Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭଦ୍ରକରେ ପାଣ୍ଡିଆନ, ଆଖଣ୍ଡଳମଣୀ ମନ୍ଦିର କଲେ ଦର୍ଶନ, ସବୁ ସ୍ଥାନରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଭଦ୍ରକ ଜିଲ୍ଲା ଗସ୍ତକରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ।

ଶ୍ରୀ ପାଣ୍ଡିଆନ ପ୍ରଥମେ ଓଡିଶାର ପ୍ରସିଦ୍ଧ ଶୈବ କ୍ଷେତ୍ର ଆରଡିଠାରେ ବାବା ଆଖଣ୍ଡଳମଣୀଙ୍କୁ ପୂଜାର୍ଚ୍ଚନା ସହ ଦର୍ଶନ କରିଥିଲେ। ଏହାପରେ ମନ୍ଦିର ତଥା ଏହାର ପାରିପାର୍ଶ୍ୱିକ ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ମନ୍ଦିର ପ୍ରକଳ୍ପ ପାଇଁ ୪୮ କୋଟି ଟଙ୍କା ମଞ୍ଜୁର ହୋଇଛି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପ୍ରକଳ୍ପ କାମ ଯଥା ଶୀଘ୍ର ଶେଷକରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏଥି ସହିତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଅନ୍ୟାନ୍ୟ ପ୍ରମୁଖ ପ୍ରକଳ୍ପ ଯଥା- ୮୯୩ କୋଟି ଟଙ୍କା ବ୍ୟୟରେ ଚାନ୍ଦବାଲି ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ, ୧୦୦ କୋଟି ଟଙ୍କା ବ୍ୟୟରେ ଭଦ୍ରକ ରିଂ ରୋଡ ନିର୍ମାଣ ପ୍ରକଳ୍ପ, ୪୮୦ କୋଟି ଟଙ୍କା ବ୍ୟୟରେ ଆଖୁଆପଦାଠାରେ ସମନ୍ୱିତ ନଦୀଗର୍ଭ ଜଳାଶୟ ପ୍ରକଳ୍ପ, ୧୬୪ କୋଟି ଟଙ୍କା ବ୍ୟୟରେ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ମେଡିକାଲ କଲେଜ ର ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟ ହସପିଟାଲ ନିର୍ମାଣ ରହିଛି।

ସେହିପରି ୪୭ କୋଟି ଟଙ୍କା ବ୍ୟୟରେ ବାସୁଦେବପୁରର ଚୂଡାମଣୀଠାରେ ବନ୍ଦର ନିର୍ମାଣ, ୪୧ କୋଟି ଟଙ୍କା ବ୍ୟୟରେ ପୁରୁଣା ବଜାରଠାରୁ ଗୁଜିଦରତା ଭାୟା ମା’ଭଦ୍ରକାଳୀ ମନ୍ଦିର ରାସ୍ତା ନିର୍ମାଣ ଏବଂ ୨୭ କୋଟି ଟଙ୍କା ବ୍ୟୟରେ ଧାମରା ଜେଟି ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହିସବୁ ପ୍ରକଳ୍ପଗୁଡିକ ମଧ୍ୟ ଯଥା ଶୀଘ୍ର ଶେଷ କରିବା ପାଇଁ ସମ୍ପୃକ୍ତ ପଦାଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ଶ୍ରୀ ପାଣ୍ଡିଆନ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ୨ଟି ଗୁରୁତ୍ୱପୂର୍ଣ୍ଣ ସେତୁ ଓ ଗୋଟିଏ ରେଳ ଓଭରବ୍ରିଜ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଗୁଡିକ ହେଲା – ଚାନ୍ଦବାଲିର ଧାନକଣିଆଠାରେ ୮୦ କୋଟି ଟଙ୍କା ବ୍ୟୟରେ ସାଳନ୍ଦି ନଦୀ ସେତୁ, ଭଣ୍ଡାରିପୋଖରୀସ୍ଥିତ କେନ୍ଦୁଆପଦାଠାରେ ରେଳ ଓଭରବ୍ରିଜ ନିର୍ମାଣ ଏବଂ ଚାନ୍ଦବାଲି ପଞ୍ଚୁଟିକିରିଠାରେ ମନ୍ତେଇ ନଦୀ ଉପରେ ୫୨ କୋଟି ଟଙ୍କା ବ୍ୟୟରେ ନିର୍ମାଣଧିନ ସେତୁ।

