Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ବ୍ୟବସାୟ

ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ୟୁପିଆଇ-ପେ ନାଓ ଲିଙ୍କେଜ୍ ର ଭର୍ଚୁଆଲ୍ ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ସେନ୍ ଲୁଙ୍ଗ ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଏବଂ ସିଙ୍ଗାପୁରର ପେନାଓ ମଧ୍ୟରେ ରିଅଲ୍ ଟାଇମ୍ ପେମେଣ୍ଟ ଲିଙ୍କେଜ୍ ର ଭର୍ଚୁଆଲ୍ ଶୁଭାରମ୍ଭରେ ଅଂଶଗ୍ରହଣ କରିଥିଲେ। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ସିଙ୍ଗାପୁରର ମନିଟାରୀ ଅଥରିଟୀର ପରିଚାଳନା ନିର୍ଦ୍ଦେଶକ ରବି ମେନନ୍ ନିଜ ନିଜ ମୋବାଇଲ୍ ଫୋନ୍ ବ୍ୟବହାର କରି ପରସ୍ପର ମଧ୍ୟରେ ସୀମା ପାର ଅର୍ଥ କାରବାର କରିଥିଲେ।

ସିଙ୍ଗାପୁର ହେଉଛି ପ୍ରଥମ ଦେଶ ଯେଉଁ ଠାରେ ସୀମା ପାର ପର୍ସନ୍ ଟୁ ପର୍ସନ୍ (ପି୨ପି) ଦେୟ ସୁବିଧା ଆରମ୍ଭ କରାଯାଇଛି। ଏହା ସିଙ୍ଗାପୁରରେ ଥିବା ପ୍ରବାସୀ ଭାରତୀୟ ବିଶେଷ କରି ପ୍ରବାସୀ ଶ୍ରମିକ/ଛାତ୍ରମାନଙ୍କୁ ସାହାଯ୍ୟ କରିବ ଏବଂ ସିଙ୍ଗାପୁର ଓ ଭାରତ ମଧ୍ୟରେ ତତକ୍ଷଣାତ ଡିଜିଟାଇଜେସନ ଓ ଫିନ୍‍ଟେକ୍‍ ଦ୍ୱାରା କମ୍ ମୂଲ୍ୟରେ ଟଙ୍କା ଟ୍ରାନ୍ସଫରର ଲାଭ ସାଧାରଣ ଲୋକଙ୍କୁ ମିଳିପାରିବ। କ୍ୟୁଆର କୋଡ୍ ମାଧ୍ୟମରେ ୟପିଆଇ ଦେୟ ଗ୍ରହଣ ସିଙ୍ଗାପୁରର ବଛା ବଛା ବ୍ୟବସାୟିକ ସ୍ଥଳୀରେ ପୂର୍ବରୁ ଉପଲବ୍ଧ।

ଭର୍ଚୁଆଲ ଶୁଭାରମ୍ଭ ପୂର୍ବରୁ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ୍‍ ଜରିଆରେ ପାରସ୍ପରିକ ସ୍ୱାର୍ଥ ଉପରେ ଆଲୋଚନା ହୋଇଥିଲା। ଭାରତ-ସିଙ୍ଗାପୁର ସମ୍ପର୍କକୁ ଆଗକୁ ନେବାରେ ସହଭାଗୀତା ପାଇଁ ପ୍ରଧାନମନ୍ତ୍ରୀ ଲିଙ୍କୁ ଧନ୍ୟବାଦ ଜଣାଇବା ସହ ଭାରତର ଜି -୨୦ ଅଧ୍ୟକ୍ଷତା ଅଧୀନରେ ତାଙ୍କ ସହ କାମ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କକ୍ରେନ୍ ଇଣ୍ଡିଆ ନେଟୱାର୍କ ସହ ଯୋଡି ହେଲା ସୋଆ

