Categories
ଆଜିର ଖବର ଖେଳ ଜାତୀୟ ଖବର

ଟସ୍ ଜିତିଲେ ଏମଏସ ଧୋନି; ଚେନ୍ନାଇର ବଡ ପରିବର୍ତ୍ତନ, ଜାଣନ୍ତୁ ଉଭୟ ଦଳର ପ୍ଲେଇଂ ଏକାଦଶ

ନୂଆଦିଲ୍ଲୀ: ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ୍ ୨୦୨୨ ର ୬୮ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜସ୍ଥାନ ରୟାଲ୍ସ ଦଳ ପ୍ରଥମେ ବୋଲିଂ କରିବ।

ଚେନ୍ନାଇ ସୁପର କିଙ୍ଗ୍ସ ଏକାଦଶ ଖେଳାଳି- ରୁତୁରାଜ ଗାଇକେ=ୱାଡ, ଡିଭନ୍ କନୱେ, ମୋଇନ୍ ଅଲି, ଅମ୍ବାତି ରାୟଡୁ, ଏନ ଜଗଦୀସନ, ଏମଏସ ଧୋନି (କ୍ୟାପଟେନ ଏବଂ ୱିକେଟ୍ କିପର), ମିଚେଲ ସାଣ୍ଟନର୍, ପ୍ରଶାନ୍ତ ସୋଲାଙ୍କି, ସିମରଜିତ ସିଂ, ମଥିଶା ପଥରିନା ଏବଂ ମୁକେଶ ଚୌଧୁରୀ।

ରାଜସ୍ଥାନ ରୟାଲ୍ସ ଏକାଦଶ ଖେଳାଳି: ଯଶସ୍ୱୀ ଜୟସ୍ଵାଲ, ଜୋସ୍ ବଟଲର, ସଞ୍ଜୁ ସାମସନ (କ୍ୟାପଟେନ ଏବଂ ୱିକେଟ୍ କିପର), ଦେବଦତ୍ତ ପାଡିକ୍କାଲ, ଶିମ୍ରନ୍ ହେଟମିୟର, ରିୟାନ୍ ପରାଗ, ରବିଚନ୍ଦ୍ରନ୍ ଅଶ୍ୱିନ୍, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କୃଷ୍ଣ, ୟୁଜଭେନ୍ଦ୍ର ଚହଲ, ଓବେଦ ମ୍ୟାକକୋଇ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଦିଲ୍ଲୀ-ପଞ୍ଜାବ ମ୍ୟାଚରେ କରୋନା ମାଡ଼, ବିସିସିଆଇ ସଚିବ ଜୟ ଶାହା ନେଲେ ବଡ ନିଷ୍ପତ୍ତି

ମୁମ୍ବାଇ: ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ୍ ୨୦ ତାରିଖରେ ଖେଳାଯିବାକୁ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ କୁ ନେଇ ଏବେ ବଡ ଖବର ଆସିଛି । ବାସ୍ତବରେ ମିଚେଲ ମାର୍ଶଙ୍କ ସମେତ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ମୋଟ ପାଞ୍ଚ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଭଳି ପରିସ୍ଥିତିରେ, ବର୍ତ୍ତମାନ ଏହି ମ୍ୟାଚର ସ୍ଥାନ ପରିବର୍ତ୍ତନ କରାଯାଇଛି। ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଦିଲ୍ଲୀ ଏବଂ ପଞ୍ଜାବ ମଧ୍ୟରେ ମ୍ୟାଚ୍ ଖେଳାଯିବାକୁ ଥିଲା। କିନ୍ତୁ ବର୍ତ୍ତମାନ ଏହି ମ୍ୟାଚ୍ ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମରେ ଖେଳାଯିବ। ବିସିସିଆଇ ସଚିବ ଜୟ ଶାହା ଏହି ସୂଚନା ଦେଇଛନ୍ତି।

ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ, ଏପ୍ରିଲ୍ ୨୦ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ପୁଣେର ଏମସିଏ ଷ୍ଟାଡିୟମରୁ ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମକୁ ସ୍ଥାନାନ୍ତର କରାଯାଇଛି। ଦିଲ୍ଲୀ ଦଳରେ କରୋନାର ପାଞ୍ଚ ଜଣ ପଜିଟିଭ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଦିଲ୍ଲୀ କ୍ୟାପିଟାଲର ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ଦ୍ୱିତୀୟ ଆରଟି-ପିସିଆର ପରୀକ୍ଷା ପଜିଟିଭ ହୋଇଛି। ପରେ ତାଙ୍କୁ ସୋମବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଫ୍ରାଞ୍ଚାଇଜ୍ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି ଯେ ,ଦିଲ୍ଲୀ କ୍ୟାପିଟାଲର ଅଲରାଉଣ୍ଡର ମିଚେଲ ମାର୍ଶ କୋଭିଡ ପଜିଟିଭ ହୋଇଛନ୍ତି ଏବଂ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ କ୍ୟାପିଟାଲ୍ସର ଡାକ୍ତରୀ ଦଳ ମାର୍ଶଙ୍କ ଅବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ଆଇପିଏଲ୍ ର ନିୟମ ଅନୁଯାୟୀ, ବାୟୋ-ବବୁଲରେ ସଂକ୍ରମିତ ହୋଇଥିବା ଖେଳାଳୀଙ୍କୁ ଅତି କମରେ ସାତ ଦିନ ପାଇଁ ଅଲଗା ରହିବାକୁ ପଡିବ। ଏଥି ସହିତ, ଦଳକୁ ଫେରିବା ପାଇଁ ତାଙ୍କୁ କ୍ରମାଗତ ଦୁଇଟି RT-PCR ପରୀକ୍ଷାରେ ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ।

