Categories
ଆଞ୍ଚଳିକ

ବ୍ୟାଙ୍କ୍ ସମୂହ ଜିଲ୍ଲା ପରାମର୍ଶଦାତା କମିଟି ଓ ଜଗତସିଂହପୁର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ

ରମେଶ ମହାନ୍ତି
ଜଗତସିଂହପୁର: ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହ ଠାରେ ଜଗତସିଂହପୁର ଜିଲ୍ଲା ପରାମର୍ଶଦାତା କମିଟି ଏବଂ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।

ମହାମାରୀ କରୋନା ସମୟରେ ଜୀବନ ଓ ଜୀବିକାକୁ ଦୃଷ୍ଟିରେ ରଖି ହିତାଧିକାରୀମାନଙ୍କୁ ବ୍ୟାଙ୍କ ଋଣ ପ୍ରଦାନ କରିବାକୁ ସମସ୍ତ ବ୍ୟାଙ୍କର ଅଧିକାରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏତଦ୍‌ବ୍ୟତୀତ ମିଶନଶକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ, ଯୁବ ଉଦ୍ୟୋଗୀ ଚାଷୀଙ୍କୁ ଋଣ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ।

ଜଗତସିଂହପୁର ଏକ କୃଷି ପ୍ରଧାନ ଜିଲ୍ଲା। ଜିଲ୍ଲାର ଲୋକମାନେ ଚାଷ, ମତ୍ସ୍ୟଚାଷ, ପାନଚାଷ ଗୋପାଳନ, କୁକୁଡା ଫାର୍ମ ଆଦି କରି ଚଳନ୍ତି। ସରକାରଙ୍କ ଜନକଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ଆବଶ୍ୟକ ଋଣ ଓ ସବ୍‌ସିଡ୍ ପ୍ରଦାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବ୍ୟାଙ୍କରମାନଙ୍କୁ ପରାମର୍ଶ ଦେଇଥିଲେ।

ଆସନ୍ତା ୨୦ ତାରିଖ ପୂର୍ବରୁ ବ୍ଲକ୍ ସ୍ତରରେ ବି.ଏଲ.ବି.ସି ବୈଠକ କରାଇ ଋଣ ପ୍ରଦାନର ସୁବ୍ୟବସ୍ଥିତ କରିବାକୁ ପରାମର୍ଶ ଦେଇଥିଲେ। ମହାମାରୀ କରୋନାର ଅବସ୍ଥା ସୁଧୁରିଲେ ଋଣ ମେଳା ଆଯୋଜନ କରାଇ ଋଣ ଆଦାୟ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ।