Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ବିଷାକ୍ତ ସର୍ପ ଦଂଶନରେ ଗଲା ବ୍ୟକ୍ତିଙ୍କ ଜୀବନ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଷାକ୍ତ ସର୍ପ ଦଂଶନ ହେତୁ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବାର ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ ଦାମିଆ ବରବରା ପଞ୍ଚାୟତ ଅନ୍ତର୍ଗତ ବୁରୁପଡା ଗ୍ରାମର ସଉରୀ ପ୍ରଧାନ (୫୫) ଗତକାଲି ଅପରାହ୍ନରେ ନିଜ ଧାନ ବିଲରୁ ଚାଷ କାମ ସାରି ଘରକୁ ଫେରୁଥିବାବେଳେ ଏକ ବିଷାକ୍ତ ସର୍ପ ଦଂଶନ କରିଥିଲା। ସଙ୍ଗେସଙ୍ଗେ ପରିବାର ଲୋକ ସଉରୀଙ୍କୁ ଗଞ୍ଜାମ ଜିଲ୍ଲା ସୁମଣ୍ଡଳ ମେଡିକାଲ ନେଇଥିବାବେଳେ ସେଠାରୁ ତାଙ୍କୁ ଖଲ୍ଲିକୋଟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସଉରୀଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ଖଲ୍ଲିକୋଟ ଥାନାରେ ୩୧/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ବ୍ୟବଚ୍ଛେଦ ପରେ ସଉରୀଙ୍କ ମୃତ ଦେହକୁ ଆଜି ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଖଲ୍ଲିକୋଟ ଆଇଆଇସି ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି।