Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ଆଜି ଭାଇଜାନ ସଲମାନ ଖାନଙ୍କ ଜନ୍ମଦିନ, ଏପରି ଦିନରେ ତାଙ୍କ ପ୍ରଶଂସକଙ୍କୁ ସେ କଣ କହିଲେ ଜାଣିଛନ୍ତି କି ?

ମୁମ୍ବାଇ, ଆଜି ହେଉଛି ପ୍ରଖ୍ୟାତ ଅଭିନେତା ସଲମାନ ଖାନ ତଥା ବଲିଉଡର ଭାଇଜାନଙ୍କ ଜନ୍ମଦିନ। ତାଙ୍କ 54 ବର୍ଷ ପୂରଣ ହୋଇ 55 ବର୍ଷରେ ପାଦ ଥାପିଲେ ଭାଇଜାନ। 1965 ମସିହାର ମଧ୍ୟ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ ଏହି ଅଭିନେତା। ସଲମନ ମୈନେ ପ୍ୟାର କିୟା ଚଳଚତ୍ରିରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇପାରିଥିଲେ। ତାଙ୍କ ସହିତ ଭାଗ୍ୟଶ୍ରୀଙ୍କ ଯୋଡି ସେତେବେଳେ ଚହଳ ପକାଇଥିଲା। ସେହିପରି ଟାଇଗର ଜିନ୍ଦା ହେ ମଧ୍ୟ ଲୋକପ୍ରିୟତାର ଶୀର୍ଷରେ ପହଁଚିଥିଲା।

ତେବେ ତାଙ୍କ ଜନ୍ମଦିନରେ ସଲମାନ ବା ସୁଲୁ ତାଙ୍କ ପ୍ରଶଂସକଙ୍କୁ କହିଛନ୍ତି ଯେ, ଆପଣମାନେ ଆସି ଘର ଆଗରେ ଭିଡ କରନ୍ତୁ ନାହିଁ। କାରଣରେ ସଲମାନ କହିଛନ୍ତି ବର୍ତ୍ତମାନ କୋଭିଡ19 ସମୟରେ ଏକାଠି ହେବାକୁ ମୁଁ ଚାହୁଁ ନାହିଁ। ସେଥିପାଇଁ ଶୁଭେଚ୍ଛା ଜଣାଇବା ପାଇଁ କେହି ଆସନ୍ତୁ ନାହିଁ ବୋଲି ସୁଲୁ କହିଛନ୍ତି। ପ୍ରତିବର୍ଷ ଜନ୍ମଦିନରେ ସଲମାନ ଘରର ଛାତ ଉପରେ ରହି ପ୍ରଶଂସକଙ୍କ ଶୁଭେଚ୍ଛା ଗ୍ରହଣ କରିଥାନ୍ତି।

Categories
ଆଞ୍ଚଳିକ

ନାଚୁଣୀ ପ୍ରିମିଅର ଲିଗରେ ହାଲିମସାନ ଦଳ ହେଲା ଚମ୍ପିୟାନ

ସମୀକ୍ଷା ବ୍ୟୁରୋ

ନାଚୁଣୀ, ୮/୧୨: ଆଜି ନାଚୁଣୀ ଗୋଦାବରୀଶ ବିଦ୍ୟାପୀଠ ଖେଳ ପଡିଆଠାରେ ନାଚୁଣୀ ପ୍ରିମିଅର ଲିଗର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ଫାଇନାଲ ମ୍ୟାଚ ହାଲିମସାନ ଦଳ ଏବଂ ଭାଇଜାନ ଫାଇଟର ମଧ୍ୟରେ ଟକ୍କର ହୋଇଥିଲା। ହାଲିମସାନ ଦଳ ବିଜୟ ହୋଇ ଚମ୍ପିୟାନ ଟ୍ରଫି ଅକ୍ତିଆର କରିଥିବାବେଳେ ଭାଇଜାନ ଫାଇଟର ଉପ-ବିଜେତା ଟ୍ରଫି ଅକ୍ତିଆର କରିଛି।

ହାଲିମସାନ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର(୧୫)ରେ ୧୩୦ ରନ କରିବାରେ ସମର୍ଥ ହୋଇଥିଲା। କିନ୍ତୁ ଭାଇଜାନ ଫାଇଟର ୧୩୧ ରନର ଲକ୍ଷକୁ ପୂରଣ କରିବା ଆଶାରେ ପଡିଆକୁ ଓହ୍ଲାଇଥିଲେ ମଧ୍ୟ ଦଳ ମାତ୍ର ୮୦ ରନ କରି ସମସ୍ତ ୱିକେଟ ହରାଇଥିଲା। ହାଲିମସାନ ଦଳର ନାସୀର ସର୍ବାଧିକ ୨୦ଟି ବଲରେ ୪୦ ରନ କରିଥିବାବେଳେ ମୁସାରଫ ସର୍ବାଧିକ ତିନୋଟି ୱିକେଟ ଅକ୍ତିଆର କରିଥିଲେ।

ଏହି ନାଚୁଣୀ ପ୍ରିମିଅର ଲିଗରେ ଅଲରାଉଣ୍ଡର ପ୍ରଶାନ୍ତ ବେହେରାଙ୍କୁ ‘ମ୍ୟାନ ଅଫ ଦି ସିରିଜ’ ରୂପେ ପୁରସ୍କୃତ କରାଯାଇଥିଲା। ସେ ସମୁଦାୟ ୧୪୦ ରନ ଏବଂ ୧୪ଟି ଅକ୍ତିଆର କରିଥିଲେ। ସେହିପରି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ରୂପେ ପିଣ୍ଟୁ(୧୭୦ରନ) ଏବଂ ଶ୍ରେଷ୍ଠ ବୋଲର ଭାବେ ମୁସାରଫଙ୍କୁ (୧୯ ୱିକେଟ) ପୁରଷ୍କୃତ କରାଯାଇଥିଲା।

ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଉପରୋକ୍ତ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ନାଚୁଣୀ ପ୍ରିମିଅର ଲିଗ-୨୦୧୯ ଦ୍ଵାରା ବିଜେତା ଦଳକୁ ଟ୍ରଫି ସହ ୩୫୦୦୦ ଟଙ୍କାର ଧନରାଶି ଏବଂ ଉପବିଜେତା ଦଳକୁ ଟ୍ରଫି ସହ ୨୫୦୦୦ ଟଙ୍କାର ଧନରାଶି ରଖାଯାଇଥିଲା। ଏହାକୁ  ଶ୍ରୀ ଜଗଦ୍ଦେବଙ୍କ ଦ୍ଵାରା ଦୁଇଦଳକୁ ପ୍ରଦାନ କରଯାଇଥିଲା।

 

ରିପୋର୍ଟର: ସୁନୀଲ କୁମାର ଭୋଳ (ବିଜୁ)