ଭୁବନେଶ୍ୱର: ଭାରତରେ କକ୍ରେନ୍ ଇଣ୍ଡିଆ ନେଟୱାର୍କ (ସିଆଇଏନ୍‌)କାର୍ଯ୍ୟକାରୀ ହେବା ସହିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) ଏଥିରେ ଏକ ଆଫିଲିଏଟ୍‌ ସେଂଟର୍ ଭାବେ ଯୋଡି ହୋଇଛି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ତଥ୍ୟ ପ୍ରଦାନ ପରିପ୍ରେକ୍ଷୀରେ ଏହି ଅନୁଷ୍ଠାନ କାର୍ଯ୍ୟ କରୁଛି। ସିଆଇଏନ୍‌ର ନିକଟରେ ଭର୍ଚୁଆଲ୍ ଶୁଭାରମ୍ଭ ହୋଇଛି ଓ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ, ନୂଆଦିଲ୍ଲୀ, ଏଥିରେ ସହଯୋଗ କରିଥିଲା।

କକ୍ରେନ୍ ହେଉଛି ୟୁନାଇଟେଡ୍ କିଙ୍ଗଡମ୍‌ର ଏକ ସଂସ୍ଥା ଯାହା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ପ୍ରକାର ତଥ୍ୟ ଉପଲବ୍ଧ କରିଥାଏ ବୋଲି ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି କହିଛନ୍ତି। ସିଆଇଏନ୍ ସହିତ ଯୋଡି ହୋଇଥିବା ୯ଟି ଅନୁଷ୍ଠାନ ମଧ୍ୟରୁ ସୋଆ ଅନ୍ୟତମ ହୋଇଥିବା ବେଳେ ଅନ୍ୟ ପ୍ରତିଷ୍ଠିତ ଅନୁଷ୍ଠାନ ଗୁଡିକ ହେଉଛି ଏମ୍‌ସ, ନୂଆଦିଲ୍ଲୀ, ଆଇସିଏମ୍‌ଆର୍‌, ନୂଆଦିଲ୍ଲୀ, ଖ୍ରୀଷ୍ଟିଆନ୍ ମେଡିକାଲ କଲେଜ୍‌, ଭେଲୋର, ଇଣ୍ଡିଆନ୍‌ ଇନ୍‌ଷ୍ଟଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍‌ଥ, ହାଇଦ୍ରାବାଦ, କିଙ୍ଗ ଜର୍ଜସ ମେଡିକାଲ୍ ବିଶ୍ୱବିଦ୍ୟାଳୟ, ଲକ୍ଷେ୍ନା÷, ମଣିପାଲ୍ ଏକାଡେମୀ ଅଫ୍ ହାଇଅର୍ ଏଜୁକେସନ୍‌, ମଣିପାଲ୍‌, ପୋଷ୍ଟ ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ, ଚଣ୍ଡିଗଡ ଓ ଟାଟା ମେମୋରିଆଲ୍ ହସ୍ପିଟାଲ୍‌, ମୁମ୍ବାଇ।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେଇଥିବା ବେଳେ ନୀତି ଆୟୋଗର ସଦସ୍ୟ ଡଃ ବିନୋଦ ପଲ୍‌ ଯୋଗ ଦେଇ ବିଶ୍ୱବ୍ୟାପି ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ତଥ୍ୟ ପ୍ରଦାନକୁ ନେଇ କକ୍ରେନ୍‌ର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସ୍ୱାସ୍ଥ୍ୟ ଗବେଷଣା ବିଭାଗର ସଚିବ ତଥା ଆଇସିଏମ୍‌ଆର୍‌ର ଡାଇରେକ୍ଟର ଜେନେରାଲ୍ ପ୍ରଫେସର ବଳରାମ ଭାର୍ଗବ ମୁଖ୍ୟ ବକ୍ତା ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କ୍ୱାଲିଟି ଆସ୍ୟୁରାନ୍ସ ଫର୍ ନର୍ମସ୍ ଆଣ୍ଡ ଷ୍ଟାଣ୍ଡାର୍ଡସର ନିର୍ଦ୍ଦେଶକ ଡଃ ଜନ୍ ଗ୍ରୋଭ, କକ୍ରେନ୍ ଲାଇବ୍ରେରୀ ମୁଖ୍ୟ ସମ୍ପାଦକ ଡଃ କର୍ଲା ସୋର୍ସ – ୱାଇଜର, କକ୍ରେନ୍ ୟୁକେର ସିଇଓ ଡଃ ଜୁଡିଥ୍ ବ୍ରୋଡି ପ୍ରମୁଖ ବକ୍ତବ୍ୟ ରଖିଥିଲେ।