Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫ ହଜାର ୮୧ ଜଣ ସୁସ୍ଥ; ୬୯ ହଜାର ୯୨୧ ଜଣ ନୂଆ ସଂକ୍ରମିତ

ନୂଆଦିଲ୍ଲୀ, ଗତ ୫ ଦିନ ଧରି ଦୈନିକ ୬୦ ହଜାରରୁ ଉର୍ଦ୍ଧ୍ଵ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୬୫,୦୮୧ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୮,୩୯,୮୮୨ରେ ପହଞ୍ଚିଥିବା ବେଳେ ସୁସ୍ଥତା ହାର ଶତକଡା ୭୭ରେ ପହଞ୍ଚିଛି । ସକ୍ରିୟ ରୋଗୀଙ୍କ ତୁଳନାରେ ୩.୫ ଗୁଣ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଦେଶରେ ୭,୮୫,୯୯୬ ସକ୍ରିୟ ରୋଗୀ ଥିବାବେଳେ ୨୦.୫୩ ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତି । ଜୁଲାଇ ମାସର ପ୍ରଥମ ସପ୍ତାହ ତୁଳନାରେ ଅଗଷ୍ଟ ମାସ ଶେଷ ସପ୍ତାହରେ ସଂକ୍ରମିତଙ୍କ ତୁଳନାର ସୁସ୍ଥ ରୋଗୀଙ୍କ ସଂଖ୍ୟା ୪ ଗୁଣ ବୃଦ୍ଧି ପାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୫ଟି ରାଜ୍ୟରେ ଅଧିକ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ର ୧୧,୮୫୨, ଆନ୍ଧ୍ରପ୍ରଦେଶ ୧୦,୦୦୪, କର୍ଣ୍ଣାଟକ ୬,୪୯୫, ତାମିଲନାଡୁ ୫,୯୫୬ ଏବଂ ଉତ୍ତରପ୍ରଦେଶ ୪,୭୮୨ ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇଲେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ଶତକଡା ୫୬ ଭାଗ ରୋଗୀ ଉପରୋକ୍ତ ୫ଟି ରାଜ୍ୟରୁ ଆସିଛନ୍ତି । ସେହିପରି ଏହି ୫ଟି ରାଜ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ସଂକ୍ରମିତ ମଧ୍ୟ ସୁସ୍ଥ ହୋଇଛନ୍ତି । ଏହା ମୋଟ ଆରୋଗ୍ୟ ସଂଖ୍ୟାର ୫୮.୦୪ ପ୍ରତିଶତ ବୋଲି ଜଣାପଡିଛି।

ମହାରାଷ୍ଟ୍ରରେ ୧୧,୧୫୮ ଜଣ ସୁସ୍ଥ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୮,୭୭୨, କର୍ଣ୍ଣାଟକରେ ୭,୨୩୮, ତାମିଲନାଡୁରେ ୬,୦୦୮ ଓ ଉତ୍ତରପ୍ରଦେଶରେ ୪,୫୯୭ ଜଣ କାରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉପରୋକ୍ତ ୫ଟି ରାଜ୍ୟରୁ ୫୩୬ ଜଣଙ୍କର ମୃତ୍ୟୁ ହୋଇଛି ଅର୍ଥାତ ଦେଶର ମୋଟ ମୃତ୍ୟୁହାରର ୬୫.୪୦ ପ୍ରତିଶତ । ମହାରାଷ୍ଟ୍ରରେ ୧୮୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କରନାଟକରେ ୧୧୩, ତାମିଲନାଡୁରେ ୯୧, ଆନ୍ଧ୍ରପ୍ରଦେଶରେ ୮୫ ଏବଂ ଉତ୍ତରପ୍ରଦେଶରେ ୬୩ ଜଣଙ୍କର ମୃତ୍ୟୁ ହୋଇଛି ।