ଏହିସବୁ ପ୍ରକଳ୍ପ କାର୍ଯ୍ୟ ଯଥା ଶୀଘ୍ର ଶେଷକରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ଯେ ଗତ ଜୁନ୍‌ ୧୨ ତାରିଖରେ ଶ୍ରୀ ପାଣ୍ଡିଆନଙ୍କ ଭଦ୍ରକଗସ୍ତ ସମୟରେ ସ୍ଥାନୀୟ ବାସିନ୍ଦାମାନେ ଏହି ୩ଟି ପ୍ରକଳ୍ପପାଇଁ ଦାବୀ କରିଥିଲେ। ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପଗୁଡିକୁ ମଞ୍ଜୁର ଦେବା ପରେ ଜନଶୁଣାଣି ଭିତ୍ତିରେ ଏହି ୩ଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି।

ଉପରୋକ୍ତ ପ୍ରକଳ୍ପଗୁଡିକ ମଧ୍ୟରୁ ଅନେକ ପ୍ରକଳ୍ପ 5T ଅଧ୍ୟକ୍ଷଙ୍କ ଭଦ୍ରକଗସ୍ତ ସମୟରେ ଜନଶୁଣାଣିରେ ମିଳିଥିବା ପ୍ରସ୍ତାବ ଓ ମତାମତ ଭିତ୍ତିରେ ଆସିଥିଲା ଏବଂ ଏସବୁ କାର୍ଯ୍ୟକାରୀ କରାଯାଉଛି। ଶ୍ରୀ ପାଣ୍ଡିଆନ ଆରଡି, ଅସୁରାଳି ଓ ଭଦ୍ରକ ମ୍ୟୁନିସିପାଲିଟି ଅଞ୍ଚଳରେ ସ୍ଥାନୀୟ ଜନସାଧାରଣଙ୍କ ସହ ମିଶି ଆଲୋଚନା କରିବା ସହିତ ସେମାନଙ୍କର ବିଭିନ୍ନ ସମସ୍ୟା ଓ ଅଭିଯୋଗ ପତ୍ର ଗ୍ରହଣ କରି ସେସବୁର ତୁରନ୍ତ ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପାଣ୍ଡିଆନଙ୍କ ଟାର୍ଗେଟ ପରେ ଧର୍ମେନ୍ଦ୍ରଙ୍କ ଶିବିର ବାଉଳା, କଣ ଜବାବ ଦେବେ ପାଉ ନାହାଁନ୍ତି ରାସ୍ତା

ଭୁବନେଶ୍ବର: ଆଜି ବିଜେଡି ନେତା ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଧାମନଗର ମାଟି ଉପରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଯାହାକୁ ନେଇ ଖୋଦ ଧର୍ମେନ୍ଦ୍ର ବାଉଳା ହୋଇ ସାରିଲେଣି। ତାଙ୍କ ଶିବିର ମଧ୍ୟ ଜବାବ ଦେବା ପାଇଁ କୌଣସି ରାସ୍ତା ପାଇପାରୁ ନାହାଁନ୍ତି। କାରଣ ଧାମନଗରରେ ବିଜେପି ଜିତିବା ପରେ ସେ ସେଠାକୁ ଆଉ ଯାଇ ନାହାଁନ୍ତି। ଯାହା ପାଣ୍ଡିଆନ ଖୋଲାମଖୁଲା ଧାମନଗରରେ ଏ କଥା ଜଣେଇ ଦେଇଛନ୍ତି।

