Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ଯଶ ସମ୍ମାନ ପାଇବା ପାଇଁ ଧାରଣ କରନ୍ତୁ ଏହି ରତ୍ନ, ଜାଣନ୍ତୁ କାହା ପାଇଁ ଏହା ଶୁଭ ଓ କାହା ପାଇଁ ଅଶୁଭ

ଭୁବନେଶ୍ବର: ରତ୍ନଗୁଡିକ ସେମାନଙ୍କ ଚମତ୍କାରୀ ଗୁଣ ଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବ ଉପରେ ପ୍ରଭାବ ପକାଇଥାନ୍ତି। ଜ୍ୟୋତିଷଙ୍କ ରତ୍ନ ଶାଖାରେ ମାଣିକଙ୍କୁ ସୂର୍ଯ୍ୟଙ୍କ ରତ୍ନ ରୂପେ ଗଣାଯାଇଥାଏ। ଏହି ମାଣିକରେ ସୂର୍ଯ୍ୟଙ୍କ ଗୁଣ ବିଦ୍ୟମାନ ଥାଏ। ମାଣିକ ପୂରା ଗାଢ ଗୋଲାପି ରଙ୍ଗର ହୋଇଥିବାବେଳେ ଆଉ କେଉଁ ମାଣିକ ପୂରା ଗାଢ ଖଇରିଆ ରଙ୍ଗର ହୋଇଥାଏ। ମାଣିକ ଏକ ଶକ୍ତିଶାଳୀ ରତ୍ନ। ଏହାକୁ ଧାରଣକରିବା ଦ୍ବାରା କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍‌ ରହିଥାଏ। ଏହାଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବରେ ସକାରାତ୍ମକ ପରିବର୍ତ୍ତନ ହୋଇଥାଏ। ମାଣିକ ଧାରଣ କରିବା ଦ୍ବାରା ବ୍ୟକ୍ତିର ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ଦୃଢ ହୋଇଥାଏ। ଆନ୍ତରିକ ସକାରାତ୍ମକ ଶକ୍ତି ଓ ଇମ୍ୟନୁଟି ମଧ୍ୟ ବଢିଥାଏ। ଏହାଦ୍ବାରା ସାମାଜିକ ପ୍ରତିଷ୍ଠା, ଯଶ ଓ ସମ୍ମାନ ପ୍ରାପ୍ତି ହୋଇଥାଏ। ଏହି ରତ୍ନକୁ ଧାରଣ କରିବା ଦ୍ବାରା ନେତୃତ୍ବ ନେବାର ଶକ୍ତି ବୃଦ୍ଧି ହୋଇଥାଏ। ସବୁ ପରିସ୍ଥିତିକୁ କିପରି ଠିକ୍‌ ରୂପେ ସାମ୍ନା କରିବପାରିବେ ସେ ଦକ୍ଷତା ମଧ୍ୟ ବୃଧ୍ଧି ହୋଇଥାଏ। ଭୟମୁକ୍ତ ହେବା ସହିତ ପ୍ରତିଭା ପ୍ରଦର୍ଶନରେ ବେଶ୍‌ ଲାଭଦାୟକ ରହିଥାଏ ମାଣିକ୍‌। ମାଣିକ ଧାରଣ ଦ୍ବାରା ଆଖି ସମସ୍ୟା ଯେପରିକି ଦୃଷ୍ଟି ସମସ୍ୟା, ହୃଦରୋଗ, ବାଳ ଝଡିବା ଓ ହାଡ ସମସ୍ୟା ଆଦିରୁ ମଧ୍ୟ ମୁକ୍ତି ମିଳିବା ସହିତ ସକାରାତ୍ମକ ପରିଣାମ ମିଳିଥାଏ।

ତେବେ ସୂର୍ଯ୍ୟ ଶୁଭକାରକ ଗ୍ରହ ପାଇଁ ମାଣିକ ପିନ୍ଧାଯାଏ ତାହା ନୁହେଁ, ମାଣିକ ଏକ ସକାରାତ୍ମକ ରତ୍ନ। ଏହାକୁ ଧାରଣ କରିବା ପୂର୍ବରୁ ଜ୍ୟୋତିଷଙ୍କର ପରାମର୍ଶ ନେଇଯିବାର ଆବଶ୍ୟକତା ରହିଛି। ସାମାନ୍ୟତଃ ମେଷ, ସିଂହ, ବିଛ ଓ ଧନୁ ଲଗ୍ନ ପାଇଁ ଏହି ମାଣିକ ଧାରଣ କରିବା ଅତ୍ୟନ୍ତ ଶୁଭ। କକର୍ଟ ଲଗ୍ନର ବ୍ୟକ୍ତିଙ୍କ ପାଇଁ ଏହା ମଧ୍ୟମ ଧରଣର ଫଳ ଦେଇଥାଏ। ସେହିପରି ମରକ ଓ କନ୍ୟା ଲଗ୍ନରବ୍ୟକ୍ତିଙ୍କ ପାଇଁ ମାଣିକ ଧାରଣ କରିବା ହାନିକାରକ ହୋଇଥାଏ।

କିପରି କରିବେ ଧାରଣ

ମାଣିକକୁ ତମ୍ବା କିମ୍ବା ସୁନା ମୁଦିରେ ବନାଇପାରିବେ। ଏହାକୁ ଡାହାଣ ହାତର ଅନାମିକା ଆଙ୍ଗୁଠିରେ ରବିବାର ଦିନ ପିନ୍ଧିବା ଉଚିତ୍‌। ଏହା ବ୍ୟତୀତ ଆପଣ ଚାହିଁଲେ ଏହାର ପଦକ ମଧ୍ୟ ପକେଇପାରିବେ। ମାଣିକ ଧାରଣ କରିବା ପୂର୍ବରୁ ପ୍ରଥମେ ଏହାକୁ କ୍ଷୀର କିମ୍ବା ଗଙ୍ଗାଜଳରେ ଅଭିଷେକ କରିବା ସହିତ ଧୂପ-ଦୀପ ଜଲାଇ ସୂର୍ଯ୍ୟ ମନ୍ତ୍ର ଜପ କରିବା ଆବଶ୍ୟକ। ପୂର୍ବଦିଗ ଆଡକୁ ମୁଖ କରି ଏହି ମାଣିକକୁ ଧାରଣ କରିବା ଦରକାର। ମାଣିକ ଧାରଣ କରିବା ପାଇଁ ଓଁ ଘୃଣି : ସୂର୍ଯ୍ୟାୟ ନମଃ ମନ୍ତ୍ରକୁ ତିନି ମାଳା ଜପ କରନ୍ତୁ ବିଶେଷ ଲାଭ ମିଳିବ।

Categories
ଆଜିର ଖବର ଜୀବନ ଶୈଳୀ

ଇଂରାଜୀ ଅକ୍ଷର ଏସ୍‌ରୁ ଆରମ୍ଭ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ବର: କୁହାଯାଏ ଲୋକଙ୍କ ନାମର ପ୍ରଥମ ଅକ୍ଷରରୁ ଜଣଙ୍କର ବ୍ୟକ୍ତିତ୍ବ ସମ୍ପର୍କରେ ସୂଚନା ମିଳିପାରିଥାଏ। ସେହିପରି କିଛି ଅକ୍ଷର ମଧ୍ୟ ପ୍ରଭାବଶାଳୀ ହୋଇଥା’ନ୍ତି। ଅଙ୍କଜ୍ୟୋତିଷ ଅନୁସାରେ ଇଂରାଜୀ ଅକ୍ଷର ଏ, ଜେ, ଓ, ଏସ୍‌ ବେଶ୍‌ ପ୍ରଭାବଶାଳୀ। ଏସ୍‌ ଅକ୍ଷର ଅଙ୍କ ୧ ବରାବର ହୋଇଥାଏ। ଯେଉଁଲୋକମାନଙ୍କର ନାମ ଇଂରାଜୀ ଅକ୍ଷର ଏସ୍‌ରୁ ଆରମ୍ଭ ହୋଇଥାଏ, ସେମାନେ ଜନ୍ମରୁ ବେଶ୍‌ ପ୍ରଭାବଶାଳୀ ହୋଇଥାନ୍ତି। ଏମାନଙ୍କ ପାଖରେ ନେତୃତ୍ବ ନେବାର କ୍ଷମତା ବହୁ ଅଧିକ ରହିଥାଏ। ଏହି ନାମର ଲୋକମାନେ ଜୀବନର ସବୁ କ୍ଷେତ୍ରରେ ସଫଳତା ପାଇଥା’ନ୍ତି।

ଏସ୍‌ ଅକ୍ଷରର ବ୍ୟକ୍ତିମାନେ ବିଶ୍ବାସୀ ମଧ୍ୟ ହୋଇଥା’ନ୍ତି। କେବଳ ରୋମାଣ୍ଟିକ୍‌ ନୁହେଁ ବରଂ ପ୍ରକୃତିପ୍ରେମୀ ହୋଇଥାନ୍ତି। ଏହି ନାମର ଲୋକମାନଙ୍କ ହୃଦୟ ସଫା ହୋଇଥାଏ। ଏହି ଲୋକମାନେ ଯାହା ସହିତ ସାଥ୍‌ ଦିଅନ୍ତି ମରିବା ପର୍ଯ୍ୟନ୍ତ ତା’ ହାତ ଛାଡନ୍ତି ନାହିଁ। ତେବେ ଏହି ନାମର ବ୍ୟକ୍ତିମାନେ ନିଜ ଫିଲିଙ୍ଗସ୍‌କୁ ସ୍ପଷ୍ଟ ଭାବରେ କହିପାରନ୍ତି ନାହିଁ। ନିଜ ମନର ଭାବନାକୁ ନିଜ ମନ ଭିତରେ ରଖନ୍ତି। ଏଥିପାଇଁ ଏମାନେ ବିନା କାରଣରେ ଡିପ୍ରେସନ୍‌ର ଶିକାର ହୋଇଥାନ୍ତି। ଏହି ନାମର ଲୋକମାନେ ଉଦାର ହୋଇଥାନ୍ତି। ନିଜଠାରୁ ଅନ୍ୟମାନଙ୍କ ପାଇଁ ବେଶୀ ଚିନ୍ତା କରିଥାନ୍ତି। ନିଜ ପରିଶ୍ରମ ବଳରେ ସେମାନେ ଧନ ସମ୍ପତ୍ତି କରିଥା’ନ୍ତି। ଏହିନାମର ଲୋକମାନେ ସଫଳ ବ୍ୟବସାୟୀ କିମ୍ବା ରାଜନୀତିଜ୍ଞ ହୋଇଥାନ୍ତି।