Categories
ଆଜିର ଖବର ଖେଳ ଜାତୀୟ ଖବର

ମହମ୍ମଦ ଶାମିଙ୍କ ସମେତ ୨୬ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର: ବ୍ୟାଡମିଣ୍ଟନ ଖେଳାଳି ସାତ୍ତ୍ଵିକ ଏବଂ ଚିରାଗଙ୍କୁ ଖେଳ ରତ୍ନ

ନୂଆଦିଲ୍ଲୀ: ୨୦୨୩ ବର୍ଷ ପାଇଁ ଭାରତୀୟ କ୍ରୀଡା ପୁରସ୍କାର ଘୋଷଣା କରାଯାଇଛି। କ୍ରୀଡା କ୍ଷେତ୍ରରେ ଦିଆଯାଉଥିବା ଭାରତର ସବୁଠାରୁ ବଡ ପୁରସ୍କାର ‘ଖେଳ ରତ୍ନ’ ପାଇଁ ଦୁଇଜଣ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଚୟନ କରାଯାଇଛି। ସାତ୍ତ୍ଵିକ ରଙ୍କିରେଡି ଏବଂ ଚିରାଗ ସେଟ୍ଟୀ ଏହି ବଡ ପୁରସ୍କାର ପାଇବାକୁ ଯାଉଛନ୍ତି। ଏଥି ସହିତ ମହମ୍ମଦ ଶାମିଙ୍କୁ ‘ଅର୍ଜୁନ ପୁରସ୍କାର’ ପ୍ରଦାନ କରାଯାଇଛି। ଏହି ବର୍ଷର ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ୨୬ ଖେଳାଳିଙ୍କ ତାଲିକାରେ ଶାମି ଅନ୍ତର୍ଭୁକ୍ତ। ଏହି ତାଲିକାରେ ପାରା ତୀରନ୍ଦାଜୀ ଶୀତଲ ଦେବୀଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ।

Categories
ଆଜିର ଖବର ଖେଳ ଜାତୀୟ ଖବର

କାନାଡା ଓପନ୍ ୨୦୨୩ରେ ବିଜୟ ପାଇଁ ଲକ୍ଷ୍ୟ ସେନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କାନାଡା ଓପନ୍ ୨୦୨୩ରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘କାନାଡା ଓପନ ୨୦୨୩ରେ ଲକ୍ଷ୍ୟ ସେନଙ୍କ ଉଲ୍ଲେଖନୀୟ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ! ତାଙ୍କର ବିଜୟ ତାଙ୍କ ଦୃଢ଼ ନିଷ୍ଠା ଏବଂ ସଂକଳ୍ପର ପ୍ରମାଣ। ଏହା ଆମ ଦେଶ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ତାଙ୍କ ଆଗାମୀ ଭବିଷ୍ୟତ ପାଇଁ ତାଙ୍କ ଢେର ସାରା ଶୁଭକାମନା’।