ମୁମ୍ବାଇ: ମୁମ୍ବାଇ ଆଣ୍ଟି ନାର୍କୋଟିକ୍ସ ସେଲର ୱର୍ଲି ୟୁନିଟ୍ ଗୁଜୁରାଟର ଭରୁଚ ଜିଲ୍ଲାରେ ଏକ ଡ୍ରଗ୍ସ କାରଖାନାର ପର୍ଦ୍ଦାଫାସ କରିଛି। ଭରୁଚର ଅଙ୍କଲେଶ୍ୱର ଅଞ୍ଚଳରୁ ପୋଲିସ ପ୍ରାୟ ୫୧୩ କିଲୋଗ୍ରାମ ଏମଡି ଡ୍ରଗ୍ସ ଜବତ କରିଛି। ଅନ୍ତର୍ଜାତୀୟ ବଜାରରେ ଜବତ ହୋଇଥିବା ଡ୍ରଗ୍ସର ମୂଲ୍ୟ ୧ ହଜାର ୨୬ କୋଟି ଟଙ୍କା ରହିଛି। ଏହି ମାମଲାରେ ପୋଲିସ ଜଣେ ମହିଳାଙ୍କ ସମେତ ୭ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି। ଏଥିମଧ୍ୟରୁ ୫ ଜଣଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି ଏବଂ ଦୁଇ ଅଭିଯୁକ୍ତ ଆଣ୍ଟି ନାର୍କୋଟିକ୍ସ ସେଲରେ ଅଛନ୍ତି।