ପାଣ୍ଡିଆନ କହିଥିଲେ ଯେ, ବିଜେପି ପ୍ରାର୍ଥୀଙ୍କ ପ୍ରଚାରର ଯିଏ ମଙ୍ଗ ଧରିଥିଲେ ସେ ପ୍ରଚାର ସମୟରେ ପାଞ୍ଚ ପାଞ୍ଚ ଥର ଧାମନଗର ଆସି ଶହଶହ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନ ସରିଲା ଓ ତାଙ୍କ ପ୍ରାର୍ଥୀ ଜିତିଲା। କିନ୍ତୁ ତାପରଠୁ ପ୍ରଚାରର ମଙ୍ଗ ଧରିଥିବା ଏହି ନେତାଙ୍କ ଦେଖା ଦର୍ଶନ ନାହିଁ। ଏମିତିକି ଧନ୍ୟବାଦ ଦେବାକୁ ମଧ୍ୟ ଥରୁଟିଏ ଧାମନଗର ଆସିନାହାଁନ୍ତି।

ପାଣ୍ଡିଆନ କହିଥିଲେ ଯେ, ଉପନିର୍ବାଚନ ପ୍ରଚାର ବେଳେ ବିଜେପିର ଏହି ତୁଙ୍ଗ ନେତା କହିଥିଲେ ଯେ, ତାଙ୍କ ପ୍ରାର୍ଥୀ ଜିତିଲେ ସେ ଧାମନଗରର ରୂପରେଖ ବଦଳାଇ ଦେବେ। ଧାମନଗର ଭିନ୍ନ ଏକ ନିର୍ବାଚନ ମଣ୍ଡଳୀ ପାଲଟି ଯିବ। ହେଲେ କୁଆଡେ ଗଲା ସେ ପ୍ରତିଶ୍ରୁତି?  ଏଥିରୁ ଭୋଟ ରାଜନୀତି କରୁଥିବା ଏହି ନେତାଙ୍କ ପ୍ରକୃତ ଚେହେରା ସ୍ପଷ୍ଟ ହୋଇଯାଇଛି।

ଗତ ୧୦ ମାସ ଭିତରେ ସେଦିଲ୍ଲୀରୁ ଓଡ଼ିଶାକୁ ୧୦୦ଥର ଆସିଥିବେ। କିନ୍ତୁ ଧାମନଗରକୁ ଥରୁଟିଏ ବି ମନେ ପକାଇଲେ ନାହିଁକେମିତି? ଏହି ନେତାମାନଙ୍କ ଚରିତ୍ର ହେଲା ଭୋଟ ସରିଲା ପରେ ଭୁଲିଯିବା। ଉପନିର୍ବାଚନରେ ତାଙ୍କ ପ୍ରାର୍ଥୀ ଜିତିଲା ସତ,  କିନ୍ତୁ ବର୍ଷେ ଭିତରେ ଧାମନଗରବାସୀ ତାଙ୍କ ଉପରୁ ବିଶ୍ୱାସ ହରାଇଲେ। ଧାମନଗର ନିର୍ବାଚନମଣ୍ଡଳୀର ଅସୁରାଳିଠାରେ ଏକ ସାଧାରଣ ସଭାରେ କହିଛନ୍ତି ପାଣ୍ଡିଆନ।

ତେବେ ଏହି ଖବର ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ଶିବିର ଜାଣିବା ପରେ ବାଉଳା ହୋଇ ପଡିଛନ୍ତି। କାରଣ ହେଲା ଧାମନଗର ଉପନିର୍ବାଚନରେ ଧର୍ମେନ୍ଦ୍ର ବାରମ୍ବାର ସେଠାକୁ ଯାଇଥିଲେ। ହେଲେ ଜିତିବା ପରେ ସେ ଆଉ ସେଠାକୁ ଯାଇ ନାହାଁନ୍ତି। ତେଣୁ ଏହାକୁ ତ ଧର୍ମେନ୍ଦ୍ର କେବେ ବି ମିଛ ବୋଲି କହିପାରିବେ ନାହିଁ। ହେଲେ ଏହାର ଉତ୍ତର କଣ ଦିଆଯିବ ସେ ନେଇ ତାଙ୍କ ଟିମ କୌଣସି ରାସ୍ତା ପାଉ ନାହାଁନ୍ତି।