Categories
ଆଜିର ଖବର ଜାତୀୟ ଖବର

‘ରେମଲ’କୁ ଦୃଷ୍ଟିରେ ରଖି ଭାରତୀୟ ତଟରକ୍ଷୀ ବାହିନୀର ପ୍ରସ୍ତୁତି

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟ ଚକ୍ରବାତୀ ତୋଫାନ ‘ରେମଲ’ କାରଣରୁ ଏହାର ପ୍ରଭାବରେ ନ୍ୟୁନତମ କ୍ଷୟକ୍ଷତି ସୁନିଶ୍ଚିତ କରିବା ନିମନ୍ତେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ଏବଂ ଏହି ଦିଗରେ ପଦକ୍ଷେପ ଗ୍ରହଣ ଆରମ୍ଭ ହୋଇଛି। ଏହି ସାମୁଦ୍ରିକ ଝଡ଼ବାତ୍ୟା ମଇ ୨୬ ଏବଂ ୨୭ ତାରିଖ ଦିନ ମଧ୍ୟରାତ୍ରି ସୁଦ୍ଧା ପଶ୍ଚିମବଙ୍ଗ ତଟ ନିକଟରେ ଉତ୍ତର/ଉତ୍ତର-ପଶ୍ଚିମବଙ୍ଗ ସମୁଦ୍ରରେ ଭୂଭାଗ ଛୁଇଁବାର ଆଶଙ୍କା କରାଯାଉଛି।

ଏହି ଚକ୍ରବାତୀ ତୋଫାନ ଦ୍ୱାରା ଉତ୍ପନ୍ନ ସମ୍ଭାବ୍ୟ ଆକସ୍ମିକ ସ୍ଥିତିର ମୁକାବିଲା ନିମନ୍ତେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଏକ ସମନ୍ୱିତ ମୁକାବିଲା ସୁବିଧା ନିମନ୍ତେ ସମ୍ବନ୍ଧୀତ ରାଜ୍ୟ ପ୍ରଶାସନ ଏବଂ ହିତଧାରକମାନଙ୍କ ସହିତ ସମନ୍ୱୟ ରକ୍ଷା ପ୍ରୟାସ କରାଯାଇଛି। ପ୍ରସ୍ତୁତି ଏବଂ ସମନ୍ୱିତ କାର୍ଯ୍ୟପନ୍ଥାକୁ ସୁବିଧାଜନକ କରିବା ନିମନ୍ତେ ଉତ୍ପନ୍ନ ସ୍ଥିତି ସମ୍ପର୍କରେ ସମସ୍ତ ସମ୍ବନ୍ଧିତ ସୂଚନା ହିତଧାରକମାନଙ୍କ ନିକଟରେ ପହଞ୍ଚାଇ ଦିଆଯାଇଛି।

ଏଥି ନିମନ୍ତେ ହଳଦିଆ ଏବଂ ପାରାଦ୍ୱୀପ ବନ୍ଦର ନିକଟରେ ଭାରତୀୟ ତଟରକ୍ଷୀ ବାହିନୀର ରିମୋଟ ଅପରେଟିଂ ଷ୍ଟେସନ ନିୟମିତ ଏବଂ ବହୁଭାଷୀ ଅତି ଉଚ୍ଚ ଫ୍ରିକ୍ୱେନ୍ସି ମାଧ୍ୟମରେ ଚେତାବନୀ ପ୍ରସାରିତ କରୁଛି ଯାହା ସେହି କ୍ଷେତ୍ରରେ ଆତଯାତ କରୁଥିବା ବ୍ୟାବସାୟିକ ଜାହାଜର ନାବିକମାନଙ୍କୁ ଆବଶ୍ୟକ ଚେତାବନୀ ଓ ପରାମର୍ଶ ପ୍ରଦାନ କରୁଛି। ଏହାତିରିକ୍ତ, ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ଏବଂ ବିମାନଗୁଡ଼ିକ ସମୟାନ୍ତରେ ସହାୟତା ଏବଂ ସମର୍ଥନ ପ୍ରଦାନ କରିବା ନିମନ୍ତେ ଚକ୍ରବାତୀ ତୋଫାନର ଗତିପଥ ଉପରେ ତୀକ୍ଷ୍ଣ ନଜର ରଖିଛି।

ସାମୁଦ୍ରିକ ଆପଦା ଟିମଗୁଡ଼ିକୁ ହଳଦିଆ, ପାରାଦୀପ, ଗୋପାଳପୁର ଏବଂ ଫ୍ରେଜରଗଞ୍ଜ ସହିତ ରଣନୀତିକ ସ୍ଥାନମାନଙ୍କରେ ମୁତୟନ କରାଯାଇଛି ଯାହା ଉତ୍ପନ୍ନ ଆପାତକାଳୀନ ସ୍ଥିତିରେ ତତ୍କାଳ ଲୋକମାନଙ୍କ ନିକଟରେ ପହଂଚି ସେମାନଙ୍କୁ ଯୋଗାଇ ଦେବା ନିମନ୍ତେ ପ୍ରସ୍ତୁତ ରହିଛି।

ଭାରତୀୟ ତଟରକ୍ଷୀ ବାହିନୀ ବାଂଲାଦେଶ ତଟ ରକ୍ଷକ ଅଧିକାରୀମାନଙ୍କୁ ମଧ୍ୟ ଏ ସମ୍ପର୍କରେ ସୂଚୀତ କରିଛି ଏବଂ ସେମାନଙ୍କୁ ଆବଶ୍ୟକ ପ୍ରସ୍ତୁତି କରିବା ସହିତ ମତ୍ସ୍ୟଜୀବୀ ତଥା ବ୍ୟାପାରିକ ସାମୁଦ୍ରିକ ଜାହାଜମାନଙ୍କ ଆଲର୍ଟ ପ୍ରସାରିତ କରିବା ନିମନ୍ତେ ପରାମର୍ଶ ଦେଇଛି।

ପୋର୍ଟର ଡକମାନଙ୍କରେ ବ୍ୟାବସାୟିକ ଜାହାଜଗୁଡ଼ିକୁ ସତର୍କ କରିଦିଆଯାଇଛି ଏବଂ ବନ୍ଦରରେ ସମ୍ପର୍କୀତ ଅଧିକାରୀମାନଙ୍କୁ ଏ ଦିଗରେ ସମୁଚିତ କାର୍ଯ୍ୟପନ୍ଥା ଅବଲମ୍ବନ କରିବା ସକାଶେ ପରାମର୍ଶ ଦିଆଯାଇଛି। ସମୁଦ୍ରକୁ ମାଛ ଧରିବାକୁ ଯିବା ଉପରେ ନିଷେଧାଦେଶ ଜାରି କରାଯିବା ସତ୍ତ୍ୱେ, ମତ୍ସ୍ୟଚାଷ ବିଭାଗକୁ ନିଜର ସମ୍ବନ୍ଧିତ କ୍ଷେତ୍ରରେ ଦେଶୀ ଡଙ୍ଗାଗୁଡ଼ିକୁ ପରିବର୍ତ୍ତିତ ସ୍ଥିତି ସମ୍ପର୍କରେ ମଧ୍ୟ ସୂଚୀତ କରିବା ନିମନ୍ତ୍ରେ ଚେତାବନୀ ପ୍ରଦାନ କରିଛି।

Categories
ଆଜିର ଖବର ଜାତୀୟ ଖବର

ସମୁଦ୍ରରେ ତୈଳ ବିସ୍ଫୋରଣର ସମସ୍ୟାର ମୁକାବିଲା ପାଇଁ ଆଇସିଜି ପକ୍ଷରୁ ମକ୍ ଡ୍ରିଲ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ପକ୍ଷରୁ ମେ ୨୨-୨୩, ୨୦୨୪ ରେ ହଳଦିଆସ୍ଥିତ ମୁଖ୍ୟାଳୟ କୋଷ୍ଟଗାର୍ଡ ଜିଲ୍ଲା ନଂ ୮ (ପଶ୍ଚିମବଙ୍ଗ)ରେ ପ୍ରଦୂଷଣ ପ୍ରତିକ୍ରିୟା ସେମିନାର ଏବଂ “ମକ୍ ଡ୍ରିଲ୍‌” କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମୁଦ୍ରରେ ତୈଳ ବିସ୍ଫୋରଣର ମୁକାବିଲା କରିବାର ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ମୁକାବିଲା କରିବା ପାଇଁ ତୈଳ ପରିଚାଳନା ଏଜେନ୍ସି ସହିତ ବିଭିନ୍ନ ଏଜେନ୍ସିର ପ୍ରମୁଖ ଅଂଶୀଦାରମାନଙ୍କୁ ଏକାଠି କରାଯାଇଥିଲା।

ଅଂଶଗ୍ରହଣକାରୀମାନେ ଏକ ଟେବୁଲ-ଟପ୍ ଅଭ୍ୟାସରେ ନିୟୋଜିତ ହୋଇଥିଲେ, ସେମାନେ ସେମାନଙ୍କର ପ୍ରତିକ୍ରିୟା ଦକ୍ଷତା ବୃଦ୍ଧି କରିବା ଏବଂ ସମସ୍ତ ସମ୍ପୃକ୍ତ ପକ୍ଷଙ୍କ ମଧ୍ୟରେ ସମନ୍ୱୟ ବଢ଼ାଇବା ପାଇଁ ସିମୁଲେଟେଡ୍ ଦୃଶ୍ୟଉପରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତ୍ୟାଧୁନିକ ପ୍ରଦୂଷଣ ପ୍ରତିକ୍ରିୟା ଉପକରଣ ପ୍ରଦର୍ଶନ କରାଯାଇଥିଲା, ଯାହା ପରିବେଶ ସଙ୍କଟ ପାଇଁ ସେମାନଙ୍କର ପ୍ରସ୍ତୁତିକୁ ଆହୁରି ଉନ୍ନତ କରିବା ପାଇଁ ଅଂଶଗ୍ରହଣକାରୀମାନଙ୍କୁ ବ୍ୟବହାରିକ ଅଭିଜ୍ଞତା ପ୍ରଦାନ କରିଥିଲା।

ମୁଖ୍ୟାଳୟ ତଟରକ୍ଷୀ ବାହିନୀ ଜିଲ୍ଲା ନଂ ୮ (ପଶ୍ଚିମବଙ୍ଗ)ର କମାଣ୍ଡର ଜାତୀୟ ତୈଳ ସ୍ପିଲ ବିପର୍ଯ୍ୟୟ ଆକସ୍ମିକ ଯୋଜନାର ସମନ୍ୱୟ ଏବଂ ପ୍ରଭାବଶାଳୀ ରୂପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ସାମୁଦ୍ରିକ ସମ୍ପଦର ସୁରକ୍ଷା ପାଇଁ ସାମୂହିକ ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ସୁରକ୍ଷିତ ସମୁଦ୍ର ଏବଂ ସ୍ୱଚ୍ଛ ଉପକୂଳ ସୁନିଶ୍ଚିତ କରିବା ପାଇଁ ଆଇସିଜିର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜାହାଜ ନିର୍ମାଣ କ୍ଷେତ୍ରରେ ସ୍ବଦେଶୀ ବ୍ୟବହାର ବୃଦ୍ଧି ପାଇଁ ଘରୋଇ କ୍ଷେତ୍ର ସହ ଭାରତୀୟ ତଟରକ୍ଷୀ ବାହିନୀର ବୁଝାମଣା

ନୂଆଦିଲ୍ଲୀ: ଜାହାଜ ନିର୍ମାଣରେ ସ୍ବଦେଶୀ ସାମଗ୍ରୀର ବ୍ୟବହାର ବୃଦ୍ଧି କରିବା ସହ ସ୍ବଦେଶୀ ସାମୁଦ୍ରିକ ଶ୍ରେଣୀର ଇସ୍ପାତ ଯୋଗାଣ ପାଇଁ ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ଏବଂ ଜିନ୍ଦଲ୍ ଷ୍ଟିଲ୍ ଆଣ୍ଡ ପାଓ୍ବାର୍ (ଜେଏସପିଏଲ) ୨୦୨୪ ମେ ୭ତାରିଖ ଦିନ ନୂଆଦିଲ୍ଲୀରେ ଏକ ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି। ଏହି ବୁଝାମଣାଜରିଆରେ ଉଭୟ ସଂସ୍ଥା ସ୍ବଦେଶୀକରଣ ବଢ଼ାଇବା, ଦେଶର ସ୍ବାର୍ଥ ପାଇଁ ଏହିସାମଗ୍ରୀର ଉତ୍ପାଦନ କ୍ଷମତା ଓ ଉପେଯାଗ ବୃଦ୍ଧି କରିବା ଉପରେ ଗୁରୁତ୍ବ ଦେବାକୁପ୍ରତିଶୃତିବଦ୍ଧ ହୋଇଛନ୍ତି।

ଏହି ବୁଝାମଣାରେ ସରକାରୀ-ଘରୋଇ ସହେଯାଗକୁ ପ୍ରାଥମିକତା ଦିଆଯିବା ସହଜଟିଳ ସୁରକ୍ଷା ଆହ୍ବାନର ମୁକାବିଲା ପାଇଁ ସରକାରୀ ସଂସ୍ଥା ଏବଂ ଘରୋଇ କ୍ଷେତ୍ରମଧ୍ଯରେ ସହଭାଗିତାର ଆବଶ୍ୟକତା ଉପରେ ମଧ୍ଯ ଗୁରୁତ୍ବ ପ୍ରଦାନ କରାଯାଇଛି। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସୁବିଧା ଯଥା – ଉତ୍ତମ ମାନ, ଶ୍ରେଣୀ ଓ ପରିମାପ ସହ ସାମଗ୍ରୀଉତ୍ପାଦନ ପାଇଁ ନିର୍ମିତ ଇସ୍ପାତ କାରଖାନା ସମେତ ଆଇସିଜି ପାଇଁ ସାମୁଦ୍ରିକଶ୍ରେଣୀର ଇସ୍ପାତର ସଠିକ୍ ସମୟରେ େଯାଗାଣ କରିବାକୁ ଜାହଜ ନିର୍ମାଣୟାର୍ଡଗୁଡିକୁ ପ୍ରତିଶୃତି ଦେବା ଉପରେ ମଧ୍ୟ ଏହି ବୁଝାମଣାରେ ଗୁରୁତ୍ବଦିଆଯାଇଛି।

ଆଇସିଜିର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଆଇସିଜି ଆଇଜି ଉପମହାନିଦ୍ର୍ଦେଶକ (ଉତ୍ପାଦ ଓ ପରିଚାଳନା) ଏଚ୍.କେ. ଶର୍ମା ଏବଂ ଜେଏସ୍ପିର ଚିଫ୍ମାର୍କେଟିଂ ଅଫିସର୍ ଏସ୍.କେ. ପ୍ରଧାନଙ୍କ ଦ୍ବାରା ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

ପାକିସ୍ତାନୀ ଡଙ୍ଗାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସହିତ ୩୦୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ

ନୂଆଦିଲ୍ଲୀ: ଗୁଜୁରାଟରେ, ଭାରତୀୟ ତଟରକ୍ଷୀ ବାହିନୀ ଏଟିଏସର ଇନପୁଟ୍ ଆଧାରରେ ଏକ ପାକିସ୍ତାନୀ ଡଙ୍ଗାକୁ ଅଟକାଇଛନ୍ତି। ଏହି ଡଙ୍ଗାରେ ୧୦ ଜଣ ପାକିସ୍ତାନୀ ଥିଲେ। ଆଇସିଜି ଏହି ଡଙ୍ଗାରୁ ୪୦ କିଲୋଗ୍ରାମ ଡ୍ରଗ୍ସ ସହିତ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। ଏହି ଡ୍ରଗ୍ସର ମୂଲ୍ୟ ୩୦୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ଆଇସିଜି କହିଛି ଯେ, ଏହି ଅପରେସନ୍ ଡିସେମ୍ବର୨୫ ତାରିଖ ଏବଂ ୨୬ ତାରିଖ ରାତିରେ କରାଯାଇଥିଲା।

ଆଇସିଜି ଅଧିକାରୀ କହିଛନ୍ତି ଯେ, ଏକ ପାକିସ୍ତାନୀ ଡଙ୍ଗା ଭାରତୀୟ ଅଞ୍ଚଳରେ ପ୍ରବେଶ କରୁଥିବାର ଗୁଜୁରାଟ ଏଟିଏସକୁ ସୂଚନା ମିଳିଥିଲା। ଏହା ପରେ ଡିସେମ୍ମ୍ବର ୨୫ ତାରିଖ ଏବଂ ୨୬ ତାରିଖ ରାତିରେ ଏକ ଅପରେସନ୍ କରାଯାଇଥିଲା, ଯେଉଁଥିରେ ଆଇଜିସି ଏହାର ଜାହାଜ ଅରିଞ୍ଜୟକୁ ପାକିସ୍ତାନ ସହିତ ସାମୁଦ୍ରିକ ସୀମାରେ ନିୟୋଜିତ କରିଥିଲା।

ଏହା ପରେ ଅଲ ସୋହେଲି ନାମକ ଏକ ପାକିସ୍ତାନୀ ମତ୍ସ୍ୟଜୀବୀ ଡଙ୍ଗାକୁ ଅଟକାଯାଇଇଥିଲା। ଯେତେବେଳେ ଯାଞ୍ଚ କରାଯାଇଥିଲା, ସେଥିରୁ ଅସ୍ତ୍ରଶସ୍ତ୍ର, ଗୁଳି ଏବଂ ୪୦କିଲୋଗ୍ରାମ ନିଶା ସାମଗ୍ରୀ ଜବତ କରାଯାଇଥିଲା। ଯାହାର ମୂଲ୍ୟ ୩୦୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।