Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସିବିଏସ୍ଇ ବୋର୍ଡର ବଡ ନିଷ୍ପତ୍ତି: ଚଳିତ ବର୍ଷ ଏହି ଛାତ୍ରଛାତ୍ରୀମାନଙ୍କୁ ଦେବାକୁ ପଡିବ ନାହିଁ ପରୀକ୍ଷା ଫି’

ନୂଆଦିଲ୍ଲୀ: କୋଭିଡ -୧୯ ମହାମାରୀ ଦେଶରେ ବ୍ୟାପକ କ୍ଷତି ଘଟାଇଛି। ଏହାକୁ ଦ୍ରୁଷ୍ଟିରେ ରଖି ୨୦୨୧-୨୨ ଏକାଡେମିକ ଅଧିବେଶନ ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବୋର୍ଡ ନିଷ୍ପତ୍ତି ନେଇଛି ଯେ, କୋଭିଡ -୧୯ ମହାମାରୀ ହେତୁ ଉଭୟ ପିତାମାତା କିମ୍ବା ଆଇନଗତ ଅଭିଭାବକଙ୍କୁ ହରାଇଥିବା ଛାତ୍ରମାନଙ୍କଠାରୁ ପରୀକ୍ଷା ଫି ଏବଂ ପଞ୍ଜୀକରଣ ଶୁଳ୍କ ଆଦାୟ କରାଯିବ ନାହିଁ। ବିଦ୍ୟାଳୟଗୁଡ଼ିକ ଏହି ଛାତ୍ରମାନଙ୍କର ପ୍ରକୃତ ସ୍ଥିତି ଯାଞ୍ଚ କରିବେ ଏବଂ ଏଲଓସି ଦାଖଲ କରିବା ସମୟରେ ସେମାନଙ୍କର ସୂଚନା ପ୍ରଦାନ କରିବେ। ଏହି ବିଷୟରେ ଅଧିକ ସୂଚନା ଶୀଘ୍ର ବୋର୍ଡର ୱେବସାଇଟ୍ www.cbse.nic.in ରେ ଉପଲବ୍ଧ ହେବ।

‘ପିଏମ କେୟାରସ ଫର ଚିଲ୍ଡ୍ରେନ’ ଯୋଜନା ଅଧୀନରେ କରୋନା ମହାମାରୀ ଯୋଗୁଁ ଅନାଥ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ମଇ ୨୯ ତାରିଖରେ ଘୋଷଣା କରିଥିଲେ। ଏହିପରି ପିଲାମାନେ ୧୮ ବର୍ଷ ବୟସରେ ଛାତ୍ରବୃତ୍ତି ଏବଂ ୨୩ ବର୍ଷ ବୟସରେ ପିଏମ କେୟାରସ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଅନୁଦାନ ପାଇବେ।