Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ପାରାଲିମ୍ପିକ୍ ଗେମ୍ସରେ ଭାରତ ପାଇଁ ପ୍ରଥମ ରୌପ୍ୟ ପଦକ ଜିତିଲେ ଭାବୀନା ପଟେଲ: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ ଗେମ୍ସରେ ରୌପ୍ୟ ପଦକ ଜିତି ଭାରତର ଭାବୀନା ପଟେଲ ଇତିହାସ ସୃଷ୍ଟି କରିଛନ୍ତି। ଟେବୁଲ୍ ଟେନିସରେ ଭାରତ ପାଇଁ ପଦକ ଜିତିଥିବା ଭାବୀନା ପଟେଲ ହେଉଛନ୍ତି ପ୍ରଥମ ଖେଳାଳି। ଭବୀନା ପଟେଲଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ତାଙ୍କ ଜୀବନର ଯାତ୍ରା ଯୁବକମାନଙ୍କୁ କ୍ରୀଡ଼ାକୁ ଆସିବାକୁ ପ୍ରେରଣା ଯୋଗାଇବ।

ରୋପ୍ୟ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ, ଭାବୀନା ପଟେଲ ଇତିହାସ ସୃଷ୍ଟି କରିଛନ୍ତି। ଏହି ସଫଳତା ପାଇଁ ଭାବୀନାଙ୍କୁ ଅଭିନନ୍ଦନ। ତାଙ୍କର ଏହି ଯାତ୍ରା ଯୁବକମାନଙ୍କୁ କ୍ରୀଡା ପ୍ରତି ପ୍ରେରଣା ଯୋଗାଇବ।

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ କହିଛନ୍ତି ଯେ, ଭାବୀନାଙ୍କ ବିଜୟ ଭାରତ ପାଇଁ ଗର୍ବର ବିଷୟ। ରାଷ୍ଟ୍ରପତି କହିଛନ୍ତି ଯେ, ଭାବୀନା ପଟେଲ ରୌପ୍ୟ ପଦକ ଜିତି ଭାରତୀୟ ଦଳକୁ ପ୍ରେରଣା ଦେଇଛନ୍ତି। ଭାବୀନାର ପଦକ ଜିତିବା ଭାରତ ପାଇଁ ଗର୍ବର ବିଷୟ। ଏହି ଅଦ୍ଭୁତ ସଫଳତା ପାଇଁ ମୁଁ ଭବୀନା ପଟେଲଙ୍କୁ ଅଭିନନ୍ଦନ ଜଣାଉଛି।