Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାରେ ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ବୟନ ଶିଳ୍ପ କ୍ଷେତ୍ରରେ ଅପାର ସମ୍ଭାବନା ଥିବା ଓଡିଶା ରାଜ୍ୟରେ ପିଏମ୍ ମିତ୍ର ଯୋଜନାରେ ଏକ ଗ୍ରୀନ୍ ଫିଲ୍‌ଡ ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବା ପାଇଁ ବିଚାର କରିବାକୁ କେନ୍ଦ୍ର ବୟନ ଶିଳ୍ପ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନିକଟରେ ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ଦେଶରେ ପିଏମ ମେଗା ଇଂଟିଗ୍ରେଟେଡ୍ ଟେକ୍ସଟାଇଲ ରିଜିଓନ ଏଣ୍ଡ୍‌ ଆପାରେଲ (ମିତ୍ର) ଯୋଜନାରେ ୭ଟି ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଘୋଷଣା କରାଯାଇଛି।

ପିପିପି ମୋଡରେ ଭାରତୀୟ କମ୍ପାନୀ ମାନଙ୍କୁ ବୟନ ଏବଂ କପଡା ଶିଳ୍ପ କ୍ଷେତ୍ରରେ ବିଶ୍ୱ ଚାମ୍ପିଅନ ପରିଣତ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଭାଗୀତାରେ ଏକ୍ ସ୍ପେଶାଲ ପ୍ରୋପଜ ଭେଇକିଲ୍ ବିକଶିତ କରାଯାଉଛି। ପ୍ରସ୍ତାବିତ ଗ୍ରୀନ୍ ଫିଲ୍ଡ ମିତ୍ର ପାର୍କ ପ୍ରତିଷ୍ଠା ହେଲେ ବୟନଶିଳ୍ପ ସହ ଓଡିଶାର ସର୍ବାଙ୍ଗୀନ ବିକାଶ ହୋଇପାରିବ। ଲକ୍ଷ ଲକ୍ଷ ରୋଜଗାର ସୃଷ୍ଟି ହେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ପୂର୍ବୋଦୟ ମିଶନ” କଳ୍ପନା ବହୁମାତ୍ରାରେ ସାକାର ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ବୟନ ଶିଳ୍ପ କ୍ଷେତ୍ରରେ ଓଡିଶାର ଦୀର୍ଘ ଏବଂ ସମୃଦ୍ଧ ଇତିହାସ ରହିଛି। ଓଡିଶାର ହସ୍ତତନ୍ତ ଉଚ୍ଚକୋଟିର ଡିଜାଇନ୍ ଏବଂ ଗୁଣବତା ପାଇଁ ବିଶ୍ୱ ବିଖ୍ୟାତ। ସମ୍ବଲପୁରୀ, ବୋମକେଇ ଏବଂ ବ୍ରହ୍ମପୁରୀ ଭଳି ଅନେକ ଡିଜାଇନ୍ ଏଠାରେ ରହିଥିବା ବେଳେ ଇକତ୍ ପାଇଁ ମଧ୍ୟ ପ୍ରସିଦ୍ଧ ଲାଭ କରିଛି। ନିଜର ସମୃଦ୍ଧ ଇତିହାସ ଏବଂ ଆଚାଳିକ ସମ୍ପନ୍ନତା ଯୋଗୁଁ ଓଡିଶା ବୟନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ଅନେକ ସୁଯୋଗ ରହିଛି। ନିକଟ ଅତୀତରେ ଓଡିଶା ସିପେଟ୍‌, ଆଇଆଇଟି, ଆଇଆଇଏମ, ନିଟ୍‌, ଆଇଆଇଆଇଟି, ଏମ୍ସ, ନାଇଜର, ଦକ୍ଷତା ବିକାଶ କେନ୍ଦ୍ର, ଇଣ୍ଡିଆନ ଅଏଲ- ଆଇସିଟି ଓଡିଶା କ୍ୟାମ୍ପସ ଭଳି ବିଶ୍ୱସ୍ତରୀୟ ଉଚ୍ଚ ଶିକ୍ଷା, ଗବେଷଣା ଏବଂ ଦକ୍ଷତା ବିକାଶ କେନ୍ଦ୍ର ଦ୍ୱାରା ଓଡିଶା ଜ୍ଞାନ ଏବଂ ଦକ୍ଷତାର ପେଣ୍ଠସ୍ଥଳି ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛି।

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ପ୍ରତିଷ୍ଠା କରାଯାଇଛି। ଏହା ଦ୍ୱାରା ଶିଳ୍ପ ଚାହିଦା ଆଧାରରେ ଲୋକଙ୍କୁ ପ୍ରଶିକ୍ଷିତ କରିବା ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିକଶିତ କରାଯାଉଛି। ୧୦ ହଜାର କିମିର ରାଜପଥ ନେଟୱାର୍କ, ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦର, ଶିଳ୍ପ କେନ୍ଦ୍ରର ନିକଟବର୍ତ୍ତୀ, ରାଜ୍ୟରେ ଅତିକ୍ରମ କରୁଥିବା ଜଗଦିଶପୁର–ହଳଦିଆ ଏବଂ ବୋକାରୋ-ଧାମରା (ଜେଏଚବିଡିପିଏଲ) ଗ୍ୟାସ ପାଇପଲାଇନ ସହ ଲଜିଷ୍ଟିକ୍ ଏବଂ ଶିଳ୍ପାୟନ ସହ ଓଡିଶା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇ ରହିଅଛି।

ଆନୁଷଙ୍ଗିକ ବ୍ୟବସ୍ଥା ସହ ବୃହତ ଧାମରା ବନ୍ଦର ଏବଂ ଭୁବନେଶ୍ୱର ନିକଟ ମଳିପଡା ଠାରେ ଦୁଇଟି ଟେକ୍ସଟାଇଲ ଏବଂ କପଡା ପାର୍କ ନିର୍ମାଣ କାର୍ଯ୍ୟ ଜାରୀ ରହିଛି। ଏହାସହିତ ଭଦ୍ରକ ଠାରେ ଟେକ୍ନିକାଲ୍‌ ଟେକ୍ସଟାଇଲ ପାର୍କକୁ ମଧ୍ୟ ବିକଶିତ କରାଯାଉଛି। ଏହି ପାର୍କ ବାର୍ଷିକ ୩୦୦ କିଲୋ ଟନ୍ ବିଶିଷ୍ଟ ଆଇଓସିଏଲ ପଲିଷ୍ଟର ଏବଂ ଫାଇବର ପ୍ଲାଂଟ୍‌ର ସାହାଯ୍ୟରେ ବାର୍ଷିକ ୧୦୦ କିଲୋ ଟନ୍ ବିଶିଷ୍ଟ ପଲିଷ୍ଟର ଷ୍ଟାପଲ ଫାଇବର, ବାର୍ଷିକ ୧୬୫ କିଲୋ ଟନ୍ ବିଶିଷ୍ଟ ଡ୍ରୋନ୍ ଟେକ୍ସଚରଡ୍ ୟାର୍ନ ଏବଂ ବାର୍ଷିକ ୩୫ କିଲୋ ଟନ ବିଶିଷ୍ଟ ଫୁଲି ଡ୍ରୋନ ୟାର୍ନ ଏହି ପାର୍କ ପାଇଁ ଫିଡ୍ ଷ୍ଟକ୍ ରହିଛି।

ତେଣୁ ଏହି ଅପାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏକ ଗ୍ରୀନ୍ ଫିଲ୍‌ଡ ମିତ୍ର ପାର୍କ ପ୍ରତିଷ୍ଠା କରିବା ପାଇଁ ବିଚାର କରିବାକୁ ଶ୍ରୀ ପ୍ରଧାନ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ଅନୁରୋଧ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବୟନ ଶିଳ୍ପ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁର କଲେ ସରକାର, ଓଡିଶା ମଧ୍ୟ ସାମିଲ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃୃତ୍ବାଧିନ ସରକାର ‘ଆତ୍ମନିର୍ଭର ଭାରତ’ ସଂକଳ୍ପକୁ ସାକାର କରିବା ଦିଗରେ ଆଉ ଏକ ମହତ୍ୱପୂର୍ଣ୍ଣ ପଦକ୍ଷପେ ଗ୍ରହଣ କରିଛନ୍ତି। ମୋଟ ୧୦,୬୮୩ କୋଟି ଟଙ୍କାର ବ୍ୟୟବରାଦ ସହିତ ଏମଏମଏଫ ପୋଷାକ, ଏମଏମଏଫ କପଡ଼ା ଏବଂ ବୈଷୟିକ ବସ୍ତ୍ରର ୧୦ଟି ଉତ୍ପାଦ ନିମନ୍ତେ ବୟନ ଶିଳ୍ପ କ୍ଷେତ୍ର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ସରକାର ମଞ୍ଜୁର କରିଛନ୍ତି।

ବୟନ ଶିଳ୍ପ ପାଇଁ ସରକାର ପିଏଲଆଇ ଯୋଜନା ସହିତ ଆରଓଏସସିଟିଏଲ, ଆରଓଡିଟିଇପି ଏବଂ ଅନ୍ୟାନ୍ୟ ପ୍ରୋତ୍ସାହନ ମୂଳକ ପଦକ୍ଷପେ ଗ୍ରହଣ କରିଛନ୍ତି। ପ୍ରତିଦ୍ବନ୍ଦ୍ବିତା ମୂଳକ ମୂଲ୍ୟରେ କଞ୍ଚାମାଲ ଉପଲବ୍ଧ କରାଇବା, କୌଶଳ ବିକାଶ ଦ୍ୱାରା ବୟନ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ମଧ୍ୟ ହେବ।

ଏହି ଯୋଜନା ଫଳରେ ଓଡ଼ିଶା ସମତେ ଗୁଜରାଟ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡ଼ୁ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଆଦି ରାଜ୍ୟ ଉପକୃତ ହୋଇପାରିବେ। ୨୦୨୧-୨୨ କେନ୍ଦ୍ର ବଜଟେରେ ୧.୯୭ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ସହିତ ୧୩ଟି କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଘୋଷଣା କରାଯାଇଥିଲା। ବୟନ ଶିଳ୍ପ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଏହାର ଅଂଶ ବିଶଷେ। ୧୩ଟି କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଘୋଷଣା ସହିତ ଭାରତରେ ଆଗାମୀ ୫ ର୍ବଷ ମଧ୍ୟରେ ୩୭.୫ ଲକ୍ଷ କୋଟି ଟଙ୍କାର ର୍ସବନିମ୍ନ ଉତ୍ପାଦନ ହବେ ବୋଲି ଅନୁମାନ କରାଯାଉଛି। ଏଥିସହିତ ପାଞ୍ଚ ର୍ବଷ ମଧ୍ୟରେ ଅତିକମରେ ୧ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏହି ଯୋଜନା ଫଳରେ ଦେଶରେ ଅଧିକ ମୂଲ୍ୟ ବିଶିଷ୍ଟ କପଡ଼ା, ପୋଷାକ ଏବଂ ବୈଷୟିକ ବସ୍ତ୍ର ଉତ୍ପାଦନକୁ ଯଥେଷ୍ଠ ପ୍ରୋତ୍ସାହନ ମିଳିପାରିବ। ଏହାର ଅନ୍ତର୍ଗତ ପ୍ରୋତ୍ସାହନ ଢାଞ୍ଚାକୁ ଏପରି ଭାବେ ପ୍ରସ୍ତୁତ କରାଯାଇଛି ଯାହାଦ୍ୱାରା ଉଦ୍ୟୋଗଗୁଡ଼ିକ ଏହି କ୍ଷେତ୍ରରେ ଏବଂ ଖଣ୍ଡର ନୂତନ କ୍ଷମତାରେ ନିବେଶ କରିବା ଲାଗି ପ୍ରୋତ୍ସାହିତ ହେବେ। ଏଭଳି ସ୍ଥିତିରେ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରୁଥିବା ଅଧିକ ମୂଲ୍ୟ ବିଶିଷ୍ଟ ଏମଏମଏଫ ସେଗମେଣ୍ଟକୁ ଯଥେଷ୍ଠ ପ୍ରୋତ୍ସାହନ ମିଳିବ।

ପ୍ରୋତ୍ସାହନ ସମ୍ବନ୍ଧୀୟ ଭିତ୍ତିଭୂମିର ଭିନ୍ନ ଭିନ୍ନ ସଟେକୁ ଦଖେି ଦୁଇ ପ୍ରକାର ନିବଶେ ସମ୍ଭବ। ନିର୍ଦ୍ଧାରିତ କ୍ଷେତ୍ରରେ (ଏମଏମଏଫ କପଡ଼ା, ପୋଷାକ)ର ଉତ୍ପାଦ ଏବଂ ବୈଷୟିକ ବସ୍ତ୍ର ଉତ୍ପାଦର ଉତ୍ପାଦନ ଲାଗି ପ୍ଲାଣ୍ଟ, ମସେିନାରୀ, ଉପକରଣ ଏବଂ ନିର୍ମାଣ କାର୍ଯ୍ୟ (ଜମି ଓ ପ୍ରଶାସନିକ ଅଟ୍ଟାଳିକାକୁ ବାଦ ଦେଇ)ରେ ର୍ସବନିମ୍ନ ୩୦୦ କୋଟି ଟଙ୍କା ନିବଶେ କରିବାକୁ ପ୍ରସ୍ତୁତ ଥିବା ବ୍ୟକ୍ତି (ଯେଉଁଥିରେ ଫାର୍ମ/କମ୍ପାନୀ ସାମିଲ)ଙ୍କୁ ଏହି ଯୋଜନାର ପ୍ରଥମ ଭାଗରେ ଭାଗିଦାରୀ ନିମନ୍ତେ ଆବଦେନ କରିବା ଲାଗି ଯୋଗ୍ୟ ହୋଇପାରିବେ।

ର୍ସବନିମ୍ନ ୧୦୦ କୋଟି ଟଙ୍କା ନିବଶେ କରିବାକୁ ପ୍ରସ୍ତୁତ ଥିବା ବ୍ୟକ୍ତି (ଯେଉଁଥିରେ ଫାର୍ମ/କମ୍ପାନୀ ସାମିଲ)ଙ୍କୁ ଏହି ଯୋଜନାର ଦ୍ବିତୀୟ ଭାଗରେ ଭାଗିଦାରୀ ନିମନ୍ତେ ଆବଦେନ କରିବା ଲାଗି ଯୋଗ୍ୟ ହୋଇପାରିବେ। ଏଥିସହିତ ଆକାଂକ୍ଷୀ ଜିଲ୍ଲା, ଟିୟର ୩, ଟିୟର ୪ ସହର କିମ୍ବା ନଗର, ଏବଂ ଗ୍ରାମୀଣ କ୍ଷତେ୍ରରେ ନିବଶେକୁ ପ୍ରୋତ୍ସାହିତ କରାଯିବ। ଏହି ପ୍ରାଥମିକତାକୁ ଦୃଷ୍ଟିରେ ରଖି ଉଦ୍ୟୋଗଗୁଡ଼ିକୁ ପଛୁଆ ଅଞ୍ଚଳକୁ ଯିବା ଲାଗି ପ୍ରୋତ୍ସାହିତ କରାଯିବ।

ଏହି ଯୋଜନାରେ ପାଞ୍ଚ ର୍ବଷ ମଧ୍ୟରେ ୧୯,୦୦୦ କୋଟି ଟଙ୍କାର ନୂତନ ନିବେଶ ଏବଂ ଅତିରିକ୍ତ ୩ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଉତ୍ପାଦନ ଆଧାରିତ କାରବାର କାରବାର ହବୋର ଆକଳନ କରାଯାଇଛି। ଏହାଛଡ଼ା ଏହି ଯୋଜନା ଏହି କ୍ଷତେ୍ରରେ ଅତିରିକ୍ତ ୭.୫ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ସହାୟକ କାର୍ଯ୍ୟରେ ଲକ୍ଷାଧିକ ପରୋକ୍ଷ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିବ। ବୟନ ଉଦ୍ୟୋଗ ମୁଖ୍ୟତଃ ମହିଳାମାନଙ୍କୁ ରୋଜଗାର ଦେଇଥାଏ। ତଣେୁ ଏହି ଯୋଜନା ମହିଳାମାନଙ୍କୁ ସଶକ୍ତ କରିବ ଏବଂ ଔପଚାରିକ ଅର୍ଥବ୍ୟବସ୍ଥାରେ ସମୋନଙ୍କର ଭାଗିଦାରୀକୁ ବଢ଼ାଇବ।