Categories
ଆଜିର ଖବର ରାଜ୍ୟ ଖବର

ଆଦିବାସୀ ମେଳା-୨୦୨୩ ର ଆଜି ଶେଷ ଦିନ: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ସାମଗ୍ରୀର ଚାହିଦା

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଫେବୃଆରୀ ୨୦ ତାରିଖରୁ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଆଦିବାସୀ ମେଳା ଆଜି ନବମ ଦିବସରେ ପହଞ୍ଚିଛି।

ଆଦିବାସୀ ମେଳାରେ ଦିନକୁ ଦିନ ଭୀଡ଼ ବଢ଼ିବାରେ ଲାଗିଛି। ଆଦିବାସୀ ହାଟ, ପ୍ରାଚୀନ ଜନଜାତି ଗାଁରେ ଘରର ସୁଦୃଶ ମଡେଲ୍‌, କଳାବସ୍ତୁ ପ୍ରଭାଗ, ଏସ୍‌ସିଏସ୍‌ଟିଆର୍‌ଟିଆଇର ପ୍ରକାଶନ ଷ୍ଟଲ, ଷ୍ଟ୍ରବେରୀ ଷ୍ଟଲ ସହିତ ମିଶନ ଶକ୍ତି, ଓର୍‌ମାସ, ମିଲେଟ୍‌ ମିଶନ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆଦି ଷ୍ଟଲରେ ଗ୍ରାହକ ଆଗ୍ରହର ସହିତ ସାମଗ୍ରୀ କ୍ରୟ କରୁଛନ୍ତି। ମିଲେଟ୍‌ ମିଶନ ଷ୍ଟଲରେ ମାଣ୍ଡିଆର ବିସ୍କୁଟ, ମିକ୍ସଚର, କେକ୍‌, ସୁଆଁ ଚାଉଳ ଆଦି ସୁସ୍ୱାଦୁ ଓ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ମିଳୁଥିବାବେଳେ ଅନ୍ୟାନ୍ୟ ଷ୍ଟଲଗୁଡ଼ିକରେ ଅଭଙ୍ଗା କେ„ଇ, ଜଙ୍ଗଲଜାତ ଦ୍ରବ୍ୟ, ଝାଡ଼ୁ, ଝୁଣା, ହଳଦୀ, ଚାଉଳ, ସବାଇ ଘାସର ସାମଗ୍ରୀ, ବିଭିନ୍ନ ପ୍ରକାରର ମସଲାଗୁଣ୍ଡ, ପାମ୍ପଡ଼, ମହୁ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଷ୍ଟଲରେ ପିପିଲି ଚାନ୍ଦୁଆ, ଘର ସଜେଇବା ସାମଗ୍ରୀ, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଦର୍ଶକମାନଙ୍କୁ ବେଶ୍‌ ଆକର୍ଷିତ କରୁଛି।

ଆଦିବାସୀ ମେଳାରେ ଆଜି ଜନଜାତି ନୃତ୍ୟରେ ଡଙ୍ଗରିଆ କନ୍ଧ ଜନଜାତିଙ୍କ ବେଜୁଣୀ ନୃତ୍ୟ, ଲାଞ୍ଜିଆ ସଉରା ନୃତ୍ୟ, ଢୋଲକ, ଟାମକ, ତିଡ଼ିବିଡ଼ି, ଶିଙ୍ଗା ଭଳି ମୁଖ୍ୟ ବାଦ୍ୟଯନ୍ତ୍ରରେ ବଣ୍ଡାନୃତ୍ୟ, ନାଗରା, ମହୁରୀ ଓ ଢୋଲ ମୁଖ୍ୟ ବାଦ୍ୟଯନ୍ତ୍ରରେ ଭୋତଡ଼ା ନୃତ୍ୟ, ଗଣ୍ଡ ନୃତ୍ୟ, ସଉରାମାନଙ୍କ ମିରିଆ ନୃତ୍ୟ ଏବଂ ବାଲିପରବ ନୃତ୍ୟ ଆଦି ଦର୍ଶକମାନଙ୍କୁ ବିମୋହିତ କରିଥିଲା।

ଆଦିବାସୀ ମେଳା ପ୍ରତ୍ୟହ ୨.୩୦ ଘଟିକାଠାରୁ ରାତି ୯ ଘଟିକା ପର୍ଯ୍ୟନ୍ତ ଦର୍ଶକମାନଙ୍କ ନିମନ୍ତେ ଖୋଲା ରହୁଛି। ଆଜି ଏହି ମେଳାର ଶେଷ ଦିନ ଅଟେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଏକାମ୍ର ହାଟଠାରେ ଉଦ୍‌ଘାଟିତ ହେଲା ସ୍ୱତନ୍ତ୍ର ହସ୍ତତନ୍ତ ମେଳା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଅନୁମୋଦିିତ ବାର୍ଷିକ ତାଲିକା ହିସାବରେ ଏ ବର୍ଷ ଗଣେଶ ପୂଜା ଅବସରରେ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୨ ଭୁବନେଶ୍ୱରସ୍ଥିତ ଏକାମ୍ର ହାଟଠାରେ ଆୟୋଜନ କରାଯାଇଅଛି। ରାଜ୍ୟରେ ଥିବା ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ମାନଙ୍କରେ ଜଡିତଥିବା ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଲୁଗାର ବିକ୍ରୟ ବୃଦ୍ଧି କରି ତାଙ୍କୁ ନିୟମିତ କାମ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ Pକ୍ସଓଔ-୨୦୨୨-୨୩ ଯୋଜନାରେ ଏହା ଅନୁଷ୍ଠିତ ହୋଇଅଛି।

ଆଜି ଏହି ମେଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଉଦ୍‌ଘାଟନ କରିଛନ୍ତି। ଏହି ଉସିବରେ ବୟନଶିଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଦାଶ, ସମ୍ବଲପୁରୀ ବସ୍ତ୍ରାଳୟର ସଂପାଦକ ଶ୍ରୀଯୁକ୍ତ ସଂପୂର୍ଣ୍ଣାନନ୍ଦ ପ୍ରଧାନ, ଓ ସମ୍ବଲପୁରୀ ବସ୍ତ୍ରାଳୟ, ବରଗଡର ବାଣିଜ୍ୟ ଅଧିକାରୀ ଶ୍ରୀଯୁକ୍ତ ହେମନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହି ମେଳାରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ରାଜ୍ୟର ବରଗଡ, କଟକ, ସୋନପୁର, ଆଠଗଡ, ଢେଙ୍କାନାଳ, ବାରିପଦା, ଖୋର୍ଦ୍ଧା, ନୟାଗଡ, କଲାହାଣ୍ଡି, ବଲାଙ୍ଗିର ଓ ବୌଦ୍ଧ ବୟନ ମଣ୍ଡଳମାନଙ୍କରୁ ୫୫ଗୋଟି ସମବାୟ ସମିତି/ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କର ଉତ୍ପିାଦିତ ଲୁଗାର ପ୍ରଦର୍ଶନୀ ଓ ବିକ୍ରୟ କରିବା ପାଇଁ ଯୋଗଦାନ କରିଛନ୍ତି। ଏଥି ସକାଶେ ସେମାନଙ୍କୁ ୫୫ଗୋଟି ଦେୟମୁକ୍ତ ଷ୍ଟଲ ପ୍ରଦାନ କରାଯାଇଅଛି ।

ଏହି ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏହି ଏକାମ୍ର ହାଟରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରଚେଷ୍ଠାରେ ଗତ ତା.୦୨.୧୦.୨୦୨୧ ରୁ ତା.୧୪.୦୮.୨୦୨୨ ପର୍ଯ୍ୟନ୍ତ ରାଜ୍ୟର ୫୩୬ଜଣ ହସ୍ତତନ୍ତ ବୁଣାକାର/ସଂସ୍ଥା ଓ ୭୧୮ଜଣ ହସ୍ତଶିଳ୍ପ କାରିଗର ଭାଗନେଇ ଯଥାକ୍ରମେ ୭୦୦.୭୨ ଓ ୩୮୫.୦୪ ଲକ୍ଷ ଟଙ୍କା, ଏହିପରି ମୋଟ ୧୦୮୫.୭୬ ଲକ୍ଷ ଟଙ୍କାର କାରବାର କରିପାରିଛନ୍ତି, ଯାହାକି ଏକ ଯୁଗାନ୍ତକାରି ପଦକ୍ଷେପ ଅଟେ।

ଏତତ୍‌ବ୍ୟତୀତ ଉକ୍ତ ହାଟରେ ଥିବା ଫୁଡ ଷ୍ଟଲମାନଙ୍କରେ ମଧ୍ୟ ୨୧୩.୦୩ ଲକ୍ଷ ଟଙ୍କାର ବିକ୍ରୟ କରି ପାରିଛନ୍ତିି ଓ ଏହି ହାଟରେ ୧୬ଗୋଟି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଅଛି। ଉକ୍ତ ଅବଧି ମଧ୍ୟରେ ଏକାମ୍ର ହାଟ ମଧ୍ୟକୁ ୧.୯୬ ଲକ୍ଷ ଲୋକ ଆଗମନ କରିଛନ୍ତିି। ଆଜିଠାରୁ ଆରମ୍ଭ ହେଉଥିବା ସ୍ୱତନ୍ତ୍ର ମେଳାରେ ଗ୍ରାହକମାନେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଉପିାଦିତ ହସ୍ତତନ୍ତ ଲୁଗା ସୁଲଭ ମୂଲ୍ୟରେ ୧୦% ସରକାରୀ ରିହାତିରେ କିଣିପାରିବେ। ଏହାର ସୁଯୋଗ ନେବାପାଇଁ ସମିତି ତରଫରୁ ଗ୍ରାହକମାନଙ୍କୁ ଅନୁରୋଧ କରାଯାଉଅଛି।