Categories
ଆଜିର ଖବର ରାଜ୍ୟ ଖବର

ଆଜି ଚିହ୍ନଟ ହୋଇଥିବା ତିନି ଆକ୍ରାନ୍ତଙ୍କର ରହିଛି କୋଲକାତା ଲିଙ୍କ୍‌

ଭଦ୍ରକ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏବେ ରାଜ୍ୟରେ ସର୍ବମୋଟ 82 ଜଣ ଆକ୍ରାନ୍ତ ରହିଛନ୍ତି। ଆଜି ଚିହ୍ନଟ ହୋଇଥିବା ତିନି ଜଣ ଆକ୍ରାନ୍ତଙ୍କର କୋଲକାତା ଲିଙ୍କ୍‌ ରହିଛି ବୋଲି ସୂଚନା ମିଳିଛି। ତିନି ଆକ୍ରାନ୍ତ ଜଣକ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର  ହୋଇଥିବାବେଳେ ସମସ୍ତ ତିନି ଆକ୍ରାନ୍ତ ହେଉଛନ୍ତି ପୁରୁଷ। ସେମାନଙ୍କ ବୟସ ଯଥାକ୍ରମେ 55, 40 ଓ 35 ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି। ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ଟୁଇଟ୍‌ କରିଛନ୍ତି। ବାସୁଦେବପୁରରେ ଏବେ ମୋଟ 6ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭଦ୍ରକରେ କରୋନା ପଜିଟିଭ୍‌ ସଂଖ୍ୟା 11କୁ ବୃଦ୍ଧି ହୋଇଥିବାବେଳେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 82କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାବଧାନ, ଚତୁର୍ଥ ଆକ୍ରାନ୍ତ ପାଖରେ କରୋନାର କୌଣସି ଲକ୍ଷଣ ନ ଥିଲା, ହେଲେ ପରୀକ୍ଷା ପରେ ବାହାରିଲା ପଜେଟିଭ

ଭୁବନେଶ୍ବର, ଭଦ୍ରକରୁ ଚିହ୍ନଟ ହୋଇଥିବା କରୋନା ଆକ୍ରନ୍ତ ସପଂର୍କରେ ସ୍ବାସ୍ଥ୍ୟ ବିଭାଗ ଯେଉଁ ରିପୋର୍ଟ ଦେଇଛି ତାହା ଆଶ୍ଚର୍ଯ୍ୟ କରିଦେଇଛି। ବିଭାଗର ରିପୋର୍ଟ ଅନୁସାରେ ଚତୁର୍ଥ ଆକ୍ରାନ୍ତଙ୍କ ଦେହରେ କୌଣସି ଥଣ୍ଡାକାସ ପରି ଲକ୍ଷଣ ନ ଥିଲା। ହେଲେ ସେ ବିଦେଶରୁ ଆସିଥିବାଏବଂ ତାଙ୍କ ଶରୀରକୁ ନିରୀକ୍ଷଣ କରିବା ପରେ ତାଙ୍କ ପ୍ରତି ଡାକ୍ତରଙ୍କ ସନ୍ଦେହ ବୃଦ୍ଧି ପାଇଥିଲା। ଫଳରେ ତାଙ୍କର ନମୂନା ପରୀକ୍ଷା ପାଇଁ ଅଣାଯାଇଥିଲା। ଏମସରେ ଏହାର ପରୀକ୍ଷା କରିବା ପରେ ସେ କରୋନାରେ ଆକ୍ରାନ୍ତ ବୋଲି ଜଣାପଡିଥିଲା।

ଫଳରେ ବର୍ତ୍ତମାନ ବିଦେଶରୁ ଆସିଥିବା ବ୍ୟକ୍ତି ନିହାତି ସଂଗରୋଧ ବା ଏକାନ୍ତବାସରେ ରହିବା ଆବଶ୍ୟକ। ଏଥିସହିତ ଘର ଭିତରେ ରହିବା ବର୍ତ୍ତମାନ ପରିସ୍ଥିତିରେ ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି। କାରଣ ବାହାରେ କୌଣସି ବ୍ୟକ୍ତି ଭଲ ଦେଖାଯାଉଥିଲେ ମଧ୍ୟ ସେ ଯେ ଆକ୍ରନ୍ତ ହୋଇ ନ ଥିବେ ତାହା କହିବା ମୁସ୍କିଲ।