Categories
ଆଜିର ଖବର ଖେଳ ରାଜ୍ୟ ଖବର

ଉଦଘାଟିତ ହେଲା ଅଡିଟ ଓ ଏକାଉଣ୍ଟସ ପୂର୍ବାଞ୍ଚଳ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: ସ୍ଥାନୀୟ ମହାଲେଖାକାର ଅଡିଟ -2 ଆନୁକୂଲ୍ୟରେ ଏବଂ ଏ.ଜି ରିକ୍ରେସନ କ୍ଲବ ସହଯୋଗରେ ଅଡିଟ ଓ ଏକାଉଣ୍ଟସ ପୂର୍ବାଞ୍ଚଳ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଆଜି ରେଲୱେ ଇଣ୍ଡୋର ଷ୍ଟାଡିଅମ ଠାରେ ଉଦଘାଟିତ ହୋଇଯାଇଛି।

ଟୁର୍ଣ୍ଣାମେଣ୍ଟ କମିଟିର ଅଧ୍ୟକ୍ଷ ମହାଲେଖାକାର ବିଶ୍ୱନାଥ ସିଂହ ଜାଦୋନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଓଡ଼ିଶାର କ୍ରୀଡା ଓ ଯୁବ ସେବା ବିଭାଗ ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଟୁର୍ନାମେଣ୍ଟକୁ ଉଦଘାଟନ କରିବା ସହ ଆଗାମୀ ଦିନରେ କ୍ରୀଡା କ୍ଷେତ୍ରରେ ଓଡିଶା ବିଶ୍ୱରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିବ ବୋଲି ମତବ୍ୟକ୍ତ କରିଥିଲେ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରାଧ୍ୟାନ ଦେବା ସହ କ୍ରୀଡା ବିଭିନ୍ନ କ୍ରୀଡା ଭିତିଭୂମିକୁ ବିଶ୍ୱସ୍ତରୀୟ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଓଡିଶା ପ୍ରଧାନ ମହାଲେଖାକାର ଅଡିଟ -1 କାର୍ଯ୍ୟାଳୟର ପ୍ରଧାନ ମହାଲେଖାକାର ଶ୍ରୀ ରାଜକୁମାର, ପୂର୍ବତଟ ରେଳବାଇ ଅଡିଟର ମହା ନିର୍ଦେଶକ କୁଲୱନ୍ତ ସିଂହ, ବରିଷ୍ଠ ଉପ ମହାଲେଖାକାର ଦୀପକ ରଘୁ, ଶ୍ରୀରାଜ ଅଶୋକ ସମ୍ମାନୀୟ ଅତିଥିଭାବେ ଯୋଗ ଦେଇଥିଲେ।

ପ୍ରାରମ୍ଭରେ ଏ. ଜି କାର୍ଯ୍ୟାଳୟର କଲ୍ୟାଣ ଅଧିକାରୀ ଅଶୋକ କୁମାର ପଣ୍ଡା ଟୁର୍ନାମେଣ୍ଟ ଆୟୋଜନ ସମ୍ପର୍କରେ ସମ୍ୟକ ସୂଚନା ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ ମହାଲେଖାକାର ସୁଶ୍ରୀ ଏକତା ସିଂହ, ତାନ୍ୟା ଅମ୍ଭସ୍ତା, ସଚିନ କ୍ରିଷ୍ଣା କୌଶିକ, ରାଧିକା ସୁରେଶ, ଏସ. ଅରୁଣା, ପି. ଅଶୋକନ, ସ୍ୱାମୀ ଶୁଭମ ବୈଦ୍ୟନାଥ ଉପସ୍ଥିତ ଥିଲେ।

ଏହି ଟୁର୍ନାମେଣ୍ଟରେ ପୂର୍ବାଞ୍ଚଳ ରାଜ୍ୟ ଓଡିଶା, ପଶ୍ଚିମ ବଙ୍ଗ, ଝାଡାଖଣ୍ଡ, ବିହାର, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ଆସାମ, ତ୍ରିପୁରା, ମେଘାଳୟ, ମଣିପୁର, ସିକିମ, ମିଜୋରାମ ଏ.ଜି ଓ ରେଳବାଇ ଅଡିଟ କାର୍ଯ୍ୟାଳୟର ଭୁବନେଶ୍ୱର, କୋଲକାତା ଏବଂ ଗୋରଖପୁର ର 15 ଟି ପୁରୁଷ ଓ ମହିଳା ବ୍ୟାଡ଼ମିଣ୍ଟନ ଦଳର 90ଜଣ ଖେଳାଳି ଯୋଗ ଦେଇଛନ୍ତି।

Categories
ଆଞ୍ଚଳିକ ଖେଳ

ବାଣପୁର ସେଣ୍ଟ ଜାଭିଅର ହାଇସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ସେଣ୍ଟ ଜାଭିଅର ହାଇସ୍କୁଲ ପରିସରରେ ଦୁଇ ଦିବସୀୟ ତୃତୀୟ ରାତ୍ରିକାଳିନ ଜିଲ୍ଲାସ୍ତରୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ସେଣ୍ଟ ଜାଭିଅର ହାଇସ୍କୁଲ ଏବଂ ଅଲେଖ ମହାନ୍ତି ମେମୋରିଆଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଦାବରୀଶ ମହାବିଦ୍ୟାଳୟର ଅବସରପ୍ରାପ୍ତ କ୍ରୀଡା ପ୍ରଶିକ୍ଷକ ବୈରାଗୀ ଚରଣ ବଳ ଯୋଗଦେଇଥିଲେ।

ଉକ୍ତ ଟୁର୍ଣ୍ଣାମେଣ୍ଟରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨୨ ଗୋଟି ଟିମ ଭାଗ ନେଇଛନ୍ତି।  ଆଜି ପ୍ରଥମ ଦିନରେ ଲିଗ ମ୍ୟାଚ ଜାରି ରହିଥିବା ବେଳେ ଆସନ୍ତାକାଲି ଏହା ଉଦଯାପିତ ହେବ। ଉକ୍ତ କାର୍ଯ୍ୟକ୍ରମକୁ ସେଣ୍ଟ ଜାଭିଅର ହାଇସ୍କୁଲ ନିର୍ଦ୍ଦେଶକ ଡ଼ା ଶକ୍ତି ପ୍ରସାଦ ମହାନ୍ତି ପରିଚାଳନା କରିଥିବା ବେଳେ ସ୍କୁଲ ଏକାଡେମୀକ ଇନଚାର୍ଜ ସତ୍ୟନାରାୟଣ ପ୍ରଧାନ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ।