Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତକୁ ଚେତାବନୀ ଦେଲେ ମାଲଦ୍ୱୀପ ରାଷ୍ଟ୍ରପତି: ମାର୍ଚ୍ଚ ୧୫ ସୁଦ୍ଧା ଭାରତୀୟ ସେନା ପ୍ରତ୍ୟାହାର ପାଇଁ କଲେ ଦାବି

ନୂଆଦିଲ୍ଲୀ: ମାଲଦ୍ୱୀପ ଏବଂ ଭାରତ ମଧ୍ୟରେ ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ସମୟରେ ମାଲଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପୁଣି ଥରେ ‘ଇଣ୍ଡିଆ ଆଉଟ୍’ ସ୍ଲୋଗାନ ଉଠାଇଛନ୍ତି। ପିଟିଆଇ ଖବର ଅନୁଯାୟୀ ମହମ୍ମଦ ମୁଇଜୁ ମାଲଦ୍ୱୀପରୁ ନିଜର ସାମରିକ ବାହିନୀ ପ୍ରତ୍ୟାହାର କରିବାକୁ ଭାରତ ଆଗରେ ଦାବି ଦୋହରାଇଛନ୍ତି। ଏହା ସହିତ ସେ ଭାରତକୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଏକ ଅଲ୍ଟିମେଟମ୍ ଦେଇଛନ୍ତି।

ଏହାପୂର୍ବରୁ ଦୁଇ ମାସ ପୂର୍ବେ ଭାରତୀୟ ସୈନ୍ୟଙ୍କୁ ହଟାଇବାକୁ ମାଲଦ୍ୱୀପ ଦାବି କରିଥିଲା। ଯଦି ସରକାରୀ ଆକଳନକୁ ବିଶ୍ୱାସ କରାଯାଏ, ତେବେ ମାଲଦ୍ୱୀପରେ ୮୮ ଜଣ ଭାରତୀୟ ସୈନିକ ଅଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ବିଶ୍ୱକପ ପୂର୍ବରୁ ପାକିସ୍ତାନ ଖେଳାଳିଙ୍କ ଭାରତକୁ ଚେତାବନୀ: ଜାଣନ୍ତୁ କଣ କହିଲେ

ନୂଆଦିଲ୍ଲୀ: ବିଶ୍ୱକପ୍-୨୦୨୩ ର ପ୍ରଥମ ମ୍ୟାଚ୍ ଅକ୍ଟୋବର ୫ ତାରିଖରେ ଖେଳାଯିବ। ଏଥି ସହିତ ଏହି ଟୁର୍ଣ୍ଣାମେଣ୍ଟର ଟାଇଟଲ ମ୍ୟାଚ ନଭେମ୍ବର ୧୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଅକ୍ଟୋବର ୧୪ ତାରିଖରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ କ୍ରିକେଟ୍ ପ୍ରଶଂସକମାନେ ଉତ୍ସାହରେ ପରିପୂର୍ଣ୍ଣ। ଏହି ସମୟରେ ବାବର ଆଜାମଙ୍କ ଅଧିନାୟକତ୍ୱ ବ୍ୟତୀତ ଭାରତ-ପାକିସ୍ତାନ ମ୍ୟାଚ୍ ଏବଂ ବିଶ୍ୱକପରେ ତାଙ୍କ ଦଳର ଆଶା ଉପରେ ପାକିସ୍ତାନ କ୍ରିକେଟର ଅବଦୁଲ୍ଲା ଶାଫିକ୍ ଏକ ବିବୃତ୍ତି ଦେଇଛନ୍ତି।

ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚକୁ ନେଇ ଅବଦୁଲ୍ଲା ଶାଫିକ୍ ଏହା କହିଛନ୍ତି କି?:

ଅବଦୁଲ୍ଲା ଶାଫିକ୍ କହିଛନ୍ତି ଯେ, ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିବାକୁ ଆମେ ଉତ୍ସାହିତ। କିନ୍ତୁ ଏହା ଆମ ପାଇଁ ଅନ୍ୟ ଏକ ମ୍ୟାଚ୍ ପରି ହେବ। ସେ କହିଛନ୍ତି ଯେ, ଆମର ଅଧିନାୟକ ବାବର ଆଜାମ ଦୁନିଆର ସର୍ବୋତ୍ତମ ବ୍ୟାଟ୍ସମ୍ୟାନ୍ ଅଟନ୍ତି। ବାସ୍ତବରେ, ଏହା ପୂର୍ବରୁ ଅବଦୁଲ୍ଲା ଶାଫିକ୍ ଙ୍କୁ ପାକିସ୍ତାନର ଅଧିନାୟକ ବାବର ଆଜାମ ପ୍ରଶଂସା କରିଥିଲେ। ବର୍ତ୍ତମାନ ଅବଦୁଲ୍ଲା ଶାଫିକ୍ କହିଛନ୍ତି ଯେ, ଯଦି ବାବର ଆଜାମଙ୍କ ପରି ଖେଳାଳିମାନେ ଆପଣଙ୍କୁ ପ୍ରଶଂସା କରନ୍ତି, ତେବେ ଏହା ଏକ ଆନନ୍ଦଦାୟକ ଅନୁଭୂତି।

ପାକିସ୍ତାନର ବୋଲିଂ ଏବଂ ବ୍ୟାଟିଂ ଉପରେ ଅବଦୁଲ୍ଲା ଶାଫିକ୍ କ’ଣ କହିଛନ୍ତି?:

ପାକିସ୍ତାନର ଉଦୀୟମାନ ଖେଳାଳି ଅବଦୁଲ୍ଲା ଶାଫିକ୍ କହିଛନ୍ତି ଯେ, ଆମର ଦ୍ରୁତ ବୋଲିଂ ଆକ୍ରମଣ ବିଶ୍ୱରେ ସର୍ବୋତ୍ତମ। ଏହା ବ୍ୟତୀତ ଅବଦୁଲ୍ଲା ଶାଫିକ୍ ପାକିସ୍ତାନର ବ୍ୟାଟିଂ ଉପରେ ନିଜର ମତ ରଖିଥିଲେ। ଅବଦୁଲ୍ଲା ଶାଫିକ୍ ଙ୍କ ଅନୁଯାୟୀ ଯଦି ବିରୋଧୀ ଦଳ ୩୦୦ ରନ୍ ସ୍କୋର କରନ୍ତି ତେବେ ଆମେ ଏହି ଟାର୍ଗେଟକୁ ପୂରଣ କରିବାରେ ସକ୍ଷମ ଅଟୁ।

Categories
ବିଶେଷ ଖବର

ଋଷ ମାମଲାରେ ଭାରତକୁ ଚେତାବନୀ ଦେଲା ଆମେରିକା, କଡା ଜବାବ ଦେଲେ ସୟଦ ଅକବରଉଦ୍ଦିନ

ନୂଆଦିଲ୍ଲୀ: ଋଷ ବିଷୟରେ ଭାରତକୁ ଆମେରିକାର ଉପ ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା (ଡୁପିଟି ଏନଏସଏ) ଦଲିପ ସିଂ ଧମକ ଦେଇଛନ୍ତି। ବର୍ତ୍ତମାନ ଆମେରିକାର ଏହି ଧମକ ଉପରେ ଭାରତ କଡା ଜବାବ ଦେଇଛି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ସୟଦ ଅକବରଉଦ୍ଦିନ ଡେପୁଟି ଏନଏସଏସ ଦଲିପ ସିଂଙ୍କୁ ସମାଲୋଚନା କରିଛନ୍ତି ଏବଂ ଏହା କୂଟନୈତିକ ଭାଷା ନୁହେଁ ବୋଲି କହିଛନ୍ତି। ଏହା ହେଉଛି ବାଧ୍ୟବାଧକତାର ଭାଷା।

