Categories
ଆଜିର ଖବର ଖେଳ ଜାତୀୟ ଖବର

ଜୋହାନ୍ସବର୍ଗ ଟେଷ୍ଟ: ଟସ୍‌ ଜିତି ଭାରତର ବ୍ୟାଟିଂ ଜାରି, ଖେଳୁନାହାନ୍ତି ବିରାଟ କୋହଲି

ଜୋହାନ୍ସବର୍ଗ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଜୋହାନ୍ସବର୍ଗରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଖେଳୁ ନାହାଁନ୍ତି। ତାଙ୍କ ପିଠିରେ ଯନ୍ତ୍ରଣା ଥିବାରୁ ସେ ବିଶ୍ରାମ ନେଇଛନ୍ତି। କୋହଲିଙ୍କ ସ୍ଥାନରେ କେ.ଏଲ୍ ରାହୁଲଙ୍କୁ ଅଧିନାୟକତ୍ୱ ଦାୟିତ୍ଵ ଦିଆଯାଇଛି। ଟିମ୍ ଇଣ୍ଡିଆରେ କେବଳ ଗୋଟିଏ ପରିବର୍ତ୍ତନ କରାଯାଇଛି। ଅନଫିଟ କୋହଲିଙ୍କ ସ୍ଥାନରେ ହନୁମା ବିହାରୀ ଖେଳାଳି ଏକାଦଶରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

Image

ଟସ୍‌ ସମୟରେ କେଏଲ ରାହୁଲ କହିଛନ୍ତି ଯେ, ବିରାଟ କୋହଲି ଏହି ମ୍ୟାଚରେ ଖେଳୁ ନାହାଁନ୍ତି। ସେ କହିଛନ୍ତି ଯେ ଦୁର୍ଭାଗ୍ୟବଶତଃ ବିରାଟଙ୍କ ଉପର ପିଠିରେ ଏକ ଯନ୍ତ୍ରଣା ରହିଛି ଏବଂ ପରବର୍ତ୍ତୀ ଟେଷ୍ଟ ପାଇଁ ସେ ସୁସ୍ଥ ହୋଇଯିବେ ବୋଲି ଆଶାବାଦୀ ଅଛନ୍ତି। ରାହୁଲ କହିଛନ୍ତି ଯେ, ତାଙ୍କ ଦେଶର ଅଧିନାୟକ ହେବା ପ୍ରତ୍ୟେକ ଭାରତୀୟ ଖେଳାଳିଙ୍କ ସ୍ୱପ୍ନ। ପ୍ରକୃତରେ ସମ୍ମାନିତ ଏବଂ ଏହି ଆହ୍ଵାନକୁ ଅପେକ୍ଷା। ଆମର ଏଠାରେ କିଛି ଭଲ ସଫଳତା ମିଳିଛି ଏବଂ ଆଶାକରେ ଆମେ ଏହାକୁ ଜାରି ରଖିବାକୁ ଚାହୁଁଛୁ। ବିରାଟଙ୍କ ସ୍ଥାନରେ ହନୁମା ବିହାରୀ ଆସିଛନ୍ତି। ଦଳରେ କେବଳ ଗୋଟିଏ ପରିବର୍ତ୍ତନ କରାଯାଇଛି।