Categories
ଆଜିର ଖବର ରାଜ୍ୟ ଖବର

ପିପିଲି: ବିଜେଡ଼ି ପାଇଁ ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ, ବିଜେପି ଲାଗି ୧୩ରେ କେନ୍ଦ୍ରମନ୍ତ୍ରୀ କରିବେ ରାଲି

ଭୁବନେଶ୍ବର: ପିପିଲି ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳର ପ୍ରଚାର ଆରମ୍ଭ ହୋଇଯାଇଛି। ଉପନିର୍ବାଚନରେ ଜିତିବା ନେଇ ଦାବି ପ୍ରତ୍ୟେକ ଦଳ କରୁଥିବା ବେଳେ ପ୍ରଚାର ମୈଦାନକୁ ନିଜ ନିଜର ଷ୍ଟାର ପ୍ରଚାରକମାନେ ପିପିଲିରେ ପହଞ୍ଚୁଛନ୍ତି। ତେବେ ବିଜେଡ଼ି ପକ୍ଷରୁ ଦଳର ସୁପ୍ରିମୋ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥିଙ୍କ ପାଇଁ ଭର୍ଚୁଆଲରେ ପ୍ରଚାର କରିବେ ବୋଲି ସୂଚନା ମିଳିଛି। ଏନେଇ ବିଧାୟକ ଉମା ସାମନ୍ତରାୟ ସୂଚନା ଦେଇଛନ୍ତି। ସେଥିପାଇଁ ବିଭିନ୍ନ ସ୍ଥାନରେ ଏଲଇଡି ବ୍ୟବସ୍ଥା କରାଯିବ। କିନ୍ତୁ କେବେ ଆଉ କେଉଁଦିନ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ ଏଯାଏଁ ନିର୍ଦ୍ଧାରଣ କରାଯାଇପାରିନାହିଁ। ଖୁବ ଶୀଘ୍ର ପ୍ରଚାର ସମୟ ଘୋଷଣା କରାଯିବ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି।

ସେହିପରି ବିଜେପିର ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିବେ। ଆସନ୍ତା ୧୩ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିବେ। ସେ ରାଲି ସହ ଏକ ସାଧାରଣ ସଭାରେ ଯୋଗଦେବାର ଯୋଜନା ରହିଛି। ଏହାସହିତ ବିଜେପିର କିଛି କେନ୍ଦ୍ରୀୟ ନେତା ମଧ୍ୟ ପ୍ରଚାରରେ ସାମିଲ ହେବେ ବୋଲି କୁହାଯାଉଛି। ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ପୃର୍ଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ବାଲେଶ୍ୱରରେ ଭର୍ଚୁଆଲ୍ ପ୍ରଚାର କରିବେ ନବୀନ

ବାଲେଶ୍ୱର: ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କରୋନା ମାହମାରୀକୁ ଦୃଷ୍ଟିରେ ରଖି ନବୀନ ଭର୍ଚୁଆଲ ମାଧ୍ୟମରେ ବାଲେଶ୍ୱରବାସୀଙ୍କୁ ସମ୍ବୋଧନ କରିବା ସହ ଦଳର ପ୍ରାର୍ଥୀ ସ୍ୱରୂପ ଦାସ ଙ୍କ ପାଇଁ ପ୍ରଚାର କରିବେ। ଭର୍ଚୁଆଲ ପ୍ରଚାର ପାଇଁ ବାଲେଶ୍ୱର ସହରର ଆଇଟିଆଇ ପଡିଆ, ସିଦ୍ଧି କଲ୍ୟାଣମଣ୍ଡପ ସମେତ 4ଟି ସ୍ଥାନରେ ଏବଂ ଗ୍ରାମାଞ୍ଚଳର 4ଟି ସ୍ଥାନରେ ଏଲଇଡି ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ, ବାଲେଶ୍ବର ପାଇଁ ବିଜେଡି ତରଫରୁ ସ୍ବରୂପ ଦାସ ପ୍ରାର୍ଥୀ ହୋଇଥିବାବେଳେ ବିଜେପିର ପ୍ରାର୍ଥୀ ହୋଇଛନ୍ତି ମାନସ ଦତ୍ତ । ସେହିପରି କଂଗ୍ରେସ ତରଫରୁ ମମତା କୁଣ୍ଡୁ ଏହି ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ଉଭୟ ଦଳଙ୍କ ତରଫରୁ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଶୋଭାଯାତ୍ରା ସମାବେଶ ଓ ପ୍ରଚାର ଖୁବ୍‌ ଜୋରସୋରରେ ଚାଲିଛି ।

Categories
ଆଜିର ଖବର ରାଜ୍ୟ ଖବର

ଭର୍ଚୁଆଲ ପ୍ରଚାର କରିବେ ନବୀନ

ଭୁବନେଶ୍ୱର: ଓଡ଼ିଶାରେ ଉପନିର୍ବାଚନ ତାତି ବେଶ୍‌ ଜୋର ଧରିଛି । ଆସନ୍ତା ନଭେମ୍ବର 3 ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ। ପ୍ରଚାର ମଧ୍ୟ ବେଶ୍‌ ଜମିସାରିଛି। ଏହି ଦୁଇ ଆସନରେ ତ୍ରିମୁଖୀ ଲଢେଇ ହେଉଥିବାବେଳେ ସବୁ ଦଳମାନଙ୍କର ତରଫରୁ ଜୋର୍‌ସୋରରେ ପ୍ରଚାର ଚାଲିଛି ।  ବିଭିନ୍ନ ପ୍ରତିଶ୍ରୁତି ଦେଇ ଭୋଟ୍‌ ହାତେଇବାକୁ ପ୍ରୟାସ କରୁଛନ୍ତି ନେତାମାନେ । ଉଭୟ ଆସନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର କରିବେ। ତେବେ ନବୀନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିବେ। ତିର୍ତ୍ତୋଲ ପାଇଁ ଆସନ୍ତା କାଲି ପ୍ରଚାର କରିବେ । ସେହିପରି ଆସନ୍ତା 29 ତାରିଖରେ ବାଲେଶ୍ବରରେ ଭର୍ଚୁଆଲ ପ୍ରଚାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ, ତିର୍ତ୍ତୋଲରେ ବିଜେଡି ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିବାବେଳେ ବାଲେଶ୍ବର ସଦରପାଇଁ ସ୍ବରୂପ ଦାଶଙ୍କୁ ପ୍ରାର୍ଥୀ କରିଛି । ବହୁ ହେଭିଓ୍ବେଟ୍‌ ନେତା ଓ ବିଧାୟକମାନେ ପ୍ରଚାର  କରୁଛନ୍ତି । (ଏଜେନ୍ସି)