Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବିପୁଳ ପରିମାଣର ଭାଙ୍ଗ ଜବତ, ମହିଳାଙ୍କ ସମେତ ତିନି ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଏବଂ ସଦର ଅବକାରୀ କର୍ମଚାରୀ ମାନେ ମିଳିତ ଭାବେ ଜଟଣୀ ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ଭାଙ୍ଗ ଜବତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜଣେ ମହିଳାଙ୍କ ସମେତ ତିନି ଅଭିଯୁକ୍ତ ଗିରଫ ହୋଇଛନ୍ତି।

ଗିରଫ ଅଭିଯୁକ୍ତ ମାନେ ହେଲେ ଜଟଣୀ ଥାନା ଅଞ୍ଚଳର ସନ୍ତୋଷ କୁମାର ମହାନ୍ତି (୩୬), ସସ୍ମିତା ମହାନ୍ତି (୩୬) ଏବଂ ପ୍ରମୋଦ ମହାନ୍ତି (୫୦)। ସେମାନଙ୍କ ନିକଟରୁ ୬୦ କେଜି ଭାଙ୍ଗ ଓ ଏକ ଗ୍ରାଇଣ୍ଡିଙ୍ଗ ମେସିନ ଜବତ ହୋଇଛି। ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆର୍ ଉଦୟଗିରି ଥାନା ପୋଲିସର ସଫଳତା: ଜବତ କଲା ୧୭ ଶହ କିଲୋ ଭାଙ୍ଗ

ବ୍ରହ୍ମପୁର: ଆର୍ ଉଦୟଗିରି ଥାନା ପୋଲିସକୁ ବଡ ସଫଳତା ମିଳିଛି। ଆଜି ମହିନ୍ଦ୍ରା ପିକ୍ଅପ୍ ଗାଡ଼ି ସହ ୧୭ ଶହ କିଲୋ ଭାଙ୍ଗ ଜବତ କରାଯାଇଛି।

ସୂଚନା ଅନୁଯାୟୀ, ଏ ଏସ୍ ଆଇ ଅମର କୁମାର ମିଶ୍ରଙ୍କ ନେତୃତ୍ଵରେ ଏକ ଟିମ ଛେଳିଗଡ ରାସ୍ତାରେ ପାଟ୍ରୋଲିଂ ଜାରି ରହିଥିଲା। ସେହି ସମୟରେ ସନ୍ଦେହ ହେବାରୁ ଏକ ମହିନ୍ଦ୍ରା ପିକ୍ଅପ୍ ଗାଡ଼ିକୁ ପୋଲିସ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଉକ୍ତ ଗାଡିରୁ ୪୭ ବସ୍ତା ଭାଙ୍ଗ ଜବତ କରାଯାଇଥିଲା। ଯାହାକୁ ଓଜନ କରିବା ପରେ ୧୬୫୮ କିଲୋଗ୍ରାମ ହୋଇଥିଲା। ମୋହନା ଥାନା ବାଘମାରି ଅଞ୍ଚଳରୁ ଜବତ ହେଉଥିବା ଭାଙ୍ଗ ଚାଲାଣ ହେଉଥିବା ବେଳେ ଏହାର ଆନୁମାନିକ ମୁଲ୍ୟ ନଗଦ ୧୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ଏହି ଭାଙ୍ଗ ଚାଲାଣ କରୁଥିବା ବ୍ୟକ୍ତି ଜଣକ ମୁନିକାଡିଆ ଗ୍ରାମର କୁଶ ରଇତ। ପୋଲିସ କେଶ୍ ନଂ ୫୩/୨୩ ଅନୁଯାୟୀ ଅଭିଯୁକ୍ତ କୁଶକୁ କୋର୍ଟ ଚାଲାଣ କରିଛି।