Categories
ଆଜିର ଖବର ଜାତୀୟ ଖବର

ଦିବ୍ୟା କୁମାର ଗାଇଥିବା ଭକ୍ତି ଭଜନ “ହର ଘର ମନ୍ଦିର ହର ଘର ଉତ୍ସବ” ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିବ୍ୟା କୁମାର ଗାଇଥିବା, ସିଦ୍ଧାର୍ଥ ଅମିତ ଭବସାର ରଚନା କରିଥିବା ଭକ୍ତି ଭଜନ “ହର ଘର ମନ୍ଦିର ହର ଘର ଉତ୍ସବ” କୁ ପୋଷ୍ଟ କରିଛନ୍ତି। ଶହ ଶହ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟା ଧାମରେ ଶୁଭ ମୁହୂର୍ତ୍ତ ପାଖେଇ ଆସିଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ଏହି ପବିତ୍ର ଅବସରରେ ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସବୁଠି ଭଗବାନ ରାମଙ୍କ ନାମ ଗୁଞ୍ଜରିତ ହେଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

ଉପରୋକ୍ତ ଭକ୍ତି ଗୀତକୁ ପୋଷ୍ଟ କରି ସେ କହିଛନ୍ତି ଯେ ଏହି ଉପସ୍ଥାପନା ମାଧ୍ୟମରେ ଆପଣ ଆସ୍ଥା ଓ ଭକ୍ତିର ବାତାବରଣ ଅନୁଭବ କରିବେ।

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ଶହ ଶହ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟାଧାମରେ ସୁମଙ୍ଗଳ ଘଡ଼ି ପାଖେଇ ଆସିଛି। ଏହି ପବିତ୍ର ଅବସରରେ ଉତ୍ତରରୁ ଦକ୍ଷିଣ ଓ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସବୁଠାରେ ପ୍ରଭୁ ଶ୍ରୀରାମଙ୍କ ନାମ ଗୁଞ୍ଜରିତ ହେଉଛି। ଏହି ଉପସ୍ଥାପନାରୁ ଆପଣ ଆସ୍ଥା ଓ ଭକ୍ତିର ବାତାବରଣ ଅନୁଭବ କରିବେ।

Categories
ଆଜିର ଖବର ଜାତୀୟ ଖବର

ହରିହରନ୍ ଗାଇଥିବା ଭକ୍ତି ଭଜନ “ସବନେ ତୁମ୍‌ହେଁ ପୁକରା ଶ୍ରୀରାମ ଜୀ” କୁ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଉଦୟ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ହରିହରନ ଗାଇଥିବା ଭକ୍ତି ଭଜନ “ସବନେ ତୁମ୍‌ହେଁ ପୁକାରା ଶ୍ରୀରାମ ଜୀ”କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି ଯେ, ‘‘ହରିହରନ୍ ଜିଙ୍କ ଅଦ୍‌ଭୁତ ସ୍ବରରେ ସଜ୍ଜିତ ଏହି ରାମ ଭଜନ ସମସ୍ତଙ୍କୁ ରାମଙ୍କ ଭକ୍ତିରେ ଲୀନ କରିଦେବ। ଆପଣ ମଧ୍ୟ ଏହି ଭକ୍ତି ଭଜନର ନିଶ୍ଚିତ ଭାବରେ ଆନନ୍ଦ ଲାଭ କରନ୍ତୁ।

Categories
ଆଜିର ଖବର ଜାତୀୟ ଖବର

ବିକାଶ ଗାଇଥିବା ଭକ୍ତି ଭଜନ “ଅଯୋଧ୍ୟା ମେଁ ଜୟକାରା ଗୁଞ୍ଜେ” ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିକାଶ ଗାଇଥିବା ଏବଂ ମହେଶ କୁକ୍ରେଜାଙ୍କ ଦ୍ୱାରା ପ୍ରସ୍ତୁତ ଭକ୍ତି ଭଜନ “ଅଯୋଧ୍ୟା ମେଁ ଜୟକାରା ଗୁଞ୍ଜେ” ସେୟାର କରିଛନ୍ତି।

ଏକ ଟ୍ବିଟର ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ଅଯୋଧ୍ୟା ସହିତ ଆଜି ସାରା ଦେଶରେ ପ୍ରଭୁ ଶ୍ରୀରାମଙ୍କ ସ୍ବାଗତରେ ମଙ୍ଗଳମୟ ହେଉଛି। ଏହି ପୁଣ୍ୟ ଅବସରରେ ରାମ ଲଲାଙ୍କ ଭକ୍ତିରେ ପରିପୂର୍ଣ୍ଣ ବିକାଶ ଜି ଏବଂ ମହେଶ କୁକରେଜାଙ୍କ ରାମ ଭଜନକୁ ଆପଣ ସଭିଏଁ ନିଶ୍ଚିତ ଶୁଣନ୍ତୁ। #ShriRamBhajan ’’

Categories
ଆଜିର ଖବର ଜାତୀୟ ଖବର

ଗୀତାବେନ୍ ରାବରୀଙ୍କ ଦ୍ୱାରା ଗାନ କରାଯାଇଥିବା ଭକ୍ତି ଭଜନ ‘ଶ୍ରୀ ରାମ ଘର ଆୟେ’କୁ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୀତାବେନ୍ ରାବରୀଙ୍କ ଦ୍ୱାରା ଗାନ କରାଯାଇଥିବା, ମୌଲିକ ମେହତାଙ୍କ ଦ୍ୱାରା ରଚିତ ଏବଂ ସୁନୀତା ଯୋଶୀ (ପାଣ୍ଡ୍ୟା) ଙ୍କ ଦ୍ୱାରା ସଂଯୋଜିତ ଭକ୍ତି  ଭଜନ ‘ଶ୍ରୀ ରାମ ଘର ଆୟେ’କୁ ସେୟାର କରିଛନ୍ତି ।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କ ଦିବ୍ୟ-ଭବ୍ୟ ମନ୍ଦିରରେ ରାମଲଲାଙ୍କ ଆଗମନର ପ୍ରତୀକ୍ଷା ଶେଷ ହେବାକୁ ଯାଉଛି। ସମଗ୍ର ଦେଶ ମୋ ପରିବାରଜନଙ୍କୁ ତାଙ୍କ ପ୍ରାଣ-ପ୍ରତିଷ୍ଠାର ଅପେକ୍ଷା ରହିଛି। ତାଙ୍କୁ ସ୍ୱାଗତ କରିବା ପାଇଁ ଗୀତାବେନ ରାବରି ଜୀଙ୍କ ଏହି ଭଜନ ଅତ୍ୟନ୍ତ ଭାବବିଭୋର କରିବା ଭଳି।’