। ଏଥି ସହିତ, ଭାରତ ଆସିବାର ଆଠ ଦିନ ପରେ ପୁଣିଥରେ ଆରଟିଓ- ପିସିଆର ପରୀକ୍ଷା କରିବାକୁ ପଡିବ।