ବାସ୍ତବରେ, ରୁଷ ବିରୋଧରେ ଆମେରିକାର ପ୍ରତିବନ୍ଧକ ପ୍ରସ୍ତୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆମେରିକୀୟ ଡେପୁଟି ଏନଏସଏସ ଦଲିପ ସିଂ ଦୁଇ ଦିନିଆ ଗସ୍ତରେ ବୁଧବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଋଷର ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ନେଇ ମସ୍କୋକୁ ସମାଲୋଚନା ନକରିବା ଭାରତର ଆଭିମୁଖ୍ୟକୁ ନେଇ ପାଶ୍ଚାତ୍ୟ ଦେଶରେ ଅସନ୍ତୋଷର ପୃଷ୍ଠଭୂମିରେ ତାଙ୍କର ଏହି ଗସ୍ତ ଆସିଛି। ଏହି ସମୟ ମଧ୍ୟରେ ମସ୍କୋ ଏବଂ ବେଜିଂ ମଧ୍ୟରେ ଥିବା “ଅସୀମିତ” ଭାଗିଦାରୀ ବିଷୟରେ ଦଲିପ ସିଂ କହିଛନ୍ତି ଯେ, ଋଷ ଉପରେ ଚୀନ୍ ଯେତେ ପ୍ରଭାବ ପକାଇବ, ତାହା ଭାରତ ପାଇଁ କମ୍ ଅନୁକୂଳ ହେବ। ମୁଁ ଭାବୁନାହିଁ ଯେ, ଯଦି ଚୀନ୍ ଏଲଏସିକୁ ଉଲ୍ଲଂଘନ କରେ, ତେବେ ଭାରତର ସୁରକ୍ଷା ପାଇଁ ଋଷ ଆଗକୁ ଆସିବ।

ଦଲିପ ସିଂ ଏହା ମଧ୍ୟ କହିଛନ୍ତି ଯେ, ଋଷ ବିରୋଧରେ ଆମେରିକାର ପ୍ରତିବନ୍ଧକକୁ ସକ୍ରିୟ ଭାବେ ଗତିରୋଧ କରୁଥିବା ଦେଶଗୁଡିକ ଏହାର ପରିଣାମର ସମ୍ମୁଖୀନ ହେବାକୁ ପଡିବ। ସେ କହିଛନ୍ତି ଯେ, ଋଷରୁ ଶକ୍ତି ଏବଂ ଅନ୍ୟାନ୍ୟ ସାମଗ୍ରୀ ସମେତ ଭାରତର ଆମଦାନୀରେ “ତୀକ୍ଷ୍ଣ” ବୃଦ୍ଧି ଦେଖିବାକୁ ସେ ପସନ୍ଦ କରିବେ ନାହିଁ। ସିଂ କହିଛନ୍ତି ଯେ, ଋଷର ବର୍ତ୍ତମାନର ଆମଦାନୀ ଆମେରିକାର କୌଣସି ପ୍ରତିବନ୍ଧକକୁ ଉଲ୍ଲଂଘନ କରୁନାହିଁ। କାରଣ ଆମେରିକା ଋଷର ଶକ୍ତି ଯୋଗାଣ ଉପରେ ବର୍ତ୍ତମାନ ପ୍ରତିବନ୍ଧକ ଲଗାଇନାହିଁ। ୟୁକ୍ରେନ ସଙ୍କଟ ଉପରେ ସେ କହିଛନ୍ତି ଯେ, ଯଦି ଋଷର ଆକ୍ରମଣ ବନ୍ଦ ନହୁଏ ତେବେ ଏହାର ବିନାଶକାରୀ ପରିଣାମ ହେବ।

ଦଲିପ ସିଂଙ୍କ ମନ୍ତବ୍ୟ ଏଭଳି ସମୟରେ ଆସିଛି, ଯେତେବେଳେ ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ତାଙ୍କର ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଏହିସମୟରେ ଦୁଇ ଦେଶ ମଧ୍ୟରେ ରୁଷୀୟ ତେଲ କ୍ରୟ କରିବା ସହିତ ଦ୍ୱିପାକ୍ଷିକ ବାଣିଜ୍ୟ ପାଇଁ ରୁଷୀୟ ମୁଦ୍ରା-ଭାରତୀୟ ମୁଦ୍ରା ବିନିମୟ ବିଷୟରେ ଆଲୋଚନା ହୋଇପାରେ।