Categories
ଆଜିର ଖବର ଖେଳ ଜାତୀୟ ଖବର

କେ.ଏଲ୍ ରାହୁଲ ଶତକ ସ୍କୋର କରି ସୃଷ୍ଟି କଲେ ଇତିହାସ, ଆଇପିଏଲରେ ହେଲେ ପ୍ରଥମ ବ୍ୟାଟ୍ସମ୍ୟାନ୍

ମୁମ୍ବାଇ: ବ୍ରେବୋର୍ନ ଷ୍ଟାଡିୟମରେ ଆଇପିଏଲ୍-୨୦୨୨ ର ୨୬ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଲକ୍ଷ୍ନୌ ସୁପର ଜିଆଣ୍ଟସର ସମ୍ମୁଖୀନ ହୋଇଥିଲା। ଏହି ମ୍ୟାଚରେ କେ.ଏଲ୍ ରାହୁଲ ଇତିହାସ ସୃଷ୍ଟି କରିଥିଲେ। ସେ ନିଜର ୧୦୦ ତମ ଆଇପିଏଲ ମ୍ୟାଚରେ ଏକ ଶତକ ହାସଲ କରିଥିଲେ। ଏଭଳି କରିବାର ସେ ଆଇପିଏଲରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।

ମୁମ୍ବାଇ ବିପକ୍ଷରେ ରାହୁଲ ମାତ୍ର ୫୬ ବଲରେ ଶତକ ହାସଲ କରିଥିଲେ। ଏହା ତାଙ୍କର ୧୦୦ ତମ ଆଇପିଏଲ ମ୍ୟାଚ୍ ଥିଲା। ଏହା ବ୍ୟତୀତ ସେ ଆଇପିଏଲର ୧୦୦ ତମ ମ୍ୟାଚରେ ସର୍ବାଧିକ ରନ୍ ସ୍କୋରର ମଧ୍ୟ ହୋଇଛନ୍ତି। ରାହୁଲ ମୁମ୍ବାଇ ସହ ୬୦ ଟି ବଲରେ ୧୦୩ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୯ ଟି ଚୌକା ଓ ୫ ଟି ଛକା ମାରିଥିଲେ। ତାଙ୍କ ଇନିଂସ ହେତୁ ଲକ୍ଷ୍ନୌ ୨୦ ଓଭରରେ ୧୯୯ ରନ୍ ସଂଗ୍ରହ କରିପାରିଥିଲା।

୧୦୦ ତମ ଆଇପିଏଲ ମ୍ୟାଚରେ ସର୍ବାଧିକ ରନ୍ ସ୍କୋର କରିଥିବା ଖେଳାଳି:

୧୦୩*- କେ.ଏଲ୍ ରାହୁଲ
୮୬- ଫାଫ୍ ଡୁ ପ୍ଲେସିସ୍
୬୯- ଡେଭିଡ୍ ୱାର୍ଣ୍ଣର
୫୯- ମୁରଲୀ ବିଜୟ

କେ.ଏଲ୍ ରାହୁଲଙ୍କ ବ୍ୟତୀତ କ୍ରିସ୍ ଗେଲ୍, ବିରାଟ କୋହଲି ଡେଭିଡ ୱାର୍ଣ୍ଣର ମଧ୍ୟ ସମାନ ଦଳ ବିରୋଧରେ ଦୁଇଥର ଶତକ ହାସଲ କରିଛନ୍ତି। ଅଧିନାୟକ ଭାବରେ ଦୁଇ କିମ୍ବା ଅଧିକ ଶତକ ସ୍କୋର କରିବାରେ କେ.ଏଲ୍ ରାହୁଲ ଦ୍ୱିତୀୟ ଖେଳାଳି ହୋଇଛନ୍ତି। କୋହଲି ତାଙ୍କ ଅପେକ୍ଷା ଅଧିନାୟକ ଭାବରେ ଅଧିକ ଶତକ ହାସଲ କରିଛନ୍ତି। କୋହଲି ଅଧିନାୟକ ଭାବରେ ୫ ଟି ଶତକ ହାସଲ କରିଛନ୍ତି।