Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ବିଶ୍ଵସ୍ତରୀୟ ନେତାଙ୍କ ମଧ୍ୟରେ ମୋଦୀଙ୍କ ଜଲୱା: ବାଇଡେନଙ୍କ ଠାରୁ ବହୁତ ଆଗରେ ଭାରତର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କେବଳ ଭାରତରେ ନୁହେଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜଲୱା ବିଦେଶରେ ମଧ୍ୟ ଦେଖାଯାଉଛି। ‘ମର୍ନିଂ କନ୍ସଲ୍ଟ’ର ସର୍ଭେରେ ଏହା ଦୃଶ୍ୟମାନ ହେଉଛି। ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ଲୋକପ୍ରିୟତା ଦୃଷ୍ଟିରୁ ୨୨ ଟି ଦେଶର ପୁରୁଖା ନେତାଙ୍କୁ ପଛରେ ପକାଇ ଦେଇଛନ୍ତି। ସଦ୍ୟତମ ସର୍ବେକ୍ଷଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୭୮ ପ୍ରତିଶତ ଅନୁମୋଦନ ମିଳିଛି।

ପ୍ରକାଶ ଯେ, ‘ମର୍ନିଂ କନ୍ସଲ୍ଟ’ର ଏହି ମୂଲ୍ୟାୟନ ଜାନୁୟାରୀ ୨୬ ତାରିଖରୁ ଜାନୁୟାରୀ ୩୧ ତାରିଖ ମଧ୍ୟରେ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ମେକ୍ସିକୋର ରାଷ୍ଟ୍ରପତି ଲୋପେଜ ଓବ୍ରାଡୋର ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଙ୍କର ଅନୁମୋଦନ ମୂଲ୍ୟାୟନ ୬୮ ପ୍ରତିଶତ ଅଟେ। ଏହା ପରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଅଲବାନିଜ ତୃତୀୟ ସ୍ଥାନରେ ଅଛନ୍ତି, ଯାହାଙ୍କର ମୂଲ୍ୟାୟନ ୫୮% ଅଟେ। ଇଟାଲୀର ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଚତୁର୍ଥ ସ୍ଥାନରେ ଅଛନ୍ତି। ମେଲୋନିଙ୍କର ୫୨ ପ୍ରତିଶତ ରେଟିଂ ଅଛି।

ସେହିଭଳି ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡି ସିଲଭା ୫୦% ରେଟିଂ ସହିତ ଏହି ତାଲିକାରେ ୫ ନମ୍ବରରେ ଅଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ‘ସୁପର ପାୱାର’ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହି ତାଲିକାରେ ଷଷ୍ଠ ସ୍ଥାନରେ ଅଛନ୍ତି। ତାଙ୍କର ରେଟିଂ ୪୦ ପ୍ରତିଶତ ଅଟେ। ତାଙ୍କ ପରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ନାମ ଆସେ। ତାଙ୍କର ରେଟିଂ ମଧ୍ୟ ୪୦ ପ୍ରତିଶତ ଅଟେ।

ଏହି ତାଲିକାରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ରୁଷି ସୁନକ ଦଶମ ସ୍ଥାନରେ ଅଛନ୍ତି। ବିଶ୍ୱ ନେତାଙ୍କ ମଧ୍ୟରେ ତାଙ୍କର ମୂଲ୍ୟାୟନ ୩୦ ପ୍ରତିଶତ। ଏଥି ସହିତ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏହି ତାଲିକାରେ ଏକାଦଶ ସ୍ଥାନରେ ଅଛନ୍ତି। ତାଙ୍କର ରେଟିଂ ୨୯ ପ୍ରତିଶତ ଅଟେ।

ସର୍ଭେ କିପରି କରାଯାଏ, ନମୁନା ଆକାର କ’ଣ?:

ମର୍ନିଂ କନ୍ସଲ୍ଟ ପ୍ରତିଦିନ ୨୦ ହଜାରରୁ ଅଧିକ ବିଶ୍ଵସ୍ତରୀୟ ସାକ୍ଷାତକାର ପରିଚାଳନା କରେ। ସାକ୍ଷାତକାରରେ ଗ୍ରହଣ କରାଯାଇଥିବା ଉତ୍ତର ଆଧାରରେ ବିଶ୍ୱ ନେତାଙ୍କ ବିଷୟରେ ସୃଷ୍ଟି ହୋଇଥିବା ତଥ୍ୟ ପ୍ରସ୍ତୁତ କରାଯାଏ। ଆମେରିକାରେ ଏହାର ନମୁନା ଆକାର ୪୫ ହଜାର। ଅନ୍ୟପକ୍ଷରେ, ଅନ୍ୟ ଦେଶର ନମୁନା ଆକାର ୫୦୦ ରୁ ୫୦୦୦ ମଧ୍ୟରେ ରହିଛି। ବୟସ, ଲିଙ୍ଗ, ଅଞ୍ଚଳ ଏବଂ କେତେକ ଦେଶ ଶିକ୍ଷା ଆଧାରରେ ପ୍ରତ୍ୟେକ ଦେଶରେ ସର୍ଭେ କରାଯାଏ। ଯୁକ୍ତରାଷ୍ଟ୍ରରେ ଜାତି ଏବଂ ଜନଜାତି ଆଧାରରେ ସର୍ଭେ ମଧ୍ୟ କରାଯାଇଥାଏ।

Categories
ଆଜିର ଖବର ଜାତୀୟ ଖବର

ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ପରିଷଦକୁ ପୁନଃ ନିର୍ବାଚିତ ହେବା ପାଇଁ ଭାରତ କରିବ ପ୍ରତିଦ୍ୱନ୍ଦିତା

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ବୈଶ୍ୱିକ ଡିଜିଟାଲ ଅବସ୍ଥାନ୍ତରରେ ଆଗୁଆ ରହି ବିକାଶର ଉତ୍କର୍ଷ ହାସଲ ସହ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବ୍ୟବହାର ସଠିକ ଭାବେ କରୁଛି ବୋଲି କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେବୁ ସିଂ ଚୌହ୍ୱାନ ବିଶ୍ୱ ସୂଚନା ସମିତି ଶିଖର ବୈଠକ ଡବ୍ଲୁଏସଆଇଏସ୍‌-୨୦୨୨ରେ ପ୍ରକାଶ କରିଛନ୍ତି। ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ୩୧ମେ ରୁ ଜୁନ ୦୩, ୨୦୨୨ ମଧ୍ୟରେ ଅନୁଷ୍ଠିତ ଡବ୍ଲୁଏସଆଇଏସ-୨୦୨୨ରେ ଦେବୁ ସିଂ ଚୌହ୍ୱାନ ଭାରତୀୟ ପ୍ରତିନିଧି ଦଳର ପ୍ରତିନିଧିତ୍ୱ କରିଥିଲେ।

ଡବ୍ଲୁଏସଆଇଏସ କୁ ଆନ୍ତର୍ଜାତିକ ଦୂରସଂଚାର ସଂଘ (ଆଇଟିଭି) ଜାତିସଂଘ ଶିକ୍ଷା, ବିଜ୍ଞାନ, ସାଂସ୍କୃତିକ ସଂଗଠନ (ୟୁନେସ୍କୋ), ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡି୍‌ପି), ଜାତିସଂଘ ବାଣିଜ୍ୟ ଓ ବିକାଶ ସମ୍ମିଳନୀ (ୟୁଏନସିଟିଏଡି), ଡବ୍ଲୁଏସଆଇଏସ୍‌ର ଅନ୍ୟାନ୍ୟ ସହ ସଂଗଠନ ଓ ଅନ୍ୟାନ୍ୟ ଜାତିସଂଘ ସଂଗଠନଗୁଡିକ ମିଳିତଭାବେ ସ୍ୱୀକୃତି ପ୍ରଦାନ କରିଛନ୍ତି। ୨୦୦୩ ମସିହା ଡବ୍ଳଏସଆଇଏସ ଶିଖର ସମ୍ମିଳନୀ ଆରମ୍ଭ ପରଠାରୁ ବିଶ୍ୱ ସମାଜ ନିମନ୍ତେ ସୂଚନା ସମିତି ଗଠନ ପାଇଁ ପଦକ୍ଷେପମାନ ନିଆ ହୋଇ ଆସୁଛି।

ଭାରତ ୨୦୨୩-୨୦୨୬ କାର୍ଯ୍ୟ ଅବଧି ନିମନ୍ତେ ଭାରତ ଆଇଟିୟୁ ପରିଷଦ ପାଇଁ ପ୍ରତିଦ୍ୱନ୍ଦିତା କରୁଛି। ଭାରତ ୧୮୬୯ ମସିହାଠାରୁ ଆଇଟିଭିର ସଦସ୍ୟ ରହିଥିବାବେଳେ ନିୟମିତ ଭାବେ ଏହାର କାର୍ଯ୍ୟକଳାପରେ ଅଂଶଗ୍ରହଣ କରି ଆସୁଛି ଓ ଯଥା ସମ୍ଭବ ଦୂରସଞ୍ଚାର/ଆଇସିଟିଏସ୍ ଓ ବୈଶ୍ୱିକ ସମାଜ ଅଭିବୃଦ୍ଧି ଓ ବିକାଶ ନିମନ୍ତେ ଅବଦାନ ଦେଇଆସୁଛି।

ଭାରତୀୟ ବେତାର ନିୟନ୍ତ୍ରଣ ବୋର୍ଡ (ଆରଆରବି ) ପ୍ରାର୍ଥୀ ଓ ଭାରତ ପକ୍ଷରୁ ଆଇଟିୟୁ ପରିଷଦ ପୁର୍ନନିର୍ବାଚନ ପ୍ରାର୍ଥିତ୍ୱ ପାଇଁ ହୋଇଥିବା ଅଭ୍ୟର୍ଥନା ସଭାରେ ନିଜର ପରିଚୟ ଦେଇ ଶ୍ରୀ ଦେବୁ ସିଂ ଚୌହ୍ୱାନ କହିଥିଲେ ଯେ ଭାରତ ଆଇଟିୟୁର ସ୍ୱପ୍ନ ଓ ଦୂରଦୃଷ୍ଟିର ସମର୍ଥକ ଓ ୨୦୩୦ ସୁଦ୍ଧା ସ୍ଥାୟୀ ଓ ନିରନ୍ତର ବିକାଶ ହାସଲ ପାଇଁ ଆଇସିଟିଏସକୁ ସମର୍ଥନ ଦେଇ ଆସୁଛି।

ଏମ୍‌. ରେବତୀଙ୍କ ନାମ ଆରଆରବିର ସଦସ୍ୟତା ପାଇଁ ଭାରତୀୟ ପ୍ରାର୍ôଥତ୍ୱର ପ୍ରସ୍ତାବ ନେଇ ମନ୍ତ୍ରୀ କହିଥିଲେ ଯେ ଶ୍ରୀମତୀ ରେବତୀଙ୍କ ଅତୀତ ଟ୍ରାକ ରେକର୍ଡ ପ୍ରମାଣିତ, ତାଙ୍କର ବୃତ୍ତିଗତ ବିଶେଷଜ୍ଞଙ୍କ ସହିତ ନେତୃତ୍ୱ ନେବାର ସାମର୍ଥ୍ୟ ଓ ସମୟାନୁବର୍ତ୍ତିକ କାର୍ଯ୍ୟ କରିବାର ଅଙ୍ଗୀକାରବଦ୍ଧତା ତଥା ସମସ୍ୟାର ସମାଧାନ ସାମର୍ଥ୍ୟ ଓ ଆଇସିଟି ସାମଗ୍ରିକ ବିକାଶ ଅଭିଜ୍ଞତା ରହିଛି।

ଦେବୁ ସିଂ ଚୌହ୍ୱାନ ଆଇଟିୟୁ ଲକ୍ଷ୍ୟ ହାସଲ ପାଇଁ ଭାରତର ଅଙ୍ଗୀକାରବଦ୍ଧତାକୁ ଦୋହରାଇ ସେ ଅଂଶଗ୍ରହଣକାରୀ ସଦସ୍ୟଙ୍କୁ ଆଇଟିୟୁ ପରିଷଦ ପାଇଁ ଭାରତ ପ୍ରାର୍ଥିତ୍ୱ ତଥା ଆରଆରବି ନିମନ୍ତେ ଶ୍ରୀମତୀ ରେବତୀଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବାକୁ ନିବେଦନ କରିଥିଲେ।

ମନ୍ତ୍ରୀ ଉଚ୍ଚସ୍ତରୀୟ ନୀତି ଅଧିବେଶନ “କ୍ରିଜିଂ ଦି ଡିଜିଟାଲ ଡିଭାଇଡ” ସମେତ ଆଇସିଟି ମନ୍ତ୍ରିସ୍ତରୀୟ ଗୋଲଟେବୁଲବୈଠକ, କୃତିମ ମେଧା ଉପରେ ଉଚ୍ଚସ୍ତରୀୟ କଥାବାର୍ତ୍ତା ଭଳି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀଗୁଡିକରେ ଯୋଗଦେଇଥିଲେ। ଉଚ୍ଚସ୍ତରୀୟ ନୀତିଗତ ଟିପ୍ପଣୀ ଦେଇ ସେ ଭାରତ ସରକାର ଦେଶର ଛଅଲକ୍ଷ ଗ୍ରାମ ପାଇଁ ଭାରତ ନେଟ ଯୋଗାଯୋଗ ବ୍ୟବସ୍ଥା ସବୁ ଗ୍ରାମରେ ନିମନ୍ତେ ଅମ୍ବ୍ରେଲା ମୋବାଇଲ କଭରେଜ, ଦ୍ରୁତଗତି ସମ୍ପନ୍ନ ଇଣ୍ଟରନେଟ ଇତ୍ୟାଦି ସମ୍ପର୍କରେ ବିଶ୍ୱମଞ୍ଚକୁ ଅବଗତ କରାଇଥିଲେ। ଗ୍ରାମାଞ୍ଚଳରେ ୫ଜିର ବିସ୍ତାର ନିମନ୍ତେ ଭାରତ ସଫଳତାର ସହ ଏକ ଲୌକିକମାନଙ୍କ ଅନୁମୋଦନ ପାଇଥିବା ବିଷୟ ମଧ୍ୟ କହିଥିଲେ।

ଆଇସିଟି ଓ କୃତ୍ରିମ ମେଧା ଉପରେ ଉଚ୍ଚସ୍ତରୀୟ ବୈଠକ କାଳରେ ଶ୍ରୀ ଦେବୁ ସିଂ ଚୌହ୍ୱାନ ଅଂଶଗ୍ରହଣକାରୀମାନଙ୍କୁ ଭାରତ ନିର୍ଭରଯୋଗ୍ୟ ଆଇସିଟି ଭିତ୍ତିଭୂମି ବିକାଶ ପାଇଁ ଦେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ମନ୍ତ୍ରୀ କହିଥିଲେ ଯେ ଭାରତ ଏକ ଦ୍ରୁତ ଅଭିବୃଦ୍ଧିମୁଖୀ ଅର୍ଥ ବ୍ୟବସ୍ଥା ହୋଇଥିବା କାରଣରୁ କୃତ୍ରିମ ମେଧା ବିପ୍ଳବରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଆର୍ଥିକ ଅବସ୍ଥାନ୍ତରର ସହାୟକ ହୋଇପାରିବ।

ଡବ୍ଲଏସଆଇଏସ୍‌-୨୦୨୨ ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ଚୌହ୍ୱାନ ଅନେକ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେବା ସହ ଅନେକ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ସାକ୍ଷାତ କରିଥିଲେ। ସେମାନଙ୍କ ମଧ୍ୟରେ ଆଇଟିୟୁ ଉପସଚିବ ମାଲକମ୍ ଜନସନ, ଇରାନର ଯୋଗାଯୋଗ ଓ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ଇସା ଦାରୋପୋର, ଜାପାନର ନୀତି ସଂଯୋଜନା ଉପମନ୍ତ୍ରୀ ଶ୍ରୀ ୟୁଜି ସାସାକୀ, ଆଇଟିୟୁ ମହାସଚିବ ହାଓଲିନ ଝାଓ। ମନ୍ତ୍ରୀ ସେମାନଙ୍କୁ ବିଶ୍ୱର ସର୍ବବୃହତ ପ୍ରତିମୂର୍ତ୍ତି ଏକତାର ପ୍ରତିମୂର୍ତ୍ତି। (ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ) ପ୍ରତିମୂର୍ତ୍ତି ଫଳକ ଉପହାର ସ୍ୱରୂପ ପ୍ରଦାନ କରିଥିଲେ।

ଆଇସିଟିରେ ଭାରତର ପଦକ୍ଷେପକୁ ଆଇଟିୟୁ ମହାସଚିବ ହାଓଲିନ ଝାଓ ପ୍ରଶଂସା କରିଥିଲେ। ଡବ୍ଲଆଇଏସ୍‌ଏସ୍ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଇସା ଅଲ୍ଲୀ ଇବ୍ରାହିମ ଭାରତ ସଫଳ ଅନୁଧ୍ୟାନ ଯୋଗ୍ୟ ବିଷୟ ବୋଲି କହିଥିଲେ। (ପିଆଇବି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଲଢେଇରେ ଭାରତକୁ ସହଯୋଗ କରିବ ଆମେରିକା: ଜୋ ବାଇଡେନଙ୍କୁ ମୋଦୀଙ୍କ ଧନ୍ୟବାଦ

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ଏବେ ଭାରତ ଅଧିକ ପ୍ରଭାବିତ ହେଉଛି। ଏହା ଭିତରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ  ଆଲୋଚନା ହୋଇଛି। ଫୋନ ମାଧ୍ୟମରେ ହୋଇଥିବା ଏହି ଆଲୋଚନାରେ କରୋନା ସଂକ୍ରମଣ ସହ ଲଢିବା ପାଇଁ ଉଭୟ ନେତାଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି।  ଭାରତର କୋଭିସିଲ୍ଡ ଟୀକା ପ୍ରସ୍ତୁତ ପାଇଁ ଆବଶ୍ୟକ କଞ୍ଚାମାଲ ଯୋଗାଇବା ପାଇଁ ଆମେରିକା ରାଜି ହୋଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଲୋଚନା ଲାଗି ପାକିସ୍ଥାନକୁ ଚିଠି ଲେଖିବା ଏକ ଭଲ ପଦକ୍ଷେପ: ମହବୁବା ମୁଫ୍ତି

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ଥାନ ସହ ଆଲୋଚନା ଲାଗି ଇମ୍ରାନ ଖାନଙ୍କୁ ଏକ ଚିଠି ଲେଖିଛନ୍ତି। ପିଡିପି ଅଧ୍ୟକ୍ଷ ମହବୁବା ମୁଫ୍ତି ଏହାକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏକ ଟ୍ବିଟ ମାଧ୍ୟମରେ ମହବୁବା ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ଵାରା ଏଭଳି ପ୍ରୟାସ ଏକ ଉଚିତ୍ ପଦକ୍ଷେପ ଅଟେ। ଯେମିତି ବାଜପେୟୀ କହୁଥିଲେ କି, ବନ୍ଧୁ ବଦଳି ପାରନ୍ତି, କିନ୍ତୁ ପଡୋଶି ନୁହେଁ। ମୁଁ ଆଶା କରୁଛି କି, ଏହି ଆଲୋଚନା ସମାଧାନ ପ୍ରକ୍ରିୟା ଆଡକୁ ଯିବ। ଏବଂ କାଶ୍ମୀରରେ ଶାନ୍ତି ଫେରିବ ବୋଲି ମୁଫ୍ତି କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ପାକିସ୍ଥାନ ଦିବସ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଚିଠି ଲେଖି ପାକିସ୍ଥାନ ଲୋକଙ୍କୁ ଶୁଭକାମନା ଜଣାଇଥିଲେ। ଗୋଟିଏ ପଡୋଶୀ ଦେଶ ଭାବେ ଭାରତ ସବୁବେଳେ ପାକିସ୍ଥାନ ଲୋକଙ୍କ ସହ ଶୌହାର୍ଦ୍ଧ୍ୟପୂର୍ଣ୍ଣ ସମ୍ପର୍କ ରଖିବାକୁ ଇଚ୍ଛା କରିଥାଏ। ଏଥିପାଇଁ ଅବିଶ୍ଵାସ, ଆତଙ୍କ ଏବଂ ଶତୃତାକୁ ଦୂରେଇ ଏକ ସକାରାତ୍ମକ ବାତାବରଣ ତିଆରି କରିବା ଆବଶ୍ୟକ ବୋଲି ମୋଦୀ ଏହି ପତ୍ରରେ ଲେଖିଥିଲେ।