Categories
ଆଞ୍ଚଳିକ

ଅର୍ଥ ଅଭାବରୁ ଜୀବନ ଯନ୍ତ୍ରଣା ଭୋଗ କରୁଛନ୍ତି ବୟସ୍କ ମହିଳା

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡ଼ା ବ୍ଳକ ଭଗବାନପୁର ପଞ୍ଚାୟତ ପାଣିକେଶ୍ଵର ଗ୍ରାମର ବୟସ୍କ ମହିଳା ଉଲି ପ୍ରଧାନ ଆଜକୁ ଦୁଇ ବର୍ଷ ହେଲା ମଧୁମେହ ରୋଗରେ ପୀଡିତ ହୋଇ ଅର୍ଥ ଅଭାବରୁ ଜୀବନ ଯନ୍ତ୍ରଣା ଭୋଗ କରୁଛନ୍ତି। ରୋଗୀଣା ମହିଳା ଉଲିଙ୍କ ସ୍ବାମୀ ସାଧୁ ପ୍ରଧାନ ଜଣେ ଚାଷୀ ଅଟନ୍ତି। ଚାଷ କାମ ତାଙ୍କର ବେଉସା ହେଲେ ମଧ୍ୟ ଘର ଚଳାଇବା ବହୁତ କଷ୍ଟ ହେଉଥିବାର ସାଧୁଙ୍କ ଠାରୁ ପ୍ରକାଶ। ଧାର ଉଧାର କରି ଘର ଚଳାଇବା ସହିତ ରୋଗୀଣା ସ୍ତ୍ରୀ ର ଔଷଧ ଖର୍ଚ୍ଚ ତୁଲାଇବା ନିମନ୍ତେ ବହୁ କଷ୍ଟ ହେଉଥିବାର କହୁଛନ୍ତି। ଅନ୍ୟଥା ସାଧୁ ପ୍ରଧାନଙ୍କର ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଥିଲେ ମଧ୍ୟ ତାହା କାର୍ଯ୍ୟରେ ଆସୁନାହିଁ। ବର୍ତ୍ତମାନ ପରିସ୍ଥିତିରେ ସରକାରୀ ସହାୟତା ନମିଳିଲେ ଧର୍ମ ପତ୍ନୀ ଙ୍କର ଜୀବନ ବିପନ୍ନ ବୋଲି କୋହଭରା କଣ୍ଠରେ ସାଧୁ କହୁଛନ୍